ରମାଦେବୀ ଛାତ୍ରୀ ଝରାଫୁଲଙ୍କ ସାଙ୍ଗ ସୋନାଲି କିଏ? କାହିଁକି ଖୋଲୁନାହାନ୍ତି ମୁହଁ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋନାଲି କିଏ? ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ମିଳିବାର ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ସୋନାଲିଙ୍କ ପତ୍ତା ମିଳୁନି। ଏପରିକି ସେ ମୁହଁ ଖୋଲୁ ନାହାନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ମୃତ୍ୟୁ ପୂର୍ବରୁ ଝରା ତାଙ୍କ ବାପାଙ୍କୁ ଫୋନ୍‌ରେ କହିଥିବା ସାଙ୍ଗ ସୋନାଲି କିଏ? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଝରାଫୁଲଙ୍କ ବାପା ରମାକାନ୍ତ ଓ ଭୁବନେଶ୍ୱରରେ […]

sonali

Manoranjan Sial
  • Published: Thursday, 28 January 2021
  • , Updated: 28 January 2021, 07:34 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋନାଲି କିଏ? ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ମିଳିବାର ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ସୋନାଲିଙ୍କ ପତ୍ତା ମିଳୁନି। ଏପରିକି ସେ ମୁହଁ ଖୋଲୁ ନାହାନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ମୃତ୍ୟୁ ପୂର୍ବରୁ ଝରା ତାଙ୍କ ବାପାଙ୍କୁ ଫୋନ୍‌ରେ କହିଥିବା ସାଙ୍ଗ ସୋନାଲି କିଏ? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଝରାଫୁଲଙ୍କ ବାପା ରମାକାନ୍ତ ଓ ଭୁବନେଶ୍ୱରରେ ତାଙ୍କ ଲୋକାଲ ଗାଡିଆନ୍‌ ତଥା ଧରମ ବାପା ଚକ୍ରଧର ବେହେରାଙ୍କ ବୟାନ ଘଟଣାକୁ ଭିନ୍ନ ଭିନ୍ନ ଦିଗ ଦେଇଛି।

ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ ବର୍ଷର ଦ୍ୱିତୀୟ ବର୍ଷର ଛାତ୍ରୀ ହେଉଛନ୍ତି ଝରାଫୁଲ ନାୟକ। ସେ ତାଙ୍କ ଧରମବାପା ଚକ୍ରଧର ବେହେରାଙ୍କ ଘରେ ରହି ପଢ଼ୁଥିଲେ। ମହାମାରୀ କରୋନା ପାଇଁ କଲେଜ ବନ୍ଦ ଥିବାରୁ ଝରାଫୁଲ ଗାଁକୁ ଫେରି ଯାଇଥିଲେ। ଗତ ୨୫ ତାରିଖରେ ଚକ୍ରଧରଙ୍କ ଝିଅର ଜନ୍ମ ଦିନ ଥିବାରୁ ଝରା ଗାଁକୁ ଭୁବନେଶ୍ୱର ଆସିଥିଲେ। ୨୬ ତାରିଖରେ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସ୍‌ରେ ବସାଇଥିଲେ ଚକ୍ରଧର। କିନ୍ତୁ ଅସୁସ୍ଥ ଦର୍ଶାଇ ଝରାଫୁଲ ବାଣୀବିହାର ଷ୍ଟପେଜ୍‌ରୁ ଓହ୍ଲାଇ ଥିଲେ। ଝରାଫୁଲ ବସ୍‌ରେ ବସିବାର କିଛି ସମୟ ପରେ ବାପା ରମାକାନ୍ତ ଫୋନ୍‌ କରିଥିଲେ। ଝରାଫୁଲ ଫୋନ୍‌ ରିସିଭ୍‌ କରି ଦେହ ଅସୁସ୍ଥ ଲାଗିବାରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି କହିଥିଲେ। ତା’ପରଠାରୁ ତାଙ୍କ ମୋବାଇଲ୍‌ ବନ୍ଦ ରହିଥିଲା। ବୁଧବାର ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ନିକଟ ରାସ୍ତା ପାର୍ଶ୍ୱରୁ ମିଳିଥିଲା।

