ସ୍ମାର୍ଟସିଟିରେ ଗୁଇନ୍ଦା ଫେଲ୍‌! ଆରାମରେ ରହୁଛନ୍ତି ମୋଷ୍ଟୱାଣ୍ଟେଡ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ହୋଇଛି ସ୍ମାର୍ଟ। ମିଳିଛି ସ୍ମାର୍ଟ ସିଟିର ମାନ୍ୟତା। ବଢ଼ିଛି ରାଜଧାନୀର କାୟା। କଟକ ଜିଲ୍ଲାର ବାରଙ୍ଗଠାରୁ ନେଇ ପୁରୀ ଜିଲ୍ଲାର ପିପିଲି ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି ରାଜଧାନୀ। ଠିଆ ହୋଇଛି ବିଶ୍ୱସ୍ତରୀୟ ଚିକିତ୍ସାଳୟ ଓ ଶିକ୍ଷାନୁଷ୍ଠାନ। ହେଲେ ଏସବୁ ସତ୍ତ୍ୱେ ଏଠି ସତେ ଯେମିତି ଲାଗୁଛି ଫେଲ୍‌ ମାରୁଛି ଗୁଇନ୍ଦା। କେତେବେଳେ ପଡ଼ୋଶୀ ରାଜ୍ୟରୁ ମାଓବାଦୀ ଆସି ଚିକିତ୍ସିତ ହେଉଛନ୍ତି ତ ପୁଣି କେତେବେଳେ ବିଦେଶୀ ମହିଳା ଆସି ଏଠି […]

ali in bbsr

Rakesh Mallick
  • Published: Friday, 01 June 2018
  • , Updated: 01 June 2018, 06:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ହୋଇଛି ସ୍ମାର୍ଟ। ମିଳିଛି ସ୍ମାର୍ଟ ସିଟିର ମାନ୍ୟତା। ବଢ଼ିଛି ରାଜଧାନୀର କାୟା। କଟକ ଜିଲ୍ଲାର ବାରଙ୍ଗଠାରୁ ନେଇ ପୁରୀ ଜିଲ୍ଲାର ପିପିଲି ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି ରାଜଧାନୀ। ଠିଆ ହୋଇଛି ବିଶ୍ୱସ୍ତରୀୟ ଚିକିତ୍ସାଳୟ ଓ ଶିକ୍ଷାନୁଷ୍ଠାନ। ହେଲେ ଏସବୁ ସତ୍ତ୍ୱେ ଏଠି ସତେ ଯେମିତି ଲାଗୁଛି ଫେଲ୍‌ ମାରୁଛି ଗୁଇନ୍ଦା। କେତେବେଳେ ପଡ଼ୋଶୀ ରାଜ୍ୟରୁ ମାଓବାଦୀ ଆସି ଚିକିତ୍ସିତ ହେଉଛନ୍ତି ତ ପୁଣି କେତେବେଳେ ବିଦେଶୀ ମହିଳା ଆସି ଏଠି ଚଳାଉଛନ୍ତି ଦେହ ବ୍ୟବସାୟ। ଏହାଛଡ଼ା ଆତଙ୍କବାଦୀ ଆସି ଏଠାରେ ଆଡ୍ଡା ଜମାଉଛନ୍ତି। ଏହାକୁ ନେଇ କମିଶନରେଟ୍‌ ପୋଲିସ ଓ ଗୁଇନ୍ଦା ଚିନ୍ତାରେ ପଡ଼ିଯାଇଛି।

