କାଳିଆ ଟଙ୍କାରେ କିଏ ଯାଇଥିଲେ ୟୁରୋପ୍‌?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ତାଙ୍କ ଅର୍ଥକୁ କିଏ କିଏ ଓ କାହିଁକି ପ୍ରାଇଭେଟ୍‌ ବ୍ୟାଙ୍କରେ ରଖିଲା? ଏହାକୁ ନେଇ ଆଜି ବିଧାନସଭା ହୋଲ୍‌ସ୍ତୋଲ୍‌ ହୋଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଶ୍ରୀମନ୍ଦିର ଟଙ୍କା ୟେସ୍‌ ବ୍ୟାଙ୍କରେ ଜମା କରିବା ପରେ ମିଳିଥିବା କମିଶନ୍‌ଅର୍ଥରେ ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ସାହୁ ଓ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ୟୁରୋପ୍‌ ଗସ୍ତରେ […]

jagannath-temple

jagannath-temple

Manoranjan Sial
  • Published: Thursday, 12 March 2020
  • Updated: 12 March 2020, 04:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ତାଙ୍କ ଅର୍ଥକୁ କିଏ କିଏ ଓ କାହିଁକି ପ୍ରାଇଭେଟ୍‌ ବ୍ୟାଙ୍କରେ ରଖିଲା? ଏହାକୁ ନେଇ ଆଜି ବିଧାନସଭା ହୋଲ୍‌ସ୍ତୋଲ୍‌ ହୋଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଶ୍ରୀମନ୍ଦିର ଟଙ୍କା ୟେସ୍‌ ବ୍ୟାଙ୍କରେ ଜମା କରିବା ପରେ ମିଳିଥିବା କମିଶନ୍‌ଅର୍ଥରେ ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ସାହୁ ଓ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ୟୁରୋପ୍‌ ଗସ୍ତରେ ଯାଇଥିଲେ ବୋଲି ମୋହନ ମାଝୀ କହିଛନ୍ତି।

ବିରୋଧି ଦଳ ମୁଖ୍ୟ ସଚେତନ ମୋହନ ମାଝୀ କହିଛନ୍ତି, “ଅଧିକା ସୁଧ ପାଇବା ଆଶାରେ ଜାତୀୟକରଣ ବ୍ୟାଙ୍କରୁ ଶ୍ରୀମନ୍ଦିର ଟଙ୍କା ଉଠାଇ ୟେସ୍‌ ବ୍ୟାଙ୍କରେ ରଖିଥିଲେ ସରକାର। ଏହା ଭିତରେ ୟେସ୍‌ ବ୍ୟାଙ୍କର ଅବସ୍ଥା ଖରାପ ହୋଇଯାଇଥିଲା। ଏହା ଜାଣି ସରକାର ଚାହିଁଥିଲେ ଗତ ଡିସେମ୍ୱରରୁ ଟଙ୍କା ଉଠାଇ ପାରିଥାଆନ୍ତେ। ଯେମିତି ତିରୁପତି ଟ୍ରଷ୍ଟ ଟଙ୍କା ଉଠାଇଥିଲା। କିନ୍ତୁ ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ ତାହା କଲେନାହିଁ। ଯେଉଁଥିପାଇଁ ଶ୍ରୀମନ୍ଦିର ଟଙ୍କା ବୁଡ଼ିବାକୁ ଯାଉଛି। ୟେସ୍‌ ବ୍ୟାଙ୍କରେ ଟଙ୍କା ଜମା ରଖିବାରେ ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ସାହୁ ଓ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ପ୍ରମୁଖ ଭୂମିକା ନେଇଛନ୍ତି। ୟେସ୍‌ ବ୍ୟାଙ୍କରୁ ମିଳିଥିବା କମିଶନ ଟଙ୍କାରେ ଦୁଇ ଜଣ ୟୁରୋପ ଗସ୍ତ କରିଥିଲେ। ଏକଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ଉଠାଇଥିଲେ। ଯେଉଁଥିପାଇଁ ତାଙ୍କୁ ଶ୍ରୀମନ୍ଦିର ପରିଚାଳନା ଅର୍ଥ ସବ୍‌କମିଟିରୁ କାଢ଼ି ଦିଆଯାଇଥିଲା।”

