ସ୍ତ୍ରୀର ଦ୍ୱିତୀୟ ବିବାହକୁ ସହିପାରିଲାନି ସ୍ୱାମୀ, କୋର୍ଟରେ ମର୍ଡର

ସମ୍ୱଲପୁର(ସମୀର ଷଡଙ୍ଗୀ): ପ୍ରେମ ବିବାହ କରିଥିଲେ। ଭାବିଥିଲେ ହସ ଖୁସିରେ ଜୀବନ ବିତିବ। କଣ ହେଲା କେଜାଣି ସାତ ଜନ୍ମକୁ ସାକ୍ଷୀ ରଖି ବିବାହ କରିଥିବା ସ୍ୱାମୀକୁ ଛାଡ଼ି ସ୍ତ୍ରୀ ବାପ ଘରକୁ ଯାଇ ଦ୍ୱିତୀୟ ବିବାହ କଲା। କିନ୍ତୁ ଏହାକୁ ସହିପାରିଲା ନାହିଁ ପ୍ରଥମ ସ୍ୱାମୀ। କୋର୍ଟ ପରିସରରେ ସ୍ତ୍ରୀକୁ ଅତି ବୀଭତ୍ସ ଭାବେ ହାଣିଲା। ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଚାଲିଗଲା। ଆଜି ଏପରି ଦୁଃଖଦ ଘଟଣା ସମ୍ୱଲପୁର ଫ୍ୟାମିଲି କୋର୍ଟରେ ଘଟିଛି। ପୂରା […]

husband murder wife in sambalpur

Rakesh Mallick
  • Published: Monday, 23 April 2018
  • , Updated: 23 April 2018, 04:34 PM IST

ସମ୍ୱଲପୁର(ସମୀର ଷଡଙ୍ଗୀ): ପ୍ରେମ ବିବାହ କରିଥିଲେ। ଭାବିଥିଲେ ହସ ଖୁସିରେ ଜୀବନ ବିତିବ। କଣ ହେଲା କେଜାଣି ସାତ ଜନ୍ମକୁ ସାକ୍ଷୀ ରଖି ବିବାହ କରିଥିବା ସ୍ୱାମୀକୁ ଛାଡ଼ି ସ୍ତ୍ରୀ ବାପ ଘରକୁ ଯାଇ ଦ୍ୱିତୀୟ ବିବାହ କଲା। କିନ୍ତୁ ଏହାକୁ ସହିପାରିଲା ନାହିଁ ପ୍ରଥମ ସ୍ୱାମୀ। କୋର୍ଟ ପରିସରରେ ସ୍ତ୍ରୀକୁ ଅତି ବୀଭତ୍ସ ଭାବେ ହାଣିଲା। ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଚାଲିଗଲା। ଆଜି ଏପରି ଦୁଃଖଦ ଘଟଣା ସମ୍ୱଲପୁର ଫ୍ୟାମିଲି କୋର୍ଟରେ ଘଟିଛି।

ପୂରା ଘଟଣା ଏମିତି। ରମେଶ କୁମ୍ଭାର ଓ ସଂଗୀତା ଚୌଧୁରୀ ପ୍ରେମ ବିବାହ କରିଥିଲେ। ସାତ ଜନ୍ମ ପାଇଁ ଏକାଠି ଜୀଇଁବା ପାଇଁ ପଣ କରିଥିଲେ। ହଠାତ୍‌ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଲା। ଯାହାର ସମାଧାନର ରାସ୍ତା ବାହାରି ପାରିଲା ନାହିଁ। ଶେଷରେ ସ୍ୱାମୀକୁ ଛାଡ଼ି ସଂଗୀତା ବାପ ଘରକୁ ଚାଲିଗଲା। ପ୍ରେମ ବିବାହକୁ ବିରୋଧ କରୁଥିବା ବାପ ଘର ଲୋକେ ମାମଲାକୁ ସମାଧାନ କରିବା ପରିବର୍ତ୍ତେ ଗତ ଫେବ୍ରୁଆରୀରେ ସଂଗୀତାର ବିବାହ ବିହାର ଜଣେ ଯୁବକଙ୍କ ସହିତ କରିଦେଇଲେ। ଏହାକୁ ରମେଶ ସହଜରେ ଗ୍ରହଣ କରିପାରିଲେ ନାହିଁ। ନିଜ ସ୍ତ୍ରୀକୁ ପାଇବା ପାଇଁ ସମ୍ୱଲପୁର ଫ୍ୟାମିଲି କୋର୍ଟରେ ଆଶ୍ରୟ ନେଇଥିଲେ।

ଆଜି ଆଲୋଚନା ପାଇଁ ପକ୍ଷ କୋର୍ଟକୁ ଆସିଥିଲେ। ସଂଗୀତା, ତାଙ୍କ ବାପା, ମାଆ ଓ ଝିଆରୀ ସହିତ କୋର୍ଟ ଯାଇଥିଲେ। ଏମାନଙ୍କୁ କୋର୍ଟ ଗୃହରେ ବସାଇ ସଂଗୀତାଙ୍କ ବାପା ଆଇନ୍‌ଜୀବୀଙ୍କ ସହିତ କଥା ହେବାକୁ ଯାଇଥିଲେ। ଏହି ସମୟରେ ରମେଶ ଏକ ଖଣ୍ଡ ଧରି କୋର୍ଟ ଗୃହରେ ପଶି ଥିଲେ। ପ୍ରଥମେ ସଂଗୀତାଙ୍କୁ ଆକ୍ରମଣ କରିଥିଲେ। ଜୀବନ ବିକଳରେ ସଂଗୀତା ଦୌଡ଼ୁଥିବା ବେଳେ ତାଙ୍କୁ ଗୋଡ଼ାଇ ଗୋଡ଼ ରମେଶ ଆକ୍ରମଣ କରିଥିଲେ। ଏପରିକି ଶାଶୁ ଓ ଝିଆରୀଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇନଥିଲେ। ଏହି ସମୟରେ କୋର୍ଟ ପରିସରରେ ଉପସ୍ଥିତ ଥିବା ଆଇନ୍‌ଜୀବୀମାନେ ରମେଶକୁ କାବୁ କରିଥିଲେ। ଗୁରୁତର ହୋଇଥିବା ସଂଗୀତା, ତାଙ୍କ ମାଆ ଓ ଝିଆରୀଙ୍କୁ ସମ୍ୱଲପୁର ସଦର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସଂଗୀତାଙ୍କର ମୃତ୍ୟୁ ଘଟିଛି। ୪୦ ମିନିଟ୍‌ ବିଳମ୍ୱରେ ପୋଲିସ କୋର୍ଟରେ ପହଞ୍ଚି ରମେଶକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ବିଳମ୍ୱରେ କୋର୍ଟରେ ପହଞ୍ଚିବାକୁ ନେଇ ଆଇନ୍‌ଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Related story