କାହିଁକି କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି ଓଡ଼ିଶା ଲୋକେ, ପଢନ୍ତୁ ଫେସବୁକ୍‌ରେ କ’ଣ ପୋଷ୍ଟ କଲେ ନିରଞ୍ଜନ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ରାଜ୍ୟ ପିସିସି ଚୌକିକୁ ନେଇ ଦୀର୍ଘଦିନ ଲାଗିରହିଥିବା ରାଜନୈତିକ ଛକାପଞ୍ଝାର ଇତିମଧ୍ୟରେ ଅବସାନ ଘଟିଛି।  ପ୍ରସାଦଙ୍କୁ ହଟେଇବା ପାଇଁ ନିରଞ୍ଜନଙ୍କ ରଣନୀତି ସଫଳ ହୋଇଛି।  ପ୍ରସାଦଙ୍କ ପୂର୍ବରୁ ଜୟଦେବ ଜେନା ପିସିସି ସଭାପତି ଥିଲେ। ତାଙ୍କୁ ହଟାଇ ପ୍ରସାଦଙ୍କୁ ପିସିସି ଗାଦିରେ ବସାଇଥିଲେ କଂଗ୍ରେସ ହାଇକମାଣ୍ଡର। ହେଲେ ରାଜ୍ୟରେ ସାଧାରଣ ନିର୍ବାଚନ ଠାରୁ ଆରମ୍ଭ କରି ପଞ୍ଚାୟତ ନିର୍ବାଚନ ଗୁଡ଼ିକରେ ନୈରାଶ୍ୟଜନକ ଫଳାଫଳ  ପ୍ରସାଦଙ୍କ ଦୁର୍ବଳ ନେତୃତ୍ୱକୁ ପଦାରେ ପକାଇଦେଇଥିଲା। ନିର୍ବାଚନ ବିଜୟ ଲାଗି […]

niranjan

Rakesh Mallick
  • Published: Sunday, 22 April 2018
  • , Updated: 22 April 2018, 06:59 PM IST

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ରାଜ୍ୟ ପିସିସି ଚୌକିକୁ ନେଇ ଦୀର୍ଘଦିନ ଲାଗିରହିଥିବା ରାଜନୈତିକ ଛକାପଞ୍ଝାର ଇତିମଧ୍ୟରେ ଅବସାନ ଘଟିଛି।  ପ୍ରସାଦଙ୍କୁ ହଟେଇବା ପାଇଁ ନିରଞ୍ଜନଙ୍କ ରଣନୀତି ସଫଳ ହୋଇଛି।  ପ୍ରସାଦଙ୍କ ପୂର୍ବରୁ ଜୟଦେବ ଜେନା ପିସିସି ସଭାପତି ଥିଲେ। ତାଙ୍କୁ ହଟାଇ ପ୍ରସାଦଙ୍କୁ ପିସିସି ଗାଦିରେ ବସାଇଥିଲେ କଂଗ୍ରେସ ହାଇକମାଣ୍ଡର। ହେଲେ ରାଜ୍ୟରେ ସାଧାରଣ ନିର୍ବାଚନ ଠାରୁ ଆରମ୍ଭ କରି ପଞ୍ଚାୟତ ନିର୍ବାଚନ ଗୁଡ଼ିକରେ ନୈରାଶ୍ୟଜନକ ଫଳାଫଳ  ପ୍ରସାଦଙ୍କ ଦୁର୍ବଳ ନେତୃତ୍ୱକୁ ପଦାରେ ପକାଇଦେଇଥିଲା। ନିର୍ବାଚନ ବିଜୟ ଲାଗି ପ୍ରସାଦଙ୍କ ଯାଦୁ ଆଦୌ କାମ କରି ନ ଥିଲା।

