ସ୍ମାର୍ଟ ସିଟି ବିକାଶ ନାଁରେ ଭୁବନେଶ୍ୱରରେ ଖର୍ଚ୍ଚ ହେଲାଣି ୨୮୨୪କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ମାର୍ଟ ସିଟି ତାଲିକାଭୁକ୍ତ ହେବାପରଠୁ ଏପର୍ଯ୍ୟନ୍ତ ସହରର ଭିତ୍ତିଭୂମି ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୋଟ ୨୮୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି।ମାତ୍ର ଅଢ଼େଇବର୍ଷ ମଧ୍ୟରେ ସହରରେ ଏତେ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ତା’ର ବାସ୍ତବ ରୂପାୟନକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ୨୦୧୬ ଜାନୁୟାରୀ ମାସରେ ଭୁବନେଶ୍ୱରକୁ ସ୍ମାର୍ଟସିଟି ତାଲିକାଭୁକ୍ତ କରାଯାଇଥିଲା। ସ୍ମାର୍ଟସିଟି ବିକାଶ ପାଇଁ କେନ୍ଦ୍ର […]

smart-city

Manoranjan Sial
  • Published: Tuesday, 11 December 2018
  • , Updated: 11 December 2018, 07:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ମାର୍ଟ ସିଟି ତାଲିକାଭୁକ୍ତ ହେବାପରଠୁ ଏପର୍ଯ୍ୟନ୍ତ ସହରର ଭିତ୍ତିଭୂମି ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୋଟ ୨୮୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି।ମାତ୍ର ଅଢ଼େଇବର୍ଷ ମଧ୍ୟରେ ସହରରେ ଏତେ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ତା’ର ବାସ୍ତବ ରୂପାୟନକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି।

କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ୨୦୧୬ ଜାନୁୟାରୀ ମାସରେ ଭୁବନେଶ୍ୱରକୁ ସ୍ମାର୍ଟସିଟି ତାଲିକାଭୁକ୍ତ କରାଯାଇଥିଲା। ସ୍ମାର୍ଟସିଟି ବିକାଶ ପାଇଁ କେନ୍ଦ୍ର ସରକାର ଗତ ଦୁଇବର୍ଷ ମଧ୍ୟରେ ମୋଟ ୧୯୬ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ସେଥିରୁ ୧୬୨.୪୬ କୋଟି ଟଙ୍କା ଖର୍ଚ୍ଚ ସରିଛି। ସେହିପରି ସ୍ମାର୍ଟସିଟି ଏସପିଭି ଅନ୍ତର୍ଗତ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନା, ସ୍ୱାୟତ୍ତ ପରିଷଦ ପାଣ୍ଠି, ଅନ୍ୟାନ୍ୟ ସହାୟତା ଯୋଜନାରେ ସ୍ମାର୍ଟସିଟିରେ ନଭେମ୍ବର ୩୦ ତାରିଖ ସୁଦ୍ଧା ମୋଟ ୨୮୨୩.୭୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

୨୦୧୬ ଜାନୁୟାରୀରୁ ୨୦୧୮ ନଭେମ୍ବର ୩୦ ତାରିଖ ମଧ୍ୟରେ ସହରର ବିକାଶ ପାଇଁ ମୋଟ ୪୦୮୨.୮୩ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟର ଟେଣ୍ଡର ଆହ୍ୱାନ କରାଯାଇଥିଲା ବେଳେ ସେଥିରୁ ଏପର୍ଯ୍ୟନ୍ତ ମାତ୍ର ୧୨୫୮ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ବାକି ରହିଛି। ସ୍ମାର୍ଟସିଟି ଏସପିଭି ଅନ୍ତର୍ଗତ ୨୦% ପ୍ରକଳ୍ପ ପିପିପି ମୋଡରେ କାର୍ଯ୍ୟ ହେଉଛି।

[caption id="attachment_255136" align="aligncenter" width="750"] ସ୍ମାର୍ଟ ସିଟିର ଇୟେ ବି ଆଉ ଏକ ଚେହେରା[/caption]

ତେବେ ପ୍ରଶ୍ନ ଉଠୁଛି, ଭୁବନେଶ୍ୱର ସହରର ବିକାଶ ନାଁରେ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଗତ ଦୁଇବର୍ଷ ମଧ୍ୟରେ ଏତେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିଥିଲାବେଳେ ଏହା ଏପର୍ଯ୍ୟନ୍ତ ସହରରେ ଦୃଶ୍ୟମାନ ହୋଇପାରିନି କାହିଁକି ? ଅବଶ୍ୟ ବିଶ୍ୱକପ୍ ହକି ନାଁରେ ସହରର ସୌନ୍ଦର୍ଯ୍ୟକରଣ ପାଇଁ କିଛି ପରିମାଣର ଅର୍ଥ ବିନିଯୋଗ ହୋଇଛି। ସ୍ମାର୍ଟସିଟି ନାଁରେ କେବଳ ଶିଶୁଭବନ ଛକଠୁ ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ କରାଯାଇ ତାକୁ ସ୍ମାର୍ଟ ଜନପଥ ଭାବେ ବିକଶିତ କରାଯାଇଛି। ସହରର କେତେକ ଅଞ୍ଚଳରେ ସିସିଟିଭି ସହ ଲୋକଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ସେଣ୍ଟ୍ରାଲ ମନିଟରିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ସ୍ମାର୍ଟସିଟିର ବିକାଶ ପାଇଁ ଡିପିଆରରେ ଉଦ୍ଦିଷ୍ଟ ଅଞ୍ଚଳର ଅଧିକାଂଶ ଭାଗ ଏବେ ବି ପୂର୍ବଭଳି ରହିଛି। କିନ୍ତୁ ସ୍ମାର୍ଟସିଟି ମିଶନ ଅନ୍ତର୍ଗତ ଖର୍ଚ୍ଚ ହୋଇଥିବା ଏତେ ଟଙ୍କା ବାସ୍ତବରେ ଖର୍ଚ୍ଚ ହୋଇଛି ନା କେବଳ ଠିକାଦାର ଓ ଅଫିସର ପୋଷା ହୋଇଛନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି।

ଉଲ୍ଲେଖଯୋଗ୍ୟ, ସ୍ମାର୍ଟସିଟି ଏସପିଭିରେ ସ୍ଥାନୀୟ ସାଂସଦ,ବିଧାୟକ, ମେୟର, ସ୍ମାର୍ଟସିଟି ସିଇଓ, ସ୍ଥାନୀୟ ଯୁବକ ଓ ବୈଷୟିକ ପରାମର୍ଶଦାତାଙ୍କୁ ନେଇ ଗଠିତ କମିଟି ହିଁ ଏସବୁ ପାଣ୍ଠି ଖର୍ଚ୍ଚର ଚୂଡ଼ାନ୍ତ ନିଷ୍ପତ୍ତି ନେଇଥାନ୍ତି।

Related story