ଓଟିଭିକୁ ନାଲି ଆଖି ଦେଖାଇଲା ବିଜେଡି: ଅଭିଯୋଗରେ ନ ଥିଲା ମଞ୍ଜ କଥା!

Ordigital Desk
  • Published: Wednesday, 21 March 2018
  • , Updated: 21 March 2018, 09:40 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭି ଉପରେ ହଠାତ୍ ବିଜେଡିର କାହିଁକି ଏମିତି ରାଗ? ଏହା ପଛରେ ପାଣ୍ଡିଆନକୁ ନେଇ ଓଟିଭିରେ ଗତ ୧୭ ତାରିଖରେ ପ୍ରସାରିତ ଖବର କାରଣ ନୁହେଁ ତ ? ପ୍ରେସମିଟ୍&zwnj;ରେ ବିଜେଡି ମୁଖପାତ୍ର ଏହି ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ ବି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।</p> <p>ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ଲାଞ୍ଚ ମାଗୁଥିବା ନେଇ ଅଭିଯୋଗ ହୋଇଥିଲା । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଥିଲେ ଆସ୍କାର ତତ୍କାଳୀନ ଡିଆଇ ଥିବା ଲକ୍ଷ୍ମୀ ନାରାୟଣ ଦାସ ଆସ୍କାରେ ଡିଆଇ ଥିବା ବେଳେ ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ପାଣ୍ଡିଆନ୍ ତାଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ସେ ଲାଞ୍ଚ ଦେଇ ନ ପାରିବାରୁ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ସସ୍ପେଣ୍ଡ କରାଯାଇଥିଲା । ଏହାକୁ ସେ କୋର୍ଟରେ ଚାଲେଞ୍ଜ ବି&nbsp; କରିଥିଲେ କୋର୍ଟ ମଧ୍ୟ ବେଆଇନ୍ ନିଲମ୍ବନ କଥା ହୃଦୟଙ୍ଗମ କରି ଲକ୍ଷ୍ମୀ ନାରାୟଣଙ୍କୁ ପୁଣି ଥରେ ସବୁ ସୁବିଧାସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।</p> <p>ହେଲେ ପାଣ୍ଡିଆନଙ୍କ ପ୍ରଭାବ ଏତେ ଥିଲା ଯେ, କୋର୍ଟଙ୍କ ନିର୍ଦ୍ଦେଶକୁ ବି ନାଲିଫିତା ତଳେ ଶିକ୍ଷା ବିଭାଗ ଚାପି ଦେଇଥିବା ଓଟିଭି ଆଗରେ କୋହଭରା କଣ୍ଠରେ ବୟାନ କରିଥିଲେ ଲକ୍ଷ୍ମୀ ନାରାୟଣ। &nbsp;ଖାଲି ସେତିକି ନୁହେଁ ପାଣ୍ଡିଆନଙ୍କ ବିରୋଧରେ ଅଭିଯୋଗ ନେଇ ପୋଲିସ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ବି ସେ ଜଣାଇଥିଲେ। &nbsp;ତେବେ ପୋଲିସ ତାଙ୍କୁ ଏ ଥାନାରୁ ସେ ଥାନା ଦଉଡ଼ାଇ ଦଉଡାଇ ନିରାଶ କରିଥିବା ସେ ଅଭିଯୋଗ କରିଥିଲେ। ଏପରିକି ଖୋଦ୍ ପ୍ରଧାନମମନ୍ତ୍ରୀଙ୍କ ଦପ୍ତରରୁ ତାଙ୍କୁ ସହାୟତା ଦେବାକୁ ବି ଚିଠି ଆସିଥିଲେ ମଧ୍ୟ ପ୍ରଭାବଶାଳୀ ପାଣ୍ଡିଆନଙ୍କ ଇସାରାରେ ସବୁ ଅକାମୀ ହୋଇ ଯାଇଥିବା କହିଥିଲେ ଲକ୍ଷ୍ମୀ ନାରାୟଣ । ତେବେ ଏ ନେଇ ପାଣ୍ଡିଆନଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା।</p>

Related story