ନନ୍ଦନକାନନରେ ତିନି ନୂଆ ଅତିଥି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନନ୍ଦନକାନନରେ ନୂଆ ଅତିଥିଙ୍କ ଆଗମନ ହୋଇଛି। ଆଜି ୩ ବାଘ ଛୁଆ ଜନ୍ମ ଦେଇଛି ଧଳା ବାଘୁଣୀ ବିଜୟା। ପୂର୍ବାହ୍ଣ ପ୍ରାୟ ସାଢ଼େ ୧୦ଟାରେ ଗୋଟିଏ ଜନ୍ମ ହୋଇଥିଲା। ଅପରାହ୍ଣ ଗୋଟାଏ ପରେ ଆଉ ଦୁଇଟି ଶାବକ ଜନ୍ମଗ୍ରହଣ କରିଛନ୍ତି। ମହାବଳ ବାଘ ସୈଫ ସହ ମିଳନ ଘଟି ବିଜୟା ଏହି ଶାବକଗୁଡ଼ିକୁ ଜନ୍ମ ଦେଇଥିବା ବେଳେ, ସେମାନେ ଏବେ ସୁସ୍ଥ ଅଛନ୍ତି। ସିସିଟିଭି ମାଧ୍ୟମରେ ବାଘୁଣୀ ଓ ଶାବକ ଗୁଡ଼ିକ ଉପରେ […]

White-Tiger

Ranjit Kumar Jena
  • Published: Sunday, 28 March 2021
  • , Updated: 28 March 2021, 07:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନନ୍ଦନକାନନରେ ନୂଆ ଅତିଥିଙ୍କ ଆଗମନ ହୋଇଛି। ଆଜି ୩ ବାଘ ଛୁଆ ଜନ୍ମ ଦେଇଛି ଧଳା ବାଘୁଣୀ ବିଜୟା। ପୂର୍ବାହ୍ଣ ପ୍ରାୟ ସାଢ଼େ ୧୦ଟାରେ ଗୋଟିଏ ଜନ୍ମ ହୋଇଥିଲା। ଅପରାହ୍ଣ ଗୋଟାଏ ପରେ ଆଉ ଦୁଇଟି ଶାବକ ଜନ୍ମଗ୍ରହଣ କରିଛନ୍ତି।

ମହାବଳ ବାଘ ସୈଫ ସହ ମିଳନ ଘଟି ବିଜୟା ଏହି ଶାବକଗୁଡ଼ିକୁ ଜନ୍ମ ଦେଇଥିବା ବେଳେ, ସେମାନେ ଏବେ ସୁସ୍ଥ ଅଛନ୍ତି। ସିସିଟିଭି ମାଧ୍ୟମରେ ବାଘୁଣୀ ଓ ଶାବକ ଗୁଡ଼ିକ ଉପରେ ନଜର ରଖାଯାଇଛି। ସେମାନଙ୍କ ରଙ୍ଗ ଓ ଲିଙ୍ଗ ସଂପର୍କରେ ଆଉ କିଛି ଦିନ ପରେ ସ୍ପଷ୍ଟ ହେବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୂର୍ବରୁ ୭ଟି ଧଳା ବାଘ, ୪ଟି କଳା ବା ମେଲାନିଷ୍ଟିକ୍ ବାଘ ଓ ୧୩ଟି ମହାବଳ ଥିବା ବେଳେ, ଏହି ୩ ନୂଆ ଶାବକଙ୍କୁ ମିଶାଇ ସେଠାରେ ବାଘସଂଖ୍ୟା ୨୭କୁ ବଢ଼ିଛି।

Related story