ଦର କମିବ, ନା ଫାଇଦା ନେବେ ବ୍ୟବସାୟୀ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଡାଲି, ଆଳୁ, ପିଆଜ ଓ ତୈଳବୀଜ ସାମଗ୍ରୀ ନିୟନ୍ତ୍ରଣ ମୁକ୍ତ ହେବା ପରେ କାହାର ହେବ ଲାଭ ? ଦର କମିବ, ନା ଫାଇଦା ନେବେ ବ୍ୟବସାୟୀ ? ସଂସଦରେ ଏସେନସିଆଲ କମୋଡିଟିଜ୍ ଆମେଣ୍ଡମେଣ୍ଟ ବିଲ୍ ପାରିତ ହେବା ପରେ ଆରମ୍ଭ ହୋଇଛି ବିତର୍କ । ଏଣେ ଏହି ପ୍ରସଙ୍ଗକୁ ନେଇ ଜୋର ଧରିଛି ରାଜନୀତି । କଂଗ୍ରେସ ଏହାକୁ ପୁଞ୍ଜିପତିଙ୍କ ପାଇଁ ବିଲ୍ କହିଥିବା ବେଳେ ବିଜେଡି ମାପିଚୁପି ମତ ରଖିଛି।

ସରକାରଙ୍କ ଯୁକ୍ତି ନୂଆ ନିୟମ ଦ୍ୱାରା କୃଷି କ୍ଷେତ୍ରକୁ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ଆସିବ, ଏସବୁ ସାମଗ୍ରୀର କାରବାରରେ ସରକାରୀ ନିୟନ୍ତ୍ରଣ ହଟିବା ସହ ପୁଞ୍ଜିନିବେଶକାରୀଙ୍କ ମନରେ ଥିବା ଶଙ୍କା ଦୂର ହେବ। ଶୀତଳ ଭଣ୍ଡାର ଭଳି କୃଷି ଭିତ୍ତିଭୂମି ବିକାଶ ଓ ଖାଦ୍ୟ ଯୋଗାଣ ବ୍ୟବସ୍ଥାରେ ସୁଧାର ଆସିବ। ଯୋଗାଣ ନିୟନ୍ତ୍ରିତ ହେବା ସହ ଅଣଉତ୍ପାଦନ ଋତୁରେ ବି ଦରରେ ସନ୍ତୁଳନ ରହିବ। ତେବେ ଏସବୁ ସାମଗ୍ରୀ ମହଜୂଦ ରଖିବାର ସୀମା ହଟାଇ ଦିଆଯିବା ଦ୍ୱାରା ଦର ନିୟନ୍ତ୍ରଣ କ୍ଷମତା ବଡ଼ ବ୍ୟବସାୟୀଙ୍କ ହାତକୁ ଚାଲିଯିବ ବୋଲି ଆଶଙ୍କା କରାଯାଉଛି।

ଏପଟେ ଅତ୍ୟାବଶ୍ୟକ ସାମଗ୍ରୀକୁ ନିୟନ୍ତ୍ରଣ ମୁକ୍ତ କରାଯିବାକୁ ନେଇ ତେଜିଛି ରାଜନୀତି । ରାଜ୍ୟ କଂଗ୍ରେସ କହିଛି ପୁଞ୍ଜିପତିଙ୍କୁ ସୁହାଇଲା ଭଳି ଆଇନ ଆଣିଛନ୍ତି କେନ୍ଦ୍ର ସରକାର।  ଅନ୍ୟପଟେ ବିଜେଡି କହିଛି ଏହା କେନ୍ଦ୍ର ସରକାରଙ୍କ ପଲିସି ଡିସିସନ । ଓଡ଼ିଶା ଉପରେ ଏହାର କଣ ପ୍ରଭାବ ପଡ଼ିବ ତାର ଅନୁଧ୍ୟାନ କରାଯିବ। ତେବେ କେନ୍ଦ୍ରର ନିଷ୍ପତ୍ତି ଚାଷୀ, ବ୍ୟବସାୟୀ ଓ ଖାଉଟୀ ସମସ୍ତଙ୍କ ପାଇଁ ଲାଭଦାୟକ ହେବ ବୋଲି ବିଜେପି ମତ ରଖିଛି ।

ନୂଆ କୃଷି ବିଲ୍ ଅନୁସାରେ ଯୁଦ୍ଧ ଭଳି ବିଶେଷ ପରିସ୍ଥିତିକୁ ଛାଡିଲେ ଡାଲି, ଆଳୁ, ପିଆଜ ଓ ତୈଳବୀଜ ଆଦି ମହଜୁଦ ରଖିବାର ସର୍ବୋଚ୍ଚ ସୀମା ରହିବ ନାହିଁ।

ଆହୁରି ପଢ଼ନ୍ତୁ

ବାଲେଶ୍ୱର ଉପ ନିର୍ବାଚନ: ୯୦ ବର୍ଷରେ ଯୋଦ୍ଧା ସାଜିଛନ୍ତି ବେଣୁଧର

ଶାରୀରିକ ଅସୁସ୍ଥତା କାରଣରୁ ସମୟ ମାଗିଲେ ଓଟିଭି ସାମ୍ବାଦିକ ରମେଶ ରଥ

ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ସହ ପବନ ସମ୍ଭାବନା

ଗୁଣପୁର ତହସିଲଦାର ନିଲମ୍ବିତ

ବନ୍ଦ ଘରୁ ମିଳିଲା ପ୍ରଫେସରଙ୍କ ମୃତଦେହ

୨୪ ଘଣ୍ଟାରେ ୱେଲ୍‌‌ଡ୍‌ ମାର୍କଡ ଲୋ ପ୍ରେସରରେ ପରିଣତ ହେବ ଲଘୁଚାପ

ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୩ ଆକ୍ରାନ୍ତ

‘ପୁରୀ ଗୋଷାଣୀ ଯାତ୍ରାରେ ଦୁର୍ଗା ମୂର୍ତ୍ତି ଉଚ୍ଚତା ପରମ୍ପରା ଅନୁଯାୟୀ ରହିବ’

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ; ୩ ଦିନ ବର୍ଷିବ

ସରକାରୀ କର୍ମଚାରୀଙ୍କ ୯ ଛୁଟି ବେକାର, ପାଇବେ ମୋଟ ୧୦୬ଦିନ ଛୁଟି

ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷ ହ୍ରାସ ପାଇଁ ଗଠନ ହେବ ଟାସ୍କଫୋର୍ସ

ମୈଦାନରେ କ୍ୟାଂପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା