‘ସୁରତ ଟ୍ରେନ୍‌ ବାତିଲ୍‌ କଲା କିଏ?’

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବିନା ଟେଷ୍ଟରେ ପ୍ରବାସୀଙ୍କୁ ଓଡ଼ିଶା ନ ଆଣିବା ନେଇ ଗତକାଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ତତ୍‌କ୍ଷଣତା ଆଜି ସୁରତରୁ ବାହାରିବାକୁ ଥିବା ୩ଟି ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶର କୌଣସି  କପି ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚି ନାହିଁ ବୋଲି ଆଜି ଖୋଦ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।  ଯଦି ସରକାରଙ୍କ ପାଖରେ କପି ପହଞ୍ଚି ନାହିଁ, ଆଜି ସୁରତରୁ ବାହାରିବାକୁ ଥିବା ତିନୋଟି […]

surat-train-twist000

Tapaswini Nayak
  • Published: Friday, 08 May 2020
  • , Updated: 08 May 2020, 04:17 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବିନା ଟେଷ୍ଟରେ ପ୍ରବାସୀଙ୍କୁ ଓଡ଼ିଶା ନ ଆଣିବା ନେଇ ଗତକାଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ତତ୍‌କ୍ଷଣତା ଆଜି ସୁରତରୁ ବାହାରିବାକୁ ଥିବା ୩ଟି ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶର କୌଣସି  କପି ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚି ନାହିଁ ବୋଲି ଆଜି ଖୋଦ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।  ଯଦି ସରକାରଙ୍କ ପାଖରେ କପି ପହଞ୍ଚି ନାହିଁ, ଆଜି ସୁରତରୁ ବାହାରିବାକୁ ଥିବା ତିନୋଟି ଟ୍ରେନ୍‌କୁ କିଏ ବାତିଲ କରିବାକୁ ନିର୍ଦ୍ଦେଶ ଦେଲା ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ।

ସେ କହିଛନ୍ତି ଯେ, ସରକାର ଯଦି ହାଇକୋର୍ଟ ଅର୍ଡର କପି ପାଇ ନାହାନ୍ତି, ତାହାହେଲେ ଆଜି ସୁରତରୁ ଓଡ଼ିଶା ଆସିବାକୁ ଥିବା ତିନୋଟି ଟ୍ରେନ୍‌ ବାତିଲ କରିବା ପାଇଁ କିଏ ନିର୍ଦ୍ଦେଶ ଦେଲା? ଏନେଇ ଓଡ଼ିଶା ସରକାର ସ୍ପଷ୍ଟ କରନ୍ତୁ।”

ଜୁଏଲ କହିଛନ୍ତି, “ପ୍ରବାସୀଙ୍କ ଟେଷ୍ଟ କରି ରାଜ୍ୟକୁ ଆଣିବା ନିମନ୍ତେ ସରକାର ପୂର୍ବରୁ କହି ପାରିଥାନ୍ତେ, ନଚେତ ଟେଷ୍ଟ କରି ସେମାନଙ୍କୁ ଆଣିଥାନ୍ତେ। ଏବେ ସେମାନଙ୍କ ପାଖରୁ ପଇସା ସରିବା ପରେ ଟେଷ୍ଟ କଥା କହୁଛନ୍ତି। ହାଇକୋର୍ଟ ବି କୁହନ୍ତୁ ସେଠାରେ ଥିବା ଲୋକଙ୍କ କଥା କିଏ ବୁଝିବ?

ଆଜି ଆଇନ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମ ଆଗରେ କହିଥିଲେ, “ବିନା ଟେଷ୍ଟରେ ରାଜ୍ୟ ବାହାରେ ଥିବା ଲୋକଙ୍କୁ ଓଡିଶା ନଆଣିବା ପାଇଁ ଗତକାଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ରାଜ୍ୟରେ ଥିବେ ସେଠାରେ ପ୍ରଥମେ ସେମାନଙ୍କର ଟେଷ୍ଟ କରାଯିବ। ଯଦି ରିପୋର୍ଟ ନେଗେଟିଭ ବାହାରିବ, ତେବେ ସେମାନଙ୍କୁ ଓଡିଶା ଅଣାଯିବ। ନଚେତ ସେଠାରେ ହିଁ ଚିକିତ୍ସା କରାଇବା ଲାଗି କୋର୍ଟ କହିଥିଲେ। ହେଲେ କୋର୍ଟଙ୍କ ଅର୍ଡର କପି ସରକାରଙ୍କ ହସ୍ତଗତ ହୋଇନାହିଁ। ଅର୍ଡର କପି ପାଇବା ପରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।”

ମନ୍ତ୍ରୀ ଆହୁରି କହିଛନ୍ତି, “ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଓଡ଼ିଶା ଆସିବାକୁ ରେଜିଷ୍ଟେସନ କରିଛନ୍ତି। ଅନେକ ପ୍ରବାସୀ  ବାହାରୁ ଆସି ଓଡ଼ିଶାରେ ପହଞ୍ଚି ସାରିଲେଣି। ଯେଉଁମାନେ ଆସିବେ ସେମାନଙ୍କୁ ରଖିବା ସହ ଉପଯୁକ୍ତ ଯତ୍ନ ନେବା ନିମନ୍ତେ  ଆମେ ପ୍ରସ୍ତୁତ ଅଛୁ। ଓଡ଼ିଶାରେ ୬୭୯୫ ପଞ୍ଚାୟତରେ ପ୍ରାୟ ୧୪ ହଜାର ଟେମ୍ପରାରି ମେଡିକାଲ କ୍ୟାମ୍ପ ପ୍ରସ୍ତୁତ ହୋଇଅଛି। ଏହାସହ ପାଞ୍ଚ ଲକ୍ଷ ବେଡ୍ ପ୍ରସ୍ତୁତ ଅଛି।”

Related story