ଝରାଫୁଲଙ୍କ ମୃତ୍ୟୁକୁ ୨୪ ଘଣ୍ଟା ବିତି ଗଲାଣି। ହେଲେ ମୃତ୍ୟୁ ଉପରୁ ପରଦା ହଟାଇପାରିନି ପୁଲିସ। ଏହା ଭିତରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଝରାଫୁଲଙ୍କ ବାପା ରମାକାନ୍ତ ନାୟକ। ଭୁବନେଶ୍ୱରର ରାକେଶ ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହ ତାଙ୍କ ଝିଅର ପ୍ରେମ ସପର୍କ ଥିବା ସେ ପ୍ରକାଶ କରିଛନ୍ତି। ଏକଥା ଜାଣିବା ପରେ ସେ ଝିଅକୁ ତାଗିଦ କରିଥିଲେ। ଅନ୍ୟପକ୍ଷରେ ଝରାଫୁଲର ମୃତ୍ୟୁ ପଛରେ ରାକେଶର କିଛି ଭୂମିକା ଥାଇପାରେ ବୋଲି ସେ ସନ୍ଦେହ କରୁଛନ୍ତି।

ବାପା ରମାକାନ୍ତଙ୍କ ଅଭିଯୋଗ ପରେ ଯାଜପୁର ପୁଲିସ ରାକେଶଙ୍କ ସୁନ୍ଦରପଦା ଘରେ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରିଛି। ତେବେ ରାକେଶର ପତ୍ତା ପାଇନି ପୁଲିସ। ଅନ୍ୟ ଏକ ଘଟଣାକ୍ରମରେ ମୃତଦେହ ନେଇ ଯାଉଥିବା ଦୁଇ ସ୍କୁଟର ଆରୋହୀଙ୍କୁ ଚିହ୍ନଟ କରାଯାଇଥିବା ଯାଜପୁର ଏସ୍‌ପି ରାହୁଲ ପି.ଆର. ସୂଚନା ଦେଇଛନ୍ତି। ତେବେ ସେମାନଙ୍କ ପରିଚୟ ଦେଇନାହାନ୍ତି ଏସ୍‌ପି।

ଏପଟେ ଘଟଣାକ୍ରମ ସଂପର୍କରେ ସୂଚନା ଦେଇଛନ୍ତି ଭୁବନେଶ୍ୱରରେ ଝରାଫୁଲଙ୍କ ଧରମ ବାପା ତଥା ଲୋକାଲ ଗାଡ଼ିଆନ୍‌ ଦାୟିତ୍ୱରେ ଥିବା ଚକ୍ରଧର ବେହେରା। ଝିଅକୁ ଜନ୍ମ ଦିନର ଶୁଭେଛା ଦେବାକୁ ଆସି ଝରାଫୁଲ ତାଙ୍କ ଘରେ ଦୁଇ ଦିନ ରହିଥିବା ସେ କହିଛନ୍ତି। ଝରାଫୁଲଙ୍କ ମା, ଝିଅକୁ ଛାଡି ଦେବାକୁ କହିବାରୁ ୨୬ ତାରିଖ ଦିନ ପ୍ରାୟ ୧୧ଟା ବଳେ ସେ ତାକୁ ଜୟଦେବ ବିହାରରେ ଝାଡେଶ୍ୱରୀ ବସ୍‌ରେ ବସାଇ ଦେଇଥିଲେ। ତେବେ ଝରାଫୁଲ ଫୋନ ନଉଠାଇବାରୁ ସେ ତାଙ୍କ ଘରକୁ ଫୋନ୍‌ କରିଥିଲେ। ଝିଅ ଘରେ ପହଞ୍ଚି ଯାଇଥିବା ଝରାଫୁଲଙ୍କ ବାପା ଅପରାହ୍ଣ ୩ଟାରେ ତାଙ୍କୁ ଫୋନରେ ଜଣାଇଥିବା କହିଛନ୍ତି ଚକ୍ରଧର। ତେବେ ୨୭ ତାରିଖ ସକାଳେ ଝରାଫୁଲଙ୍କ ବାପା ପୁଣି ଫୋନ କରିଥିଲେ ଓ ଝିଅ ଘରେ ପହଞ୍ଚି ନଥିବା କହିଥିବା, କହିଛନ୍ତି ଚକ୍ରଧର। ଏଣୁ ଝରାଫୁଲଙ୍କ ବାପା କାହିଁକି ମିଛ କହିଥିଲେ ବୋଲି ଚକ୍ରଧର ପ୍ରଶ୍ନ କରିଛନ୍ତି।

ସେପଟେ ସାରା ମାମଲାରେ ସୋନାଲି ନାମକ ଝିଅର ନାଁ ଉଠିବା ପରେ ସୋନାଲି, ରାକେଶ ଓ ଝରଫୁଲଙ୍କୁ ନେଇ ଆଉ କିଛି ନିଆରା କାହାଣୀ ନାହିଁ ତ।

Related story