ରେସ୍‌ରେ ଏମାନେ, ଅଭିମାନ କଲେ ଜୟନାରାୟଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନୂଆ ବର୍ଷରେ ରାଜ୍ୟ ବିଜେପିର ହେବେ ନୂଆ ମଙ୍ଗୁଆଳ। ଏଥିପାଇଁ ଚାଲିଛି ଜୋରଦାର କସରତ । ଏଥର ଉପକୂଳ ନା ପଶ୍ଚିମ ଓଡିଶା, ଅବା ଅଭିଜ୍ଞତା କିମ୍ବା ଯୁବ ଚେହେରାଙ୍କୁ ମିଳିପାରେ ଗରୁତ୍ୱ ତାକୁ ନେଇ ବି ଆରମ୍ଭ ହୋଇଛି ଅଙ୍କକଷା । ଜିଲ୍ଲା ସଭାପତି ନିର୍ବାଚନ ସରିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଥିବାବେଳେ ବିଧାୟକ ଜୟନାରାୟଣ ମିଶ୍ର ତୀର୍ଯ୍ୟକ୍ ମନ୍ତବ୍ୟ ଦେଇ କହିଛନ୍ତି ତାଙ୍କୁ ବିରୋଧୀଦଳ ନେତା ତ କରାଗଲା ନାହିଁ ସଭାପତି […]

c-9087

Tapas Behera
  • Published: Monday, 16 December 2019
  • , Updated: 16 December 2019, 08:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନୂଆ ବର୍ଷରେ ରାଜ୍ୟ ବିଜେପିର ହେବେ ନୂଆ ମଙ୍ଗୁଆଳ। ଏଥିପାଇଁ ଚାଲିଛି ଜୋରଦାର କସରତ । ଏଥର ଉପକୂଳ ନା ପଶ୍ଚିମ ଓଡିଶା, ଅବା ଅଭିଜ୍ଞତା କିମ୍ବା ଯୁବ ଚେହେରାଙ୍କୁ ମିଳିପାରେ ଗରୁତ୍ୱ ତାକୁ ନେଇ ବି ଆରମ୍ଭ ହୋଇଛି ଅଙ୍କକଷା । ଜିଲ୍ଲା ସଭାପତି ନିର୍ବାଚନ ସରିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଥିବାବେଳେ ବିଧାୟକ ଜୟନାରାୟଣ ମିଶ୍ର ତୀର୍ଯ୍ୟକ୍ ମନ୍ତବ୍ୟ ଦେଇ କହିଛନ୍ତି ତାଙ୍କୁ ବିରୋଧୀଦଳ ନେତା ତ କରାଗଲା ନାହିଁ ସଭାପତି କ’ଣ କରାଯିବ।

କୁହାଯାଉଛି ଦଳର ଗୋଟିଏ ଗୋଷ୍ଠୀ ଜଣେ ଅଭିଜ୍ଞ ନେତାଙ୍କୁ ଏହି ଦାୟିତ୍ୱ ଦେବାକୁ ଚାହୁଁଥିବାବେଳେ ଦଳ ଆଉ ଏକ ଗୋଷ୍ଠୀ ଯୁବ ଚେହେରାଙ୍କୁ ଗରୁତ୍ୱ ଦେବାକୁ ଲବି ଆରମ୍ଭ କରିଛନ୍ତି।  ତେବେ ରେସ୍‌ରେ ପଶ୍ଚିମ ଓଡିଶାର ସାଂସଦ ସୁରେଶ ପୂଜାରୀ ଓ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ଅଛନ୍ତି । ଠିକ୍ ସେହିଭଳି ଭାବେ ଉପକୂଳ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ , ବିଷ୍ଣୁ ସେଠୀ ଆଦି ଚର୍ଚ୍ଚାରେ ରହିଛନ୍ତି।ତେବେ ରାଜ୍ୟ ସଭାପତି ଚୟନ ପାଇଁ  କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନରେନ୍ଦ୍ର ସିଂ ତୋମାର ଓ ରାଜୀବ ପ୍ରତାପ ରୁଡିଙ୍କୁ ଦାୟିତ୍ୱ ମିଳିଛି ।  ଏହି ଦୁଇ ପର୍ଯ୍ୟବେକ୍ଷକ ଆସି ରାଜ୍ୟର ବରିଷ୍ଠ ନେତାଙ୍କମାନଙ୍କ ସହ ଆଲୋଚାନ କରି ଚୂଡାନ୍ତ ନିଷ୍ପତ୍ତି ନେବେ।  ସେପଟେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି  ତାଙ୍କୁ ତ’ ବିରୋଧୀ ଦଳ ନେତା କଲେ ନାହିଁ । ରାଜ୍ୟ ସଭାପତି କଣ କରିବେ ?  ତେବେ କେନ୍ଦ୍ର ନେତୃତ୍ୱ ହିଁ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି। ସେପଟେ ଜିଲ୍ଲା ସଭାପତି ନେଇ ‌ଆଜି ୧୬ଟି ସାଙ୍ଗଠନିକ ଜିଲ୍ଲା ପାଇଁ ନିର୍ବାଚନ ହୋଇଛି ।  ଗତକାଲି ୧୭ଟି ଜିଲ୍ଲା ପାଇଁ ମଧ୍ୟ ନିର୍ବାଚନ ହୋଇଥିଲା।

ରାଜ୍ୟସ୍ତରୀୟ ନେତା, ଜିଲ୍ଲା ସ୍ତରୀୟ ନେତାଙ୍କ ବୈଠକ ଓ ଅନ୍ୟମାନେ ବୈଠକ ବସି ଜିଲ୍ଲା ସଭାପତି ଚୂଡାନ୍ତ କରାଯାଉଛି।  ତେବେ ପ୍ରସ୍ତୁତ ହୋଇଥିବା ତାଲିକା ଦିଲ୍ଲୀକୁ ପଠାଯାଇଛି। କିନ୍ତୁ ଭୁବନେଶ୍ୱର, ବଲାଙ୍ଗିର, ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଅଙ୍କ ଛିଣ୍ଡି ପାରୁ ନଥିବା ଚର୍ଚ୍ଚା ହେଉଛି। ଏସବୁ ମାନସମନ୍ଥନ ଭିତରେ ଆଶା କରାଯାଉଛି ନୂଆ ବର୍ଷରେ ରାଜ୍ୟ ବିଜେପିର ନୂଆ ସଂଗଠନ ସାମ୍ନାକୁ ଆସିବ।

Related story