କଟକ ଟ୍ରିପଲ୍‌ ମର୍ଡର: ଏସ୍‌ଡିଜେଏମ୍‌ରେ ମାମଲା ଦାୟର କଲେ ନାରାୟଣଙ୍କ ପତ୍ନୀ

କଟକ(ଓଡ଼ିଶା ରିପୋର୍ଟର): କଟକ ଟ୍ରିପଲ୍‌ ମର୍ଡର ଅଭିଯୋଗରେ ‘ସାଇକୋ କିଲର୍‌’ କୁହାଯାଉଥିବା ନାରାୟଣ ସାହୁଙ୍କୁ କମିଶନରେଟ୍‌ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାକୁ ବିରୋଧ କରି ନାରାୟଣଙ୍କ ପତ୍ନୀ ଗୀତାଞ୍ଜଳି କଟକ ଜେଏମ୍‌ଏଫ୍‌ସି କୋର୍ଟରେ ମାମଲା ଦାୟର କରିଛନ୍ତି। ଗୀତାଞ୍ଜଳିଙ୍କ କହିବା ଅନୁସାରେ ଗତ ୨୨ ତାରିଖରେ ନାରାୟଣ ଭୁବନେଶ୍ୱରରେ ତାଙ୍କ ଭଉଣୀଙ୍କ ଘରେ ରହିଥିଲେ। ୨୩ ତାରିଖରେ ସେ ରହୁଥିବା ଗଞ୍ଜାମ ଜିଲ୍ଲାର କୁମ୍ପାପଡ଼ା ଘରକୁ ଚାଲିଯାଇ ଥିଲେ। ୨୪ ତାରିଖରେ ନୟାଗଡ଼ […]

narayan

Manoranjan Sial
  • Published: Wednesday, 07 August 2019
  • , Updated: 07 August 2019, 05:18 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ଟ୍ରିପଲ୍‌ ମର୍ଡର ଅଭିଯୋଗରେ 'ସାଇକୋ କିଲର୍‌' କୁହାଯାଉଥିବା ନାରାୟଣ ସାହୁଙ୍କୁ କମିଶନରେଟ୍‌ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାକୁ ବିରୋଧ କରି ନାରାୟଣଙ୍କ ପତ୍ନୀ ଗୀତାଞ୍ଜଳି କଟକ ଜେଏମ୍‌ଏଫ୍‌ସି କୋର୍ଟରେ ମାମଲା ଦାୟର କରିଛନ୍ତି। ଗୀତାଞ୍ଜଳିଙ୍କ କହିବା ଅନୁସାରେ ଗତ ୨୨ ତାରିଖରେ ନାରାୟଣ ଭୁବନେଶ୍ୱରରେ ତାଙ୍କ ଭଉଣୀଙ୍କ ଘରେ ରହିଥିଲେ। ୨୩ ତାରିଖରେ ସେ ରହୁଥିବା ଗଞ୍ଜାମ ଜିଲ୍ଲାର କୁମ୍ପାପଡ଼ା ଘରକୁ ଚାଲିଯାଇ ଥିଲେ। ୨୪ ତାରିଖରେ ନୟାଗଡ଼ ସୁନାମୁହିଁ ଗାଁ ସ୍ଥିତ ପୈତୃକ ଘରେ ରହିଥିଲେ। ଏପରି ସ୍ଥିତିରେ ନାରାୟଣ କେମିତି କଟକରେ ହତ୍ୟାକାଣ୍ଡ ଘଟାଇଲେ? ତେଣୁ ନୟାଗଡ଼ ସୁନାମୁହିଁ ଓ ଭୁବନେଶ୍ୱର ସାଲିଆସାହିରେ ଥିବା ସିସିଟିଭିର ଫୁଟେଜ ଯାଞ୍ଚ କରାଯାଉ ବୋଲି ଶ୍ରୀମତୀ ଗୀତାଞ୍ଜଳି ଅପିଲ୍‌ କରିଛନ୍ତି। ଆବେଦନ ଆଧାରରେ ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି।

ଗତ ୨୨ ତାରିଖରେ କଟକ ରାଣୀହାଟରେ ପ୍ରଥମେ ଜଣଙ୍କୁ ହତ୍ୟା କରାଯାଇଥିଲା। ଠିକ୍‌ ସେମିତି ତା’ପର ଦିନ ଅର୍ଥାତ ୨୩ ତାରିଖରେ ଓଏମ୍‌ପି ଛକରେ ୨ ଜଣ ନିରାଶ୍ରୟଙ୍କୁ ହତ୍ୟା କରାଯାଇଥିଲା। ଏହି ସିରିଜ ହତ୍ୟା କଟକବାସୀଙ୍କ ନିଦ ହଜାଇ ଦେଇଥିଲା। ଏଥିପାଇଁ କମିଶନରେଟ୍‌ ପୁଲିସ ୫ଟି ଟିମ୍ ଗଠନ କରି ତଲାସି ଅଭିଯାନ କରିଥିଲା। ପ୍ରାୟ ସପ୍ତାହେ ଧରି ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ ଶେଷରେ ନାରାୟଣକୁ ଗିରଫ କରିଥିଲା।

Related story