ସେପଟେ କଂଗ୍ରେସର ଗୋଷ୍ଠୀ କନ୍ଦଳ ପ୍ରସାଦଙ୍କ ପାଇଁ ଅଡ଼ୁଆ ହେଲା। ନିରଞ୍ଜନଙ୍କ ଗୋଷ୍ଠୀ ବାରମ୍ବାର ଦିଲ୍ଲୀ ଯାଇ  ପ୍ରସାଦଙ୍କୁ ହଟାଇବା ପାଇଁ ଦାବି କରିଆସୁଥିଲେ। ଏହାରି ଭିତରେ ନୂତନ ପ୍ରଭାରୀ ଜିତେନ୍ଦ୍ର ସିଂହ ଦାୟିତ୍ୱ ନେବା ପରେ ରାଜ୍ୟ କଂଗ୍ରେସର ନବକଳେବର ହୋଇଛି। ଏଥିରେ ନିରଞ୍ଜନ ପଟ୍ଟନାୟକ ପୁଣିଥରେ କ୍ଷମତାକୁ ଫେରିଛନ୍ତି। ନିରଞ୍ଜନ ପିସିସି ସଭାପତି ହେବା ପରେ  କଂଗ୍ରେସ ସଙ୍ଗଠନକୁ କିପରି ସୁଦୃଢ କରିହେବ ସୋସିଆଲ ମିଡିଆରେ ନିଜ ମତ ରଖିଛନ୍ତି। ଖାଲି ସେତିକି ନୁହଁ ରାଜ୍ୟରେ ଦୀର୍ଘ ବର୍ଷ ଧରି କଂଗ୍ରେସକୁ କାହିଁକି ଓଡ଼ିଶା ଲୋକେ ବାରମ୍ବାର ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି ସେନେଇ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ।  ଅତୀତତରେ କଂଗ୍ରେସ କରିଥିବା ଭୁଲକୁ ବଖାଣିବା ଦଳର ଦୋଷତ୍ରୁଟିକୁ ସ୍ୱୀକାର କରିଛନ୍ତି।  ନିରଞ୍ଜନ ତାଙ୍କ ଫେସବୁକ ଆକାଉଣ୍ଟରେ ଲେଖିଛନ୍ତି ଯେ, ଅତୀତତେ କ୍ଷମତା ପାଇଁ ଆମର ଅହଁକାର ବଢିଯାଇଥିଲା। ସେହପରି କଂଗ୍ରେସ ନେତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ତଥା ଅପରାଧୀମାନଙ୍କ ସମ୍ପର୍କ ପାଇଁ କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି।

ଏ ସବୁ ଭୁଲକୁ ଆମକୁ ବିନମ୍ରତାର ସହ ଗ୍ରହଣ କରିବାକୁ ପଡ଼ିବ। ଭବିଷ୍ୟତରେ ଏହି ଭୁଲ ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ସତର୍କ ରହିବାକୁ ପଡ଼ିବ ବୋଲି ନିରଞ୍ଜନ ଆହ୍ୱାନ ଦେଇଚନ୍ତି।  ଏଥିସହ କଂଗ୍ରେସ ବିକାଶମୂଳ କାର୍ଯ୍ୟକୁ ଅଧିକ ଫୋକସ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏହି ଅବସରରେ ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ନୂଆ ଦାୟିତ୍ୱ ଦେଇଥିବାରୁ ନିରଞ୍ଜନ କୃତଜ୍ଞତା ପ୍ରକାଶ କରିଛନ୍ତି। ଆଉ କଂଗ୍ରେସ କର୍ମୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି।  ଖାଲି ସେତିକି ନୁହେଁ ୨୦ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଉପରେ ବର୍ଷିଛନ୍ତି ନିରଞ୍ଜନ। ସେ ଲେଖିଛନ୍ତି ଯେ, ଦୀର୍ଘ ଦିନ ଧରି ବିଜେଡି ଶାସନ କ୍ଷମତାରେ ଥିଲେ ମଧ୍ୟ ଓଡ଼ିଶା ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିପାରିନି।  ବିଜେଡି ଏଠି ଏକଛତ୍ରବାଦୀ ଶାସନ ଚଳାଇଛି। ଦଳ ପ୍ରତି ନିର୍ବାଚନରେ ମିଥ୍ୟା ପ୍ରତିଶ୍ରୁତି ଦେଇ ଭଣ୍ଡାଇ ଆସୁଛି।  ସେହିପରି ଓଡ଼ିଶାରେ ବିଜେଡିର ବିକଳ୍ପଭାବେ ବିଜେପି ଯେଉଁ ସ୍ୱପ୍ନ ଦେଖୁଛି ତାହା କେବେ ପୂରଣ ହେବ ନାହିଁ। ରାଜ୍ୟରେ ବିଜେଡିର ଏକମାତ୍ର ବିକଳ୍ପ କଂଗ୍ରେସ ବୋଲି ସେ ଲେଖିଛନ୍ତି।

ସୂଚନା ଅନୁଯାୟୀ, ନିରଞ୍ଜନ ପଟ୍ଟନାୟଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତି ଦିଆଯାଇ ଥିବା ବେଳେ ବିଧାୟକ ନବ ଦାସ, ଚିରଞ୍ଜିବୀ ବିଶ୍ୱାଳ ଓ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ମିଳିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କୁ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଆଗାମୀ ୨୦୧୯ ନିର୍ବାଚନକୁ ଆଖିରେ ରଖି ଏହି ପରିବର୍ତ୍ତନ କରାଯାଇଥିବା ଚର୍ଚ୍ଚା ହେଉଛି।

Related story