ସିପିଆଇ ଏମ୍‌ଏଲ୍‌ ପଲିଟିବ୍ୟୁରୋ ସଦସ୍ୟ ଅଲିକ ଚକ୍ରବର୍ତ୍ତୀ। ପଶ୍ଚିମବଙ୍ଗରେ ରାଜନେତାଙ୍କୁ ହତ୍ୟା ତଥା ୭୦ରୁ ଅଧିକ ମାମଲାରେ ମଷ୍ଟଓ୍ୱାଣ୍ଟେଡ ରହିଥିଲେ। ସେ ଭୁବନେଶ୍ୱରରେ ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ। ମାତ୍ର ଏ ସମ୍ପର୍କରେ କାହା ପାଖରେ ଖବର ନଥିଲା। ଗତକାଲି କୌଣସି ସୂତ୍ରରୁ ଖବର ପାଇ ପଶ୍ଚିମବଙ୍ଗ ଓ ଓଡ଼ିଶା ପୋଲିସ ମିଳିତ ଭାବେ ଚଢ଼ାଉ କରି ତାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଆଜି ତାଙ୍କୁ କଡ଼ା ସୁରକ୍ଷା ଭିତରେ ଭୁବନେଶ୍ୱର ସିଜେଏମ୍‌   କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ୪ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ପୋଲିସ। ଏନେଇ ସମସ୍ତ ପ୍ରକ୍ରିୟା ସରିଯାଛି। ତେବେ ନିଜ ଗିରଫଦାରୀକୁ ଅଲିକ ଏକ ଷଡଯନ୍ତ୍ର ବୋଲି କହୁଛନ୍ତି। ଏହାପଛରେ ପଶ୍ଚିମବଙ୍ଗ ସରକାର ହାତ ଥିବା ସେ ଅଭିଯୋଗ କରିଛନ୍ତି।

ଅପରାଧୀଙ୍କ ପାଇଁ ରାଜଧାନୀ ସୁରକ୍ଷିତ କି?

ଆତଙ୍କବାଦୀ ହେଉ ବା ନକ୍ସଲ ସମସ୍ତଙ୍କ ପାଇଁ ରାଜଧାନୀ ସୁରକ୍ଷିତ ଜାଗା କି? କାରଣ ସେମାନେ ଅପରାଧ ଘଟାଇ ଏଠାରେ ଚାଲି ଆସୁଛନ୍ତି। ଆଉ ସୁରକ୍ଷିତ ଭାବେ ରହୁଛନ୍ତି। ମାତ୍ର ପୋଲିସ ବା ଗୁଇନ୍ଦା ବିଭାଗ କେହି ଜାଣିପାରୁନାହିଁ। ଏହାର ନଜିର ଆଗରୁ ମଧ୍ୟ ଦେଖିବାକୁ ମିଳିଛି।ତେଣୁ ଗୁଇନ୍ଦାକୁ ଅଧିକ ଶକ୍ତିଶାଳି କରିବାକୁ ଦାବି ହେଉଛି।୧: ୨୦୦୮  ଜାନୁୟାରୀ ୩୧ ତାରିଖରେ ସିପିଆଇ ଜନଶକ୍ତି ନେତା ତଥା ମାଓବାଦୀ ଆନ୍ନା ରେଡ୍ଡୀ, ରାଣୀ ଜାମୁଦା ସମେତ ୪ ଜଣ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଆସୁଥିବା ବେଳେ ଧରାପଡିଥିଲେ।

୨: ୨୦୧୪ ଏପ୍ରିଲ ୨୨ ତାରିଖରେ ଇଣ୍ଡିଆନ୍ ମୁଜାହିଦୀନର ଦୁଇ ଦୁର୍ଦ୍ଦାନ୍ତ ଆତଙ୍କବାଦୀ କଟକ, ପୁରୀ ପରେ ଭୁବନେଶ୍ୱରରେ ଏକ ଲଜରେ ରହୁଥିଲେ। ସେମାନେ ଦିଲ୍ଲୀରେ ଧରାପଡିବା ପରେ ଗୁମର ଖୁଲିଥିଲା।

୩:୨୦୧୬ ମସିହା ଫେବ୍ରୁଆରୀ ୧୭ ତାରିଖରେ ରାଉଲକେଲାରୁ ଧରାପଡିଥିଲେ ୪ ସିମୀ ଆତଙ୍କବାଦୀ।  ଚେଲେଙ୍ଗାନାକାଉଣ୍ଟର ଇଣ୍ଟେଲିଜେନସ ସେଲ୍‌ ଓ ଓଡ଼ିଶା ପୋଲିସ ମିଳିତ ଅପରେସନ କରି ଏମାନଙ୍କୁ ଧରିଥିଲା। ଏମାନେ ମଧ୍ୟପ୍ରଦେଶ ଖଣ୍ଡଓ୍ୱାଜେଲରୁ ଖସିପଲାଇ ଆସିଥିଲେ। ସେମାନେ ରାଉରକେଲାରେ ରହି ଆତଙ୍କବାଦ ନେଟ୍‌ୱାର୍କ ଅପରେଟ କରୁଥିଲେ। ପରେ ଏନକାଉଣ୍ଟରରେ ଏମାନେ ନିହତ ହୋଇଥିଲେ।

Related story