Advertisment

କାହା ଭୁଲରୁ ହିତାଧିକାରୀ ‘ଅଯୋଗ୍ୟ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଯୋଗ୍ୟ ହିତାଧିକାରୀ ନାଁରେ ଏବେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ୧୮.୬୭ଲକ୍ଷ ଓ ‘କାଳିଆ’ ଯୋଜନାରୁ ୩.୪୧ଲକ୍ଷ ଲୋକ ସରକାରୀ ସୁବିଧାରୁ ବଞ୍ଚିତ ହେବେ। ଆଗାମୀ ଦିନରେ ଏହି ‘ଅଯୋଗ୍ୟ’ ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାର ଆଶଙ୍କା ରହିଛି। ତେବେ କାହା ଭୁଲରୁ ଏତେ ପରିମାଣର ଲୋକ ଦୀର୍ଘଦିନ ଧରି ସରକାରୀ ଯୋଜନାର ଲାଭ ପାଉଥିଲେ ଓ କେଉଁ ଗଣିତ ଆଧାରରେ ଗତବର୍ଷ ଗାନ୍ଧି ଜୟନ୍ତୀରେ ରାଜ୍ୟ ସରକାର ‘ନିଜସ୍ୱ ଖାଦ୍ୟ ଯୋଜନା’ ଆରମ୍ଭ […]

ଅଦ୍ୟତନ ହୋଇଛି
ମୁଁ ଚାହେଁ ଅନ୍ନଦାତାମାନେ ଭଲରେ ରୁହନ୍ତୁ: ନବୀନ

kalia

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଯୋଗ୍ୟ ହିତାଧିକାରୀ ନାଁରେ ଏବେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ୧୮.୬୭ଲକ୍ଷ ଓ ‘କାଳିଆ’ ଯୋଜନାରୁ ୩.୪୧ଲକ୍ଷ ଲୋକ ସରକାରୀ ସୁବିଧାରୁ ବଞ୍ଚିତ ହେବେ। ଆଗାମୀ ଦିନରେ ଏହି ‘ଅଯୋଗ୍ୟ’ ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାର ଆଶଙ୍କା ରହିଛି। ତେବେ କାହା ଭୁଲରୁ ଏତେ ପରିମାଣର ଲୋକ ଦୀର୍ଘଦିନ ଧରି ସରକାରୀ ଯୋଜନାର ଲାଭ ପାଉଥିଲେ ଓ କେଉଁ ଗଣିତ ଆଧାରରେ ଗତବର୍ଷ ଗାନ୍ଧି ଜୟନ୍ତୀରେ ରାଜ୍ୟ ସରକାର ‘ନିଜସ୍ୱ ଖାଦ୍ୟ ଯୋଜନା’ ଆରମ୍ଭ କରିଥିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Advertisment

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଗତକାଲି ଘୋଷଣା କରିଥିବା ରାଜ୍ୟ ସରକାର ଆଜି ‘କାଳିଆ’ ଯୋଜନାର ଅଯୋଗ୍ୟଙ୍କୁ ବାଦ୍ ଦେବା କଥା କହିଛନ୍ତି। ଏପରିକି ‘କାଳିଆ’ ଯୋଜନାରୁ ଯେଉଁମାନେ ସୁବିଧା ନେଇଛନ୍ତି ସେମାନଙ୍କଠୁ ଟଙ୍କା ଭରଣା କରାଯିବ ବୋଲି ରୋକଠୋକ୍ ଭାବେ ଶୁଣାଇଛନ୍ତି। ବିଶେଷକରି ନିଜର ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ବିଜେଡି ସରକାର ‘ଟଙ୍କାକିଆ ଚାଉଳ ଓ କାଳିଆ ଯୋଜନାକୁ ସମ୍ବଳ କରିଥିବାବେଳେ ଏବେ ନିର୍ବାଚନ ସରିଯାଇଥିବାରୁ ଅଯୋଗ୍ୟ ହିତାଧିକାରୀ ନାଁ’ରେ ବହୁ ଅଯୋଗ୍ୟଙ୍କୁ ବାଦ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ‘ଅଯୋଗ୍ୟ’ ଚିହ୍ନଟ ପ୍ରକ୍ରିୟାକୁ ନେଇ ଏବେ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଲାଣି। କାରଣ ଏହି ଅଯୋଗ୍ୟ ତାଲିକାରେ ତୃଣମୂଳସ୍ତରରେ ବିରୋଧୀ ବିଜେପି ଓ କଂଗ୍ରେସ ସମର୍ଥିତ ଲୋକଙ୍କ ସଂଖ୍ୟା ଅଧିକ ଥିବାବେଳେ ବିଜେଡି କର୍ମୀଙ୍କ ସଂଖ୍ୟା ଖୁବ ନଗଣ୍ୟ । ଦଳମତ ନିର୍ବିଶେଷରେ ସରକାର ସ୍ପଷ୍ଟ ଆଭିମୁଖ୍ୟ ପୋଷଣ କରିନଥିଲେ ମଧ୍ୟ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏପର୍ଯ୍ୟନ୍ତ ନିଜର ସ୍ୱର ଶାଣିତ କରିନାହାନ୍ତି।