ଅନ୍ୟପକ୍ଷରେ ୟେସ୍‌ ବ୍ୟାଙ୍କରେ ୫୪୫ କୋଟି ପ୍ରସଙ୍ଗରେ ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, “ପରିଚାଳନା କମିଟି ବୈଠକରେ ୟୁରୋପ ଗସ୍ତ କଥା ମୁଁ କହିନାହିଁ। ୟେସ୍ ବ୍ୟାଙ୍କରେ କାହିଁକି ଟଙ୍କା ରଖାଗଲା ବୋଲି ମୁଁ ପ୍ରଶ୍ନ କରିଥିଲି? ୟେସ୍‌ ବ୍ୟାଙ୍କରେ ଟଙ୍କା ଜମା ନେଇ ଗଜପତି ମଧ୍ୟ ବିସ୍ମିତ ହୋଇଥିଲେ। ଅର୍ଥ ସବ୍‌ କମିଟି ମୁଖ୍ୟ ବିଜୟ ସାହୁ କାହିଁକି ସଠିକ ପରାମର୍ଶ ଦେଲେନି? ବ୍ୟାଙ୍କର ଦେବାଳିଆ ସ୍ଥିତି ସଂପର୍କରେ ବିଜୟ ସାହୁ କାହିଁକି କହିଲେନି? ବ୍ୟାଙ୍କରୁ କେବଳ କାହିଁକି ୪୭ କୋଟି ଉଠିଲା, ସବୁ ଟଙ୍କା କାହିଁକି ଉଠାଗଲାନି? ଅର୍ଥ ସବ୍‌ କମିଟିର ଏବେ ବି ମୁଁ ଅଛି, ମୋତେ କାଢ଼ି ଦିଆଯାଇ ନାହିଁ।”

ତେବେ ଶ୍ରୀ ମାଝୀଙ୍କ ଆରୋପକୁ ଖଣ୍ଡନ କରିଛନ୍ତି ବିଜୟ ସାହୁ। ସେ କହିଛନ୍ତି-“ଅଭିଯୋଗ ଭିତ୍ତିହୀନ ଓ କପୋଳକଳ୍ପିତ। ମୁଁ ୨୦୧୯ରେ ୟୁରୋପ ଯାଇନି କି ତାଙ୍କ ସହ କେବେ ଯାତ୍ରା କରିନି। ଲୋକଙ୍କ ଉପରେ ମୋର ବିଶ୍ୱାସ ରହିଛି।”

ଅନ୍ୟପକ୍ଷରେ ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଅର୍ଥ ରଖିବା ପ୍ରସଙ୍ଗରେ ରାଜ୍ୟ ସରକାର ହାତ ଝାଡି ଦେଇଛନ୍ତି।  ଗୃହରେ ଉତ୍ତର ରଖି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ କହିଛନ୍ତି ଯେ, ଶ୍ରୀମନ୍ଦିର ଅର୍ଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ପରିଚାଳିତ ହୋଇଥାଏ। ଏଥିରେ ସରକାର ହସ୍ତକ୍ଷେପ କରନ୍ତି ନାହିଁ। ଅଧିକ ସୁଧ ଆଶାରେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଶ୍ରୀମନ୍ଦିର ଅର୍ଥ ୟେସ୍‌ ବ୍ୟାଙ୍କରେ ଜମା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଅର୍ଥ ଜମା ପୂର୍ବରୁ ମନ୍ଦିର ପ୍ରଶାସନ ଦ୍ୱାରା ବ୍ୟାଙ୍କ ଚୟନ କରାଯାଇଥିଲା। କୋଟେସନ ମାଧ୍ୟମରେ ସିଡ୍ୟୁଲ୍‌ ବ୍ୟାଙ୍କଠାରୁ ପ୍ରସ୍ତାବ ଆହ୍ୱାନ ହୋଇଥିଲା। ଏଥିପାଇଁ ୧୨ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ। ୟେସ୍‌ ବ୍ୟାଙ୍କ ସୁଧ ସର୍ବାଧିକ ୮.୬୧% ଥିଲା। ୟେସ୍ ବ୍ୟାଙ୍କର ସୁଧହାର ସର୍ବାଧିକ ଥିବାରୁ ବର୍ଷକ ପାଇଁ ଟଙ୍କା ଜମା ହୋଇଥିଲା ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ।

ଏବେ ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ପ୍ରଶାସନର ୫୪୫ କୋଟି ଗଚ୍ଛିତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos