ରସିକିଆ ସ୍ୱାମୀକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ!

ବୀରମିତ୍ରପୁର (ରାକେଶ ସାହୁ): ରସିକିଆ ସ୍ୱାମୀକୁ ଟାଙ୍ଗିଆରେ ଆକ୍ରମଣ କଲା ସ୍ତ୍ରୀ! ଗୁରୁତର ଅବସ୍ଥାରେ ମେଡ଼ିକାଲ୍‌ ବେଡ୍‌ରେ ଚିକିତ୍ସିତ ହେଉଛନ୍ତି ରସିକିଆ ସ୍ୱାମୀ। ଏପରି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ। ବୀରମିତ୍ରପୁର ଥାନା ଅନ୍ତର୍ଗତ ତଲସେରା ଗାଁର ଡାଏରଡାଣ୍ଡ ବସ୍ତିରେ ରୁହନ୍ତି ଶ୍ୟାମ ସୁନ୍ଦର ସାହୁ। ୯ ବର୍ଷ ତଳେ ସେ ଅନୀତା ସାହୁଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କ ଔରଷରୁ ୩ଟି ପିଲା ଅଛନ୍ତି। ସ୍ତ୍ରୀ ଓ ୩ ପିଲା ଥାଉଁ ଥାଉଁ ଶ୍ୟାମ […]

sundargarh

Manoranjan Sial
  • Published: Friday, 25 June 2021
  • , Updated: 25 June 2021, 07:26 PM IST

ବୀରମିତ୍ରପୁର (ରାକେଶ ସାହୁ): ରସିକିଆ ସ୍ୱାମୀକୁ ଟାଙ୍ଗିଆରେ ଆକ୍ରମଣ କଲା ସ୍ତ୍ରୀ! ଗୁରୁତର ଅବସ୍ଥାରେ ମେଡ଼ିକାଲ୍‌ ବେଡ୍‌ରେ ଚିକିତ୍ସିତ ହେଉଛନ୍ତି ରସିକିଆ ସ୍ୱାମୀ। ଏପରି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ।

ବୀରମିତ୍ରପୁର ଥାନା ଅନ୍ତର୍ଗତ ତଲସେରା ଗାଁର ଡାଏରଡାଣ୍ଡ ବସ୍ତିରେ ରୁହନ୍ତି ଶ୍ୟାମ ସୁନ୍ଦର ସାହୁ। ୯ ବର୍ଷ ତଳେ ସେ ଅନୀତା ସାହୁଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କ ଔରଷରୁ ୩ଟି ପିଲା ଅଛନ୍ତି। ସ୍ତ୍ରୀ ଓ ୩ ପିଲା ଥାଉଁ ଥାଉଁ ଶ୍ୟାମ ଅନ୍ୟ ଜଣେ ମହିଳାଙ୍କ ପ୍ରେମରେ ପଡ଼ିଲେ। ପରେ ତାଙ୍କୁ ନିଜ ଘରକୁ ନେଇ ଆସିଲେ। 

ସ୍ୱାମୀ ଶ୍ୟାମ ସୁନ୍ଦରଙ୍କ ଏପରି କାର୍ଯ୍ୟକୁ ଅନୀତା ବରୋଧ କରିଥିଲେ। ଯାହାକୁ ନେଇ ଗୁରୁବାର ରାତିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌‍କ୍ଷିପ୍ତ ହୋଇ ଅନୀତା ଏକ ଟାଙ୍ଗିଆରେ ସ୍ଵାମୀର ମୁଣ୍ଡକୁ ଦେଇଥିଲେ ପ୍ରହାର। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୀରମିତ୍ରପୁର ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବା

ଚିକିତ୍ସାଳୟ ପରେ ରାଉରକେଲା ଆରଜିଏଚ କୁ ସ୍ଥାନାନ୍ତର କରିଥିଲେ I କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସମ୍ବଲପୁର ବୁର୍ଲା ମେଡିକାଲକୁ ପଠାଇ ଦିଆଯାଇଛି l ସେଠାରେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ଆଇଜିଏଚ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ତାଙ୍କୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ରହିଛି। 

ଏ ନେଇ ବୀରମିତ୍ରପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆକ୍ରମଣରେ ବ୍ୟବହୃତ ହୋଇଥିବା ଟାଙ୍ଗିଆକୁ ପୁଲିସ ଜବତ କରିଥିବା ବେଳେ ଶ୍ୟାମଙ୍କ ପତ୍ନୀ ଅନୀତାଙ୍କୁ ଅଟକ ରଖିଛି।

Related story