ସାବିତ୍ରୀରେ ସ୍ୱାମୀଙ୍କୁ ଛେଚିଦେଲା ସ୍ତ୍ରୀ

କେନ୍ଦୁଝର(ପ୍ରଣୟ କୁମାର ପାଣି): ସ୍ୱାମୀଙ୍କ ଦୀର୍ଘାୟୂ କାମନା କରି ସାବିତ୍ରୀ ବ୍ରତ ପାଳୁଛି ସ୍ତ୍ରୀ। ପୂଜା କରୁଛି ଓ ଉପବାସ ରହୁଛି। ଆଉ ଦୀର୍ଘାୟୂ ପାଇଁ କାମନା କରୁଛି। ହେଲେ ସେହି ସ୍ତ୍ରୀ ଆଜି ଉଗ୍ରରୂପ ଧାରଣ କରିଛି। ସାମାନ୍ୟ କଳିକୁ କେନ୍ଦ୍ର କରି ସାବିତ୍ରୀରେ ସାତ ଜନମର ସାଥୀଙ୍କୁ ପଥରରେ ଛେଚି ଦେଇଛି। ଆଜି ଏପରି ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ପୂରା ଘଟଣା ଏମିତି। ବଡ଼ବିଲ ଥାନା ଭଦ୍ରାସାହି ପଞ୍ଚାୟତ ଝାଡ଼ଗାଁର ମୋଟୁ ମୁଣ୍ଡା […]

attack

Manoranjan Sial
  • Published: Thursday, 10 June 2021
  • , Updated: 10 June 2021, 04:59 PM IST

କେନ୍ଦୁଝର(ପ୍ରଣୟ କୁମାର ପାଣି): ସ୍ୱାମୀଙ୍କ ଦୀର୍ଘାୟୂ କାମନା କରି ସାବିତ୍ରୀ ବ୍ରତ ପାଳୁଛି ସ୍ତ୍ରୀ। ପୂଜା କରୁଛି ଓ ଉପବାସ ରହୁଛି। ଆଉ ଦୀର୍ଘାୟୂ ପାଇଁ କାମନା କରୁଛି। ହେଲେ ସେହି ସ୍ତ୍ରୀ ଆଜି ଉଗ୍ରରୂପ ଧାରଣ କରିଛି। ସାମାନ୍ୟ କଳିକୁ କେନ୍ଦ୍ର କରି ସାବିତ୍ରୀରେ ସାତ ଜନମର ସାଥୀଙ୍କୁ ପଥରରେ ଛେଚି ଦେଇଛି। ଆଜି ଏପରି ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।

ପୂରା ଘଟଣା ଏମିତି। ବଡ଼ବିଲ ଥାନା ଭଦ୍ରାସାହି ପଞ୍ଚାୟତ ଝାଡ଼ଗାଁର ମୋଟୁ ମୁଣ୍ଡା ଆଜି ସକାଳେ ଘରେ ଶୋଇଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଘରୁ ବାହାରି ଥିଲେ। ଏହାକୁ ନେଇ ମୋଟୁ ଓ ତାଙ୍କ ସ୍ତ୍ରୀ ଦ୍ରୌପଦୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦ୍ରୌପଦୀ ଏକ ଇଟାରେ ସ୍ୱାମୀ ମୋଟୁଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ବଡ଼ବିଲ ପୁଲିସ ଗାଁରେ ପହଞ୍ଚି ମୋଟୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ମାତ୍ର ଏପର୍ଯ୍ୟନ୍ତ ଥାନାରେ ମାମାଲା ରୁଜୁ ହୋଇନାହିଁ। ସାବିତ୍ରୀରେ ଏପରି ଘଟଣା ସମ୍ପୃକ୍ତ ଅଞ୍ଚଳରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।

Related story