ମା’କୁ ପିଟି ମାରିଦେଲା ପୁଅ

ଫୁଲବାଣୀ(ଓଡ଼ିଶା ରିପୋର୍ଟର): ପିଟିଦେବ, ମାରିଦେବ କହୁଥିଲା। ଚାରି ଦିନ ହେବ ମୁଣ୍ଡ ଠିକ କାମ କରୁ ନ ଥିଲା। ଘର ଓ ବାହାର ଲୋକଙ୍କୁ ଏମିତି କହୁଥିଲା। ବାଡ଼ି ଧରି ଗୋଡ଼ାଇ ଯାଉଥିଲା। ଲୋକେ ଅଘଟଣ ରୋକିବାକୁ ଏହି ମାନସୀକ ବିକୃତ ଯୁବକଙ୍କୁ ବାନ୍ଧି ଦେଇଥିଲେ। ଦୀର୍ଘ ସମୟ ପରେ ଲୋକେ ଏହି ଯୁବକଙ୍କ ହାତ ଖୋଲିଦେଇଥିଲେ। ହେଲେ ଏହି ମାନସୀକ ବିକୃତ ଯୁବକ ନିଜ ମା’ ଉପରେ ରାଗି ଯାଇ ତାଙ୍କୁ ପିଟି ମାରିଦେଇଛି। କନ୍ଧମାଳ […]

SON

SON

Niranjan Mishra
  • Published: Friday, 27 May 2022
  • , Updated: 27 May 2022, 07:40 PM IST

ଫୁଲବାଣୀ(ଓଡ଼ିଶା ରିପୋର୍ଟର): ପିଟିଦେବ, ମାରିଦେବ କହୁଥିଲା। ଚାରି ଦିନ ହେବ ମୁଣ୍ଡ ଠିକ କାମ କରୁ ନ ଥିଲା। ଘର ଓ ବାହାର ଲୋକଙ୍କୁ ଏମିତି କହୁଥିଲା। ବାଡ଼ି ଧରି ଗୋଡ଼ାଇ ଯାଉଥିଲା। ଲୋକେ ଅଘଟଣ ରୋକିବାକୁ ଏହି ମାନସୀକ ବିକୃତ ଯୁବକଙ୍କୁ ବାନ୍ଧି ଦେଇଥିଲେ। ଦୀର୍ଘ ସମୟ ପରେ ଲୋକେ ଏହି ଯୁବକଙ୍କ ହାତ ଖୋଲିଦେଇଥିଲେ। ହେଲେ ଏହି ମାନସୀକ ବିକୃତ ଯୁବକ ନିଜ ମା’ ଉପରେ ରାଗି ଯାଇ ତାଙ୍କୁ ପିଟି ମାରିଦେଇଛି। କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରର ବିଡ଼ାଙ୍ଗୀସାହିରେ ଏହି ହୃଦୟ ବିଦାରକ ଘଟଣା ଘଟିଛି। ନିଜ ଜନ୍ମିତ ମା'କୁ ମାନସୀକ ବିକୃତ ପୁଅ ହତ୍ୟା କରିବା ଅଞ୍ଚଳରେ ଶୋକରଛାୟା ଖେଳାଇଦେଇଛି। ଗତ ରାତିରେ ଏହି ଘଟଣା ଘଟିଛି। ମୃତ ମହିଳା ବିଡ଼ାଙ୍ଗୀସାହିର କସ୍ତୁରୀ କହଁର। ଅଭିଯୁକ୍ତ ଜଣକ ତାଙ୍କ ପୁଅ ଜିତେନ୍ଦ୍ର।

ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ଗତକାଲି ଘର ନିକଟ ଦୋକାନରେ ବସାଉଠା କରୁଥିଲା। ଏହି ସମୟରେ ଲୋକଙ୍କୁ ବାଡ଼େଇବାକୁ ଉଦ୍ୟମ କରିଥିଲା। ତେଣୁ ଲୋକେ ତାର ହାତ ବାନ୍ଧି ବସାଇଦେଇଥିଲେ। ସନ୍ଧ୍ୟାରେ ହାତ ଖୋଲିଥିଲେ। ଏହି କଥାରେ ସେ ରାଗି ଯାଇ ରାତିରେ ତାର ମା’ର ମୁଣ୍ଡକୁ ଏକ ଶାଳ କାଠରେ ପିଟି ଦେଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏ ନେଇ ବୃଦ୍ଧାଙ୍କ ଝିଅ ଫୁଲବାଣୀ ଟାଉନ ଥାନାରେ ଜଣାଇଥିଲେ। ପରେ ଟାଉନ ଥାନା ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହ ଶବ ଜବତ କରିଛି। ଅଟକ ଥିବା ଅଭିଯୁକ୍ତର ଦେହ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ପୁଲିସ କହିଛି।

Related story