ଘରେ ପଶି ବିଧବା ମହିଳାଙ୍କୁ ଦୁଷ୍କର୍ମ

ନୟାଗଡ଼(ଓଡ଼ିଶା ରିପୋର୍ଟର): କମୁନି ଦୁଷ୍କର୍ମ ଘଟଣା। ଗତ କିଛି ଦିନ ହେଲା ଏହି ଘୃଣ୍ୟକାରନାମା ସୀମା ଟପିବାରେ ଲାଗିଛି । ଦୁଇଦିନ ପୂର୍ବେ ସାଲେପୁର ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ଖେଳିଯାଇଥିବା ବେଳେ ପୁଣି ନୟାଗଡ଼ ଜିଲ୍ଲାରେ ଘଟିଛି ଏକ ଲଜ୍ଜାଜନକ ଘଟଣା ।  ଘରେ ପଶି ବିଧବା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ରଣପୁର ଥାନା ଅଞ୍ଚଳରେ ଘଟିଛି ଏହି ଦୁଷ୍କର୍ମ। ଘଟଣାରେ ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରିଛି। ଗତକାଲି […]

women

Rakesh Mallick
  • Published: Wednesday, 02 May 2018
  • , Updated: 02 May 2018, 12:09 PM IST

ନୟାଗଡ଼(ଓଡ଼ିଶା ରିପୋର୍ଟର): କମୁନି ଦୁଷ୍କର୍ମ ଘଟଣା। ଗତ କିଛି ଦିନ ହେଲା ଏହି ଘୃଣ୍ୟକାରନାମା ସୀମା ଟପିବାରେ ଲାଗିଛି । ଦୁଇଦିନ ପୂର୍ବେ ସାଲେପୁର ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ଖେଳିଯାଇଥିବା ବେଳେ ପୁଣି ନୟାଗଡ଼ ଜିଲ୍ଲାରେ ଘଟିଛି ଏକ ଲଜ୍ଜାଜନକ ଘଟଣା ।  ଘରେ ପଶି ବିଧବା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ରଣପୁର ଥାନା ଅଞ୍ଚଳରେ ଘଟିଛି ଏହି ଦୁଷ୍କର୍ମ। ଘଟଣାରେ ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରିଛି।

ଗତକାଲି ସଂଧ୍ୟାରେ ମହିଳା ଜଣକ ଘରେ ଏକାକୀ ଥିବାବେଳେ ଏଭଳି ଘଟଣା ଘଟିଛି। ଅଭିଯୁକ୍ତ ସେହି ଗାଁର ବୋଲି ସୂଚନା ମିଳିଛି। ପୂର୍ବରୁ ଦିନକ ତଳେ ସେହି ରଣପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିଲା। ସେ ଘଟଣାରେ ଅଭିଯୁକ୍ତ ଏବେ ବି ଫେରାର ଅଛି।

Related story