ସାଧାରଣ ନିର୍ବାଚନବେଳେ ‘ଯୋଗ୍ୟ-ଅଯୋଗ୍ୟ’ର ବାଛବିଚାର ନକରି ‘କାଳିଆ’ ଯୋଜନାରେ ସମସ୍ତଙ୍କୁ ସାମିଲ କରିବାକୁ ଅଲିଖିତ ନିର୍ଦ୍ଦେଶ ଦେଇଥିବା ବିଜେଡି ସରକାରର ଏହି ‘ଦୋମୁହାଁ ନୀତି’ ହିଁ ସାଧାରଣ ଲୋକଙ୍କ ପଛରେ ‘ଅଯୋଗ୍ୟ’ ଷ୍ଟାମ୍ପ୍ ଲଗାଇଛି । ବିଜେଡି ଏବେ ରାଜ୍ୟବ୍ୟାପୀ ନିଜର ସଭ୍ୟ ସଂଗ୍ରହ ଅଭିଯାନ ସହ କର୍ମୀ ସମ୍ମିଳନୀ କରୁଥିବାରୁ ‘ଅଯୋଗ୍ୟ ହିତାଧିକାରୀ’ଙ୍କୁ ଏହା ମାଧ୍ୟମରେ ନିଜ ସହ ଯୋଡ଼ିବା ପାଇଁ ବି ଅପୂର୍ବ ସୁଯୋଗ ପାଇଛି।

Advertisment

୨୦୧୫ ମସିହାରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଟଙ୍କାକିଆ ଚାଉଳ ଦେବାର ବାହାବା ନେଉଥିବା ରାଜ୍ୟ ସରକାର ୧୮.୬୭ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ କିଭଳି ଏହି ସ୍କିମରେ ସାମିଲ କରାଇଥିଲେ। କାହା ଭୁଲରୁ କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଏତେ ଦିନ ଧରି ଅଯୋଗ୍ୟ ଲୋକମାନେ ଚାଉଳ ଓ ଗହମ ନେବାର ସୁଯୋଗ ପାଇଥିଲେ। ଓଡ଼ିଶାରେ ଏହି ଯୋଜନା ଆରମ୍ଭ ହେବାବେଳେ ରାଜନୀତିକ କାରଣରୁ ‘ଅଯୋଗ୍ୟ’ଙ୍କୁ ଛୁଇଁବାକୁ ବିଜେଡି ସାହାସ କଲାନି ଓଲଟା ସରକାର ତଣ୍ଡ ଗଣିଲେ । ସାଧାରଣ ନିର୍ବାଚନକୁ ଆଖିରେ ରଖି ରାଜ୍ୟ ରାଜକୋଷ ପାଣ୍ଠିରେ ବିଜେଡି ସରକାର ‘ନିଜସ୍ୱ ଖାଦ୍ୟ ଯୋଜନା’ ଆଣିବା ପୂର୍ବରୁ କାହିଁକି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ଯାଞ୍ଚ କଡ଼ାକଡ଼ି କରାଗଲାନି। ଯଦିଓ ଖାଦ୍ୟ ସୁରକ୍ଷା କମିଶନର ବାରମ୍ବାର ଏନେଇ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଥିଲେ।

ଏବେ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ୧୬.୦୪ଲକ୍ଷ  ଲୋକଙ୍କୁ ସାମିଲ କରିଥିବା କଥା ରାଜ୍ୟ ସରକାର କହୁଥିବାବେଳେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ୧୮.୬୭ଲକ୍ଷ ଅଯୋଗ୍ୟ ବାଦ୍ ପଡ଼ିଲେଣି। ତା’ଛଡ଼ା ମୃତକଙ୍କୁ ହିସାବକୁ ନେଲେ ଏହି ବାଦ୍ ପଡ଼ିବା ସଂଖ୍ୟା ୨୦ଲକ୍ଷ ଛୁଇଁବ। ତେଣୁ ନିଜସ୍ୱ ଯୋଜନା ନାଁରେ ରାଜ୍ୟ ରାଜକୋଷରୁ ଅଯଥାରେ କାହିଁକି ଅର୍ଥ ଖର୍ଚ୍ଚ କରିବା ଭଳି ତୋଗଲକୀ ନିଷ୍ପତ୍ତି ନେଲେ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଯୋଗ୍ୟ ହିତାଧିକାରୀ ଯାଞ୍ଚ କରି ଯୋଗ୍ୟ ଗରିବ ଲୋକଙ୍କୁ ସାମିଲ କରାଯାଇ ପାରିଥାନ୍ତା ଓ ନିଜସ୍ୱ ଯୋଜନା ନାଁରେ ଅଯଥାରେ ରାଜକୋଷରୁ ଅର୍ଥ ଖର୍ଚ୍ଚ ହୋଇନଥାନ୍ତା।

ପଞ୍ଚମ ପାଳି ସରକାରକୁ ଆସିବାପରେ ପ୍ରତିଟି କଥାରେ ‘ଫାଇଭ୍-ଟି’ ର ଉଦାହରଣ ଦେଉଥିବା ବିଜେଡି ସରକାର ପ୍ରତ୍ୟେକଟି ଲୋକାଭିମୁଖୀ ଯୋଜନାକୁ ଏସଇସିସି ଡାଟା ଓ ଆଧାର ସହ ଲିଙ୍କ୍ କରାଇଲେ ରାଜକୋଷ ଅର୍ଥର ଏଭଳି ବାଟମାରଣା ବହୁ ପରିମାଣରେ ହ୍ରାସ ପାଆନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe