ଓଡ଼ିଶାକୁ ଟିକା ଆସିଲେ ଆଗ କାହାକୁ ମିଳିବ, ଆଗ ତାଲିକାରେ କିଏ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କରୋନାଠୁ ମୁକ୍ତି ଲାଗି ଏଯାଏଁ ସ୍ପଷ୍ଟ ହୋଇନି ଟିକାର ଚିତ୍ର । ଭାକସିନ୍ କେବେ ଆସିବ ତାକୁ ପୁରା ଦେଶବାସୀଙ୍କ ଅପେକ୍ଷା । ହେଲେ ତା’ପୂର୍ବରୁ ସମ୍ମୁଖ କରୋନା ଯୋଦ୍ଧାଙ୍କ ତାଲିକା ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ନିର୍ବାଚନକୁ ଆଖିରେ ସରକାର ଏ ପଦକ୍ଷେପ ନେଇଥିବା କଂଗ୍ରେସ ଅଭିଯୋଗ ଆଣିଥିବା ବେଳେ ସେପଟେ ଫ୍ରଣ୍ଟ ଲାଇନ୍ ଓ୍ୱାରିଅର ପୋଲିସ କର୍ମଚାରୀଙ୍କ […]

n789

n789

Tapas Behera
  • Published: Saturday, 24 October 2020
  • Updated: 24 October 2020, 07:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କରୋନାଠୁ ମୁକ୍ତି ଲାଗି ଏଯାଏଁ ସ୍ପଷ୍ଟ ହୋଇନି ଟିକାର ଚିତ୍ର । ଭାକସିନ୍ କେବେ ଆସିବ ତାକୁ ପୁରା ଦେଶବାସୀଙ୍କ ଅପେକ୍ଷା । ହେଲେ ତା’ପୂର୍ବରୁ ସମ୍ମୁଖ କରୋନା ଯୋଦ୍ଧାଙ୍କ ତାଲିକା ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ନିର୍ବାଚନକୁ ଆଖିରେ ସରକାର ଏ ପଦକ୍ଷେପ ନେଇଥିବା କଂଗ୍ରେସ ଅଭିଯୋଗ ଆଣିଥିବା ବେଳେ ସେପଟେ ଫ୍ରଣ୍ଟ ଲାଇନ୍ ଓ୍ୱାରିଅର ପୋଲିସ କର୍ମଚାରୀଙ୍କ କଥା ଚିଠିରେ ଉଲ୍ଲେଖ ନଥିବାରୁ ଏହାକୁ ନେଇ ବଢ଼ିଛି ଅସନ୍ତୋଷ।

