କାହିଁକି ହୀରାକୁଦ ଡ୍ୟାମ୍‌ ସ୍ପିଲୱେ ନିର୍ମାଣ କାମରୁ ମୁହଁ ଫେରାଇ ନେଲା ଟାଟା?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମ୍‌ର ଦ୍ୱିତୀୟ ସ୍ପିଲୱେ ନିର୍ମାଣ କାମ ବନ୍ଦ ରହିଛି। ସ୍ପିଲୱେ ନିର୍ମାଣ ପାଇଁ ଠିକା ନେଇଥିବା କମ୍ପାନୀ କ୍ୟାମ୍ପ ଅଫିସ ପରିସରରେ ପଡ଼ି ରହିଛି ଗାଡି ଓ ହେଭି ମେସିନ। ଅଫିସ ପୂରା ଖାଁ ଖାଁ ଦେଖିବାକୁ ମିଳୁଛି। ଅଧିକାଂଶ କର୍ମଚାରୀ ଛାଡ଼ି ଚାଲିଗଲେଣି। ଏପଟେ ଅଧାରେ ଅଟକିଛି ପାହଡ଼ ଖୋଳା କାମ। ଏସବୁ ଦୃଶ୍ୟ ହିଁ ବୟାନ କରୁଛି ଆଗଉନି ହୀରାକୁଦ ଡ୍ୟାମ ଦ୍ୱିତୀୟ ସ୍ପିଲୱେ ନିର୍ମାଣ କାମ। ହୀରକୁଦ ପଟୁ […]

herakud

herakud

Manoranjan Sial
  • Published: Sunday, 15 March 2020
  • Updated: 15 March 2020, 08:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମ୍‌ର ଦ୍ୱିତୀୟ ସ୍ପିଲୱେ ନିର୍ମାଣ କାମ ବନ୍ଦ ରହିଛି। ସ୍ପିଲୱେ ନିର୍ମାଣ ପାଇଁ ଠିକା ନେଇଥିବା କମ୍ପାନୀ କ୍ୟାମ୍ପ ଅଫିସ ପରିସରରେ ପଡ଼ି ରହିଛି ଗାଡି ଓ ହେଭି ମେସିନ। ଅଫିସ ପୂରା ଖାଁ ଖାଁ ଦେଖିବାକୁ ମିଳୁଛି। ଅଧିକାଂଶ କର୍ମଚାରୀ ଛାଡ଼ି ଚାଲିଗଲେଣି। ଏପଟେ ଅଧାରେ ଅଟକିଛି ପାହଡ଼ ଖୋଳା କାମ। ଏସବୁ ଦୃଶ୍ୟ ହିଁ ବୟାନ କରୁଛି ଆଗଉନି ହୀରାକୁଦ ଡ୍ୟାମ ଦ୍ୱିତୀୟ ସ୍ପିଲୱେ ନିର୍ମାଣ କାମ।

ହୀରକୁଦ ପଟୁ ଆରମ୍ଭ ହେବାକୁ ଥିବା ସ୍ପିଲୱେ କାମ ପୂରା ଠପ୍ ହୋଇ ପଡ଼ିଛି। କାରଣ କାମ ନେଇଥିବା ଟାଟା କମ୍ପାନୀ ପ୍ରକଳ୍ପରୁ ଓହରି ଯାଇଛି। ଜମି ଅଧିଗ୍ରହଣ, ଜବରଦଖଲ ଉଚ୍ଛେଦ ସହ ଆନୁସଙ୍ଗିକ ସୁବିଧା ରାଜ୍ୟ ସରକାର ଯୋଗାଇ ନଦେବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି। ପ୍ରକଳ୍ପ କାମ ଗତବର୍ଷ ଜାନୁୟାରୀ ମାସରେ କାମ ଆରମ୍ଭ ହୋଇଥିଲା। ତେବେ ଆରମ୍ଭରୁ ହିଁ ସ୍ଥାନୀୟ ଲୋକେ କାମକୁ ବିରୋଧ କରିଥିଲେ। କ୍ଷତିଗ୍ରସ୍ତଙ୍କୁ ଥାଇଥାନ ଓ କ୍ଷତିପୂରଣ ମିଳନଥିବା ଅଭିଯୋଗ କରି ଲୋକେ କାମ କରାଇ ଦେଇନଥିଲେ। ତେବେ ପ୍ରକଳ୍ପରୁ ଓହରିଯିବା ସଂପର୍କରେ ଟାଟା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ହୀରାକୁଦ ବନ୍ଧ ଉପରୁ ଜଳ ନିଷ୍କାସନ ବୋଝ କମାଇବା ପାଇଁ ବିଶ୍ୱବ୍ୟାଙ୍କ ସହାୟତାରେ ୩୭୦କୋଟି ଟଙ୍କା ବିନିଯୋଗରେ ସ୍ପିଲୱେ ନିର୍ମାଣ ଲାଗି ଯୋଜାନ କରାଯାଇଥିଲା। ତୁର୍କୀର ଏକ କଂପାନୀ ଓ ଟାଟା ପ୍ରଜେକ୍ଟ ଲିମିଟେଡ୍‌ ମିଳିତ ଭାବେ କାମ ନେଇଥିଲେ। ହୀରାକୁଦ ପଟେ ୮୫ ମିଟର ଦୈର୍ଘର ସ୍ପିଲୱେରେ ୫ଟି କ୍ରେଷ୍ଟ ଗେଟ ନିର୍ମାଣ କରାଯାଇଥାଆନ୍ତା। ଏଥିପାଇଁ ୨୦୧୮ ଅକ୍ଟୋବରରେ ରାଜିନାମା ହୋଇଥିଲା। ହେଲେ ଏବେ କାମ ସଂପୂର୍ଣ୍ଣ ବନ୍ଦ ରହିଛି। ସେପଟେ ଟାଟା ଓହରିଯିବା ପରେ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାଶ କହିଛନ୍ତି, ଏହି ପ୍ରକଳ୍ପ ବିଶ୍ୱବ୍ୟାଙ୍କ ସହାୟତାରେ କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯାଇଛି। ସେଣ୍ଟାଲ ପ୍ରୋଜେକ୍ଟ ମନିଟରିଂ ୟୁନିଟ୍‌ ଏହାକୁ ତଦାରଖ କରୁଛି। ଏବେ ଅନ୍ୟ ଏଜେନ୍ସି ସ୍ପିଲୱେକୁ ଦାୟିତ୍ୱ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ହୀରାକୁଦ ପଟେ ନିର୍ମାଣ ସରିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ବୁର୍ଲା ପଟେ ସର୍ଭେ ଓ ମୃର୍ତ୍ତିକା ପରୀକ୍ଷା କରାଯାଇ ଆଉ ଏକ ସ୍ପିଲୱେ ନିର୍ମାଣ ଲାଗି ପ୍ରସ୍ତାବ ରହିଛି। ତେବେ ପ୍ରଥମ ସ୍ପିଲୱେ କାମ ବନ୍ଦ ପଡିଥିବା ବେଳେ ଦ୍ୱିତୀୟ ସ୍ପିଲୱେକୁ ନେଇ ଅନିଶ୍ଚିଚତା ବଢିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story