ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ମନେ ପଡିଛନ୍ତି ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ର। ପୂର୍ବତନ ଏମ୍‌ଏଲ୍‌ଏ ତଥା କାକଟପୁରର ପୂର୍ବତନ ଏମ୍‌ଏଲଏ ସୁର ନାୟକଙ୍କ ମୁହଁରୁ ଶୁଭିଛି ପ୍ୟାରୀଙ୍କ ନାଁ। ହେଲେ ସେ କାହାକୁ ଇଙ୍ଗିତ କରି ପ୍ୟାରୀ ବୋଲି କହିଛନ୍ତି ସେକଥା ଖୋଲି କହିଲେନି। ଗଣମାଧ୍ୟମ ଏ ସମ୍ପର୍କରେ ପଚାରିଲେବି କଥା ଢୋକିଦେଲେ ସୁର। ବିଜେଡିରେ ଦ୍ୱିତୀୟ ପ୍ୟାରୀମୋହନ ମହାପାତ୍ର କିଏ ? ଯାହାଙ୍କ ନେତୃତ୍ୱରେ ଦଳ ବର୍ତ୍ତମାନ ପରିଚାଳିତ ହେଉଛି ? ଦଳର ବରିଷ୍ଠ</p> <p>ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ଏହି ଚାଞ୍ଚଲ୍ୟକର ବୟାନ୍ ଏବେ ଏମିତି କିଛି ପ୍ରଶ୍ନ ସୃଷ୍ଟି କରିଛି । ପୁରୀ ଜିଲ୍ଲା କାକଟପୁର ନିର୍ବାଚନମଣ୍ଡଳୀର ଧୂମାଳ ପଞ୍ଚାୟତରେ ବିଜେଡିର କିଛି କର୍ମୀଙ୍କୁ ନେଇ ଶନିବାର ଅନୁଷ୍ଠିତ ହୋଇଥିଲା ଏକ ବୈଠକ। ଏହି ବୈଠକରେ ବର୍ଷିଥିଲେ ବରିଷ୍ଠ ବିଜେଡି ନେତା ସୁର ନାୟକ। ସ୍ଥାନୀୟ ବିଧାୟକ ଏବଂ ନାଁ ନନେଇ ତୃତୀୟ ମହଲାର ଜଣେ IASଙ୍କ ଉପରେ ବର୍ଷିଛନ୍ତି ସୁର। ତାସହ କହିଛନ୍ତି ବର୍ତ୍ତମାନ ଦଳରେ ଦ୍ୱିତୀୟ ପ୍ୟାରୀଙ୍କ ଆବିର୍ଭାବ ହୋଇଛି । ଯାହାଙ୍କ ପାଇଁ ସବୁ ଛାରଖାର ହୋଇଗଲାଣି। ତେବେ ସୁରଙ୍କ ଇଙ୍ଗିତ କେଉଁ ଆଡକୁ, ତାହା ସ୍ପଷ୍ଟ ବୁଝି ହେଉଥିଲେ ମଧ୍ୟ ସେ ସଂପୃକ୍ତ ବ୍ୟକ୍ତିଙ୍କ ନାଁ ନେବାକୁ ମନା କରିଦେଇଛନ୍ତି । ତାସହ କହିଛନ୍ତି ଆଗାମୀ ନିର୍ବାଚନରେ ଯଦି କାକଟପୁରର ସ୍ଥାୟୀ ବାସିନ୍ଦାଙ୍କୁ ପ୍ରାର୍ଥୀ କରା ନ ଯାଏ, ତେବେ ପରିଣାମ ଭୟାବହ ହେବ। ଏଣେ ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ, କିଛି କହିବାକୁ ମନା କରିଦେଇଛନ୍ତି ବିଜେଡି ମୁଖପାତ୍ର ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।