ଓଡ଼ିଶାକୁ କେବେ ଆସିବ କରୋନା ଟିକା? କେଉଁଠୁ, କେତେ ପରିମାଣର ଓ କେଉଁ ଟିକା ପାଇବ ରାଜ୍ୟ? କରୋନା ମହାମାରୀ ଭିତରେ କଲବଲ ସାଧାରଣ ଜନତା କି ସରକାରଙ୍କ ପାଖରେ ଏ ଉତ୍ତର ନଥିବା ବେଳେ ଏପଟେ ଟିକା ଆସିଲେ ପ୍ରଥମେ କାହାକୁ ମିଳିବ, ତାକୁ ନେଇ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ ଗତକାଲି ରାଜ୍ୟ ସ୍ୱାସ୍ଥ୍ୟ ଅତିରିକ୍ତ ମୁଖ୍ୟ ଶାସନ ଜାରି କରିଛନ୍ତି ଦୁଇଟି ଚିଠି । ଗୋଟିଏ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ସଚିବ।  ଅନ୍ୟଟି IMA, ଆୟୁଷ ସଂଘ, ନର୍ସିଂ ଆସୋସିଏସନ୍ ଭଳି ୫ ସଂଗଠନ ମୁଖ୍ୟଙ୍କ ଉଦ୍ଦେଶରେ ଲେଖାଯାଇଛି। ମହିଳା ଓ ଶିଶୁ ବିକାଶ ବିକାଶ ବିଭାଗକୁ ଆସନ୍ତା ୨୫ ଓ ଅନ୍ୟ ୫ଟି ସଂଗଠନକୁ ୨୯ ତାରିଖ ସୁଦ୍ଧା ଡାଟାବେସ୍ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ସରକାରଙ୍କ ଏ ପ୍ରସ୍ତୁତି ପରେ ବିଭିନ୍ନ ସଂଗଠନ ସ୍ୱାଗତ କରିଛନ୍ତି । ତେବେ ଏ ଡାଟାବେସ୍ କେମିତି ପ୍ରସ୍ତୁତ ହେବ ତାକୁ ନେଇ ଦେଖା ଦେଇଛି ଦ୍ୱନ୍ଦ୍ୱ । ଟିକା ପ୍ରଥମେ କୋଭିଡ୍ ଡ୍ୟୁଟିରେ ଥିବା ଡାକ୍ତର ନା ସବୁ ଡାକ୍ତରଙ୍କୁ ମିଳିବ, ସେ ନେଇ ଚିଠିରେ କିଛି ଉଲ୍ଲେଖ ହୋଇନି । IMA କହିଛି ସଂଘ ଏହାର କାର୍ଯ୍ୟକାରୀ ପରିଷଦ ବୈଠକ ଡାକି ପ୍ରାଥମିକତା ଭିତ୍ତିରେ କାହାକୁ ପ୍ରଥମେ ଟିକା ମିଳିବ, ସେ ନିଷ୍ପତ୍ତି ନେବ । ସେହିଭଳି ଅଙ୍ଗନଓ୍ୱାଡ଼ି ସଂଘ ଟିକାର ନିରାପତ୍ତା ଓ ସରକାରଙ୍କ ଉତ୍ତରଦାୟିତ୍ୱ ଉପରେ ନିର୍ଭର କରିଥିବା ବେଳେ ଏତେ କମ୍ ସମୟରେ ଡାଟା ବେସ୍ ପ୍ରସ୍ତୁତ ହେବା କାଠିକର ପାଠ ବୋଲି କହିଛି । ରାଜ୍ୟ ଘରୋଇ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ୍ ଫୋରମ୍ ସେହିଭଳି ଚିଠିରେ ଫ୍ରଣ୍ଟ ଲାଇନ୍ ଓ୍ୱାରିୟର ପୋଲିସ କର୍ମଚାରୀଙ୍କ ବିଷୟରେ କିଛି ଉଲ୍ଲେଖ ନଥିବାରୁ କ୍ଷୋଭ ପ୍ରକାଶ କରିଛି ରାଜ୍ୟ ସିପାହୀ କନଷ୍ଟେବଳ ହାବିଲଦାର ମହାସଂଘ।

ଏପଟେ ମହାମାରୀ ବ୍ୟାପିବାର ଏତେ ଦିନ ପରେ ବି ବିଶ୍ୱର କୌଣସି ଗୋଟିଏ ସ୍ଥାନରେ ବିଶ୍ୱସ୍ତ ଓ ନିରାପଦ କରୋନା ଟିକା ବିକଶିତ ହୋଇପାରିନି । ତାପୂର୍ବରୁ ଟିକାକରଣର ଏ ପ୍ରାକ୍ ତାଲିକା ପ୍ରସ୍ତୁତି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି । କଂଗ୍ରେସ କେବଳ ନିର୍ବାଚନକୁ ଆଖି ଆଗରେ ଭୋଟ୍ ହାତେଇବାର ଏଇ ଭେଳିକି ବୋଲି ଦଳ ଅଭିଯୋଗ କରିଛି । କଂଗ୍ରେସର ଏ ଆକ୍ଷେପ ନେଇ ଜବାବ ରଖିଛନ୍ତି ଉଭୟ ବିଜେପି ଓ ବିଜେଡି।

ଦେଶରେ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ଆଧାରରେ ଗତକାଲି ରାଜ୍ୟ ସରକାର ଏହି ଚିଠି ଜାରି କରିଥିବା ବେଳେ ଏହାକୁ ସର୍ବାଧିକ ଗୁରୁତ୍ୱ ଦେଇ CVBMS ବା କରୋନା ଭ୍ୟାକ୍ସିନେସନ ବେନିଫିସିଆରି ମ୍ୟାନେଜମେଣ୍ଟ ସିଷ୍ଟମରେ ଡାଟା ଅପଲୋଡ଼ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story