କଂଗ୍ରେସରେ କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ଶ୍ରୀକାନ୍ତ-ନିରଞ୍ଜନ ତୁତୁ ମେଁମେଁ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଓଡ଼ିଆରେ ଗୋଟେ ଢଗ  ଅଛି। ମୂଳରୁ.. ନାହିଁ। ପୁଅ ନାଁ ଗୋପାଳିଆ। ଏବେ ଏହି ଢଗଟି ରାଜ୍ୟ କଂଗ୍ରେସ ରାଜନୀତି ସହ ମେଳ ଖାଇ ଯାଉଛି। ଦଳ ଆଗକୁ ଶାସନ କ୍ଷମତାକୁ  ଆସୁ କି ନ ଆସୁ  କିନ୍ତୁ ଚିନ୍ତା ମୁଖ୍ୟମନ୍ତ୍ରୀ ଆସନକୁ ନେଇ। ସେପଟେ ଘରେ ନପଶୁଣୁ ଚାଳ ବାଜିଲାଣି। ପିସିସି ମୁଖିଆ ଭାବେ ନିରଞ୍ଜନ ଦାୟିତ୍ୱ ନେବାର ୧୦ଦିନ ନ ଯାଉଣୁ ଇସ୍ତାହାର କମିଟି ମୁଖ୍ୟ ଶ୍ରୀକାନ୍ତ ଜେନା, ଓବିସିରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦେଇଥିବା ପ୍ରସ୍ତାବ ବିବାଦର କଳିମଞ୍ଜି ଭଳି ମନେ ହେଉଛି।  ତେବେ ଏଥର କଂଗ୍ରେସ ମେନିଫୋଷ୍ଟୋ ଗାଁ ଲୋକେ ହିଁ କରିବେ ବୋଲି ସଫା ସଫା କହିଛନ୍ତି ନିରଞ୍ଜନ । ବିଜେଡି କହିଛି କ୍ଷମତାକୁ ଆସିବାକୁ କଂଗ୍ରେସ ଜାତିଭିତ୍ତିକ କାର୍ଡ ଖେଳୁଛି। ବିଧାନସଭା ନିର୍ବାଚନ ଆହୁରି ବର୍ଷେ ବାକି ଅଛି, ଦଳ କ୍ଷମତାକୁ ଆସିବ କି ନାହିଁ ତାହା ବି ଅସ୍ପଷ୍ଟ।  ଏଣେ କିନ୍ତୁ କଂଗ୍ରେସରେ ଆରମ୍ଭ ହୋଇଗଲାଣି ମୁଖ୍ୟମନ୍ତ୍ରୀତ୍ୱକୁ ନେଇ ବିବାଦ।

୨୦୧୯ରେ ଦଳ କ୍ଷମତାକୁ ଆସିଲେ ଓବିସି ସଂପ୍ରଦାୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଓ ୨ଜଣ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଆଦିବାସୀ ଓ ଜଣେ ଅନୁସୂଚିତ ଜାତି ବର୍ଗରୁ କରିବାକୁ ରାଜ୍ୟ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ଶ୍ରୀକାନ୍ତ ଜେନା,ଏଆଇସିସି ଓ ପିସିସି ସଦସ୍ୟଙ୍କୁ ପ୍ରସ୍ତାବ ଦେଇଛନ୍ତି।  ଆଉ ଏହି ଚିଠିକୁ ନେଇ ଉଠିଛି ବିବାଦ।  ଏହା କେବଳ ଦଳ ଭିତରେ ବିଭାଜନର ମଞ୍ଜି ପୋତିନି ବରଂ କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କଲାଭଳି ହୋଇଛି।

ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ସିଧାସଳଖ ଶ୍ରୀକାନ୍ତଙ୍କ ଏ ପ୍ରସ୍ତାବକୁ ନାପସନ୍ଦ କରିଛନ୍ତି। କହିଛନ୍ତି ଭୁବନେଶ୍ୱରରେ ବସି ନୁହଁ ବରଂ ଗାଁ ଲୋକଙ୍କ ମତକୁ ନେଇ ତିଆରି ହେବ କଂଗ୍ରେସ ମେନିଫେଷ୍ଟୋ ପିସିସି କୋର କମିଟି ଅଧ୍ୟକ୍ଷ ଜୟଦେବ ଜେନା କହିଛନ୍ତି ଯେ, ଆଗ ଦଳ କ୍ଷମତାକୁ ଆସୁ, କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନିଷ୍ପତ୍ତି ହାଇକମାଣ୍ଡଙ୍କର। ଅନ୍ୟପଟେ ନିରଞ୍ଜନ ପଟ୍ଟନାୟକ ରାଜ୍ୟ କଂଗ୍ରେସ ସଂଗଠନର ଭାର ସମ୍ଭାଳିବାର ମାତ୍ର ୧୦ ଦିନ ପୂରିନି କି ଇସ୍ତାହାର କମିଟି ବି ମୂଳରୁ ଗଠନ ହୋଇନି ଏଣେ କିନ୍ତୁ ଶ୍ରୀକାନ୍ତଙ୍କ ଏଭଳି ପ୍ରସ୍ତାବ ସମ୍ପର୍କିତ ଚିଠିକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

ସେପଟେ ଦଳର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ କହିଛନ୍ତି, ଏବେଠୁ  ଏଭଳି ଚିନ୍ତା ଅପରିପକ୍ୱ । ସେପଟେ କିନ୍ତୁ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛି ବିଜେଡି । କହିଛି କ୍ଷମତାକୁ ଆସିବାକୁ କଂଗ୍ରେସ ଜାତିଭିତ୍ତିକ କାର୍ଡ ଖେଳୁଛି। ଏବେ ଦେଖିବାର କଥା ଶ୍ରୀକାନ୍ତଙ୍କ କଳିମଞ୍ଜି ଆଗକୁ କଂଗ୍ରେସର ନୂଆ ଟିମ୍ ପାଇଁ କଣ ଅଡ଼ୁଆ ସୃଷ୍ଟି କରୁଛି।

Ordigital Desk
• Published: Saturday, 28 April 2018
• Updated: 28 April 2018, 08:32 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos