ବାହା ହେଉଥିଲା ପ୍ରେମିକା, ହଠାତ୍‌ ପହଞ୍ଚିଗଲେ ପ୍ରେମିକ; ଆଉ ତା’ପରେ...

ଅନୁଗୋଳ(ବିରଜା ଦାଶ): “ମୁଁ ତୁମକୁ ବହୁତ ଭଲ ପାଉଛି… ତୁମେ କାହିଁକି ବିବା ହେଉଛ… ବିବାହ ବନ୍ଦ କର…।” ନିଜ ଜୀବନଠାରୁ ଅଧିକ ଭଲ ପାଉଥିବା ପ୍ରମିକାର ବାହାଘର ଦେଖି ଏପରି ଚିତ୍କାର କଲେ ପ୍ରେମିକ। କେହି ନଶୁଣିବାରୁ ନକଲି ବନ୍ଧୁକ ଦେଖାଇ ମାରିଦେବାକୁ ଧମକ ଦେଲେ। ପରେ ନିଜ ଦେହରେ ପେଟ୍ରୋଲ୍‌ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ଯୁବତୀଙ୍କ ପରିବାର ଲୋକେ ତାକୁ ଧରି ପୁଲିସ ଜିମା ଦେଇଥିଲେ। ଏପରି ଘଟଣା ଅନୁଗୋଳ ସଦର […]

Angul

Manoranjan Sial
  • Published: Thursday, 22 July 2021
  • , Updated: 22 July 2021, 06:44 PM IST

ଅନୁଗୋଳ(ବିରଜା ଦାଶ): “ମୁଁ ତୁମକୁ ବହୁତ ଭଲ ପାଉଛି... ତୁମେ କାହିଁକି ବିବା ହେଉଛ... ବିବାହ ବନ୍ଦ କର...।” ନିଜ ଜୀବନଠାରୁ ଅଧିକ ଭଲ ପାଉଥିବା ପ୍ରମିକାର ବାହାଘର ଦେଖି ଏପରି ଚିତ୍କାର କଲେ ପ୍ରେମିକ। କେହି ନଶୁଣିବାରୁ ନକଲି ବନ୍ଧୁକ ଦେଖାଇ ମାରିଦେବାକୁ ଧମକ ଦେଲେ। ପରେ ନିଜ ଦେହରେ ପେଟ୍ରୋଲ୍‌ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ଯୁବତୀଙ୍କ ପରିବାର ଲୋକେ ତାକୁ ଧରି ପୁଲିସ ଜିମା ଦେଇଥିଲେ। ଏପରି ଘଟଣା ଅନୁଗୋଳ ସଦର ଥାନା ଅଞ୍ଚଳରେ ଘଟିଛି।

ବୁଧବାର ରାତିରେ ସଦର ଥାନା ଅଞ୍ଚଳର ଜଣେ ଯୁବତୀଙ୍କର ଏକ ମନ୍ଦିରରେ ଚାଲିଥିଲା ବିବାଘର। ଠିକ୍‌ ସେହି ସମୟରେ ଯୁବତୀଙ୍କ ପ୍ରେମିକ ସେଠାରେ ପହଞ୍ଚି ଥିଲେ। ବଡ଼ ପାଟିରେ ସେ ଚିତ୍କାର କରି କହିଲେ, ମୁଁ ତାଙ୍କୁ (ଯୁବତୀ) ଭଲ ପାଉଛି... ତା’ର କାହିଁକି ବିବାଘର କରୁଛ... ବିବାହ ବନ୍ଦ କର...।

ଗହଳି ଭିତରେ କିନ୍ତୁ ପ୍ରେମିକଙ୍କ ଚିତ୍କାର କେହି ଶୁଣିଲେ ନାହିଁ। ସମସ୍ତେ ବିବାହ କାର୍ଯ୍ୟରେ ଲାଗି ପଡ଼ିଥିଲେ। ଏହି ସମୟରେ ସେ ହଠାତ୍‌ ଏକ ଖେଳଣା ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରାଇଥିଲେ। ନିଜ ପ୍ରେମିକାଙ୍କୁ ନେଇ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏଥିରେ ସେ ସଫଳ ହୋଇପାରିଲେ ନାହିଁ। ଶେଷରେ ସେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏପରି ବିବାହ ପାଇଁ ବେଦୀରେ ବସିଥିବା ଯୁବତୀଙ୍କ ଉପରକୁ ମଧ୍ୟ ପେଟ୍ରୋଲ ଫିଙ୍ଗିଥିଲେ। ସୌଭାଗ୍ୟରୁ ତାଙ୍କର ବିଶେଷ କିଛି କ୍ଷତି ଘଟିନଥିଲା।

ତେବେ ଯୁବକଜଣଙ୍କ ନିଜ ଦେହରେ ନିଆଁ ଲଗାଇବା ପୂର୍ବରୁ ଅନ୍ୟମାନେ ତାଙ୍କୁ କାବୁ କରି ନେଇଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଖବର ପାଇ ପୁଲିସ ସେଠାରେ ପହଞ୍ଚି ପ୍ରେମିକ ଓ ତାଙ୍କ ସାଥୀକୁ ଥାନାକୁ ନେଇ ପଚରାଉଚରା କରୁଛି। ଏବେ ଏହି ଘଟଣା ଅନୁଗୋଳ ଜିଲ୍ଲାର ଚର୍ଚ୍ଚାର ବିଷୟ ପାଲଟିଛି।

Related story