ମାଲକାନଗିରି(ଜିତେନ୍ଦ୍ର ବେଉରା): ସ୍ୱାମୀଙ୍କ ଅକାଳ ବିୟୋଗ ପରେ ଜୁଇରେ ମୁଖାଗ୍ନି ଦେଲେ ସ୍ତ୍ରୀ । ମହାମାରୀ କରୋନା ବେଳେ ମାଲକାନଗିରିରୁ ଏମିତି ଘଟଣା ସାମ୍ନାକୁ ଆସିଛି । ପିପିଇ କିଟ୍ ପିନ୍ଧି ସାତ ଜନ୍ମର ସାଥୀଙ୍କର କରିଛନ୍ତି ଶେଷକୃତ୍ୟ।
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମାନ୍ଦାପାଲ୍ଲୀ ଗାଁରେ ବାଷ କରନ୍ତି କୃଷ୍ଣ ନାୟକ ଓ ପତ୍ନୀ ରମ୍ଭା ନାୟକ। ହେଲେ କୃଷ୍ଣ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପ୍ରଥମେ କୋରାପୁଟ ଓ ପରେ ବିଶାଖାପାଟଣାର ଏକ ହସ୍ପିଟାଲକୁ ନିଆଯାଇଥିଲା ।
ସେଠାରେ ତାଙ୍କର ମୃତ୍ୟୁ ହେବାରୁ ଆମ୍ବୁଲାନ୍ସ ଯୋଗେ କୃଷ୍ଣଙ୍କ ମରଶରୀର ମାଲକାନଗିରି ପହଞ୍ଚିଥିଲା। ଆଉ କରୋନା କଟକଣା ମାନି ଆଜି ଶବ ସଂସ୍କାର କରାଯାଇଥିଲା । କୃଷ୍ଣଙ୍କର ୪ଟି ଝିଅ ଥିବା ବେଳେ କେହି ପୁଅ ନଥିବାରୁ କରୋନା ପାଇଁ ପତ୍ନୀ ସବୁ ସାମାଜିକ କାଇଦା କଟକଣାକୁ ପଛରେ ପକାଇ ନିଜେ ମୁଖାଗ୍ନି ଦେଇଥିଲେ। ମୃତ କୃଷ୍ଣ ନାୟକ ଜୟପୁର ଓ ମାଥିଲି ଦୁଇ ବ୍ଲକରେ ବ୍ଲକ୍ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିଲେ।