ରାଜଧାନୀରେ ମଣିଷ ରକ୍ତ ନେଉଛି ଗଜରାଜ ! ବାଚାଳ ହୋଇ ଘୁରି ବୁଲୁଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀ ଉପକଣ୍ଠରେ ଦୀର୍ଘ ୧୨ ଘଣ୍ଟାର ଆତଙ୍କରାଜ ପରେ ଶେଷରେ ଚନ୍ଦକା ଜଙ୍ଗଲକୁ ଫେରିଛି ନରହନ୍ତା ଦନ୍ତା । ଗତକାଲି ପିପିଲିରେ ଚାରି ଚାରି ଜଣଙ୍କୁ ଦଳି ମାରିବା ପରେ ଆଜି ଭୋରୁ ଘାଟିକିଆ ଫୁଲେଶ୍ୱରୀ ବସ୍ତିରେ ବି ଜଣଙ୍କୁ କରିଥିଲା ଘାଇଲା । ତା’ପରେ ଆୟୁର୍ବେଦ୍ ଉଦ୍ୟାନ ଅଞ୍ଚଳରେ ଚଳାଇଥିଲା ଉତ୍ପାତ । ଲୋକେ ହାତୀର ରାସ୍ତା ରୋକୁ ଥିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ପିସିସିଏଫ୍। ଘାଟିକିଆ ଆୟୁର୍ବେଦିକ ଉଦ୍ୟାନ ଭିତରେ […]

mmmn

Tapas Behera
  • Published: Monday, 24 February 2020
  • , Updated: 24 February 2020, 08:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀ ଉପକଣ୍ଠରେ ଦୀର୍ଘ ୧୨ ଘଣ୍ଟାର ଆତଙ୍କରାଜ ପରେ ଶେଷରେ ଚନ୍ଦକା ଜଙ୍ଗଲକୁ ଫେରିଛି ନରହନ୍ତା ଦନ୍ତା । ଗତକାଲି ପିପିଲିରେ ଚାରି ଚାରି ଜଣଙ୍କୁ ଦଳି ମାରିବା ପରେ ଆଜି ଭୋରୁ ଘାଟିକିଆ ଫୁଲେଶ୍ୱରୀ ବସ୍ତିରେ ବି ଜଣଙ୍କୁ କରିଥିଲା ଘାଇଲା । ତା’ପରେ ଆୟୁର୍ବେଦ୍ ଉଦ୍ୟାନ ଅଞ୍ଚଳରେ ଚଳାଇଥିଲା ଉତ୍ପାତ । ଲୋକେ ହାତୀର ରାସ୍ତା ରୋକୁ ଥିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ପିସିସିଏଫ୍।

ଘାଟିକିଆ ଆୟୁର୍ବେଦିକ ଉଦ୍ୟାନ ଭିତରେ ଆଜି ଦିନତମାମ ବାଚାଳ ଭଳି ଘୁରି ବୁଲୁଥିଲା ଦନ୍ତା । ତା’ର ଏଭଳି ଆକ୍ରମଣାତ୍ମକ ରୂପ ଦେଖି ଛାନିଆ ହୋଇ ପଡିଥିଲେ ଅଞ୍ଚଳବାସୀ। ଭୟରେ ଲୋକେ କବାଟ କିଳି ଘରେ ରହିଥିଲେ। ବନ ବିଭାଗର ଏକ ଟିମ୍ ବି ହାତୀକୁ ପୁରା ଗୋଡ଼େ ଗୋଡ଼େ ଜଗିଥିଲା। ତେବେ ଆଜି ରାତି ସୁଦ୍ଧା ତାକୁ ଚନ୍ଦକା ଜଙ୍ଗଲ ଭିତରକୁ ଘଉଡ଼ାଇବାକୁ ଲକ୍ଷ୍ୟ ରଖିଛି ବନବିଭାଗ । ବଡ଼କଥା ହେଲା ଏ ମଣିଷମରା ଦନ୍ତା  ଗତକାଲି ରାତିରେ ସିଧା ପିପିଲିରୁ ରାଜଧାନୀ ମୁହାଁ ହୋଇଥିଲା । ଡେଲାଙ୍ଗ ପାଖ ଦୟାନଦୀ ଓ ଜଟଣୀର ପଞ୍ଚପଲ୍ଲୀ ନୂଆଗାଁ ବାଟ ଦେଇ ସିଧା ପହଞ୍ଚିଥିଲା ରାଜଧାନୀର ଆୟୁର୍ବେଦିକ ଉଦ୍ୟାନରେ। ତେବେ ଯେଉଁ ଯେଉଁ ବାଟ ହୋଇ ହାତୀ ଫେରିଛି ସେଠି ସ୍ପଷ୍ଟ ଭାବେ ଠାବ ହୋଇଛି ତା’ ପାଦ ଚିହ୍ନ।

ଗତ ସପ୍ତାହେ ତଳୁ ଚନ୍ଦକା ଜଙ୍ଗଲରୁ ବାହାରି ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଆତଙ୍କ ଖେଳାଇଥିବା ଦନ୍ତା ଗତକାଲି ରକ୍ତମୁଖା ହୋଇ ପଡ଼ିଥିଲା । କାହାକୁ ଦଳିଲା ତ’ କାହାକୁ କଚାଡ଼ିଲା । ରବିବାର ଦିନକ ଭିତରେ ପିପିଲି ଅଞ୍ଚଳରେ ୪ ଜଣଙ୍କ ଜୀବନ ନେବା ସହ ୬ ଜଣଙ୍କୁ ଘାଇଲା କରିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଆଜି ବି ଜାରି ରହିଥିଲା ଦନ୍ତା ଉତ୍ପାତ । ଘାଟିକିଅଆ ଫୁଲେଶ୍ୱରୀ ବସ୍ତିର ଜଣେ ମହିଳାଙ୍କୁ ସକାଳୁ ସକାଳୁ ଆକ୍ରମଣ କରି ଘାଇଲା କରିଥିବା ଅଭିଯୋଗ ହୋଇଛି। ବାଟବଣା ହେଉ ବା ଖାଦ୍ୟ ଅନ୍ୱେଷଣ ଜଙ୍ଗଲ ଛାଡ଼ି ହାତୀ ଜନବସତି ମୁହାଁ ହେବା ଘଟଣା ଚିନ୍ତାର କାରଣ ପାଲଟିଛି।

https://youtu.be/kmdL1gVQ__w

Related story