ପୁଣି ବିଜେପି ଫେଲ୍, ଫାଇଦା ଉଠାଇବ କି ବିଜେଡି?

ଭୁବନେଶ୍ୱର(ପ୍ରକାଶ ସେଠୀ): ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ କେନ୍ଦ୍ର ସରକାର ପ୍ରତି ବିଜେଡିର ସକରାତ୍ମକ ଆଭିମୁଖ୍ୟକୁ ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଥିବା ଚର୍ଚ୍ଚା। ବିଶେଷକରି ଜାତୀୟ ନାଗରିକ ସଂଶୋଧନ ବିଲକୁ ସମର୍ଥନ ଜଣାଇ ନିଜର ଧର୍ମନିରପେକ୍ଷ ଚେହେରାକୁ ‘ଧୂମିଳ’ କରିଥିବା ବିଜେଡି ଏବେ ଝାଡ଼ଖଣ୍ଡ ନିର୍ବାଚନରେ ବିଜେପିର ଶକ୍ତ ପରାଜୟରୁ ଫାଇଦା ଉଠାଇ ନିଜର ଭାବମୂର୍ତ୍ତି ଓ ଲୋକପ୍ରିୟତାକୁ ଅକ୍ଷୂଣ୍ଣ ରଖିବା ପାଇଁ […]

naveen-patnaik-1

naveen-patnaik-1

Tapas Behera
  • Published: Monday, 23 December 2019
  • Updated: 23 December 2019, 09:32 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ କେନ୍ଦ୍ର ସରକାର ପ୍ରତି ବିଜେଡିର ସକରାତ୍ମକ ଆଭିମୁଖ୍ୟକୁ ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଥିବା ଚର୍ଚ୍ଚା। ବିଶେଷକରି ଜାତୀୟ ନାଗରିକ ସଂଶୋଧନ ବିଲକୁ ସମର୍ଥନ ଜଣାଇ ନିଜର ଧର୍ମନିରପେକ୍ଷ ଚେହେରାକୁ ‘ଧୂମିଳ’ କରିଥିବା ବିଜେଡି ଏବେ ଝାଡ଼ଖଣ୍ଡ ନିର୍ବାଚନରେ ବିଜେପିର ଶକ୍ତ ପରାଜୟରୁ ଫାଇଦା ଉଠାଇ ନିଜର ଭାବମୂର୍ତ୍ତି ଓ ଲୋକପ୍ରିୟତାକୁ ଅକ୍ଷୂଣ୍ଣ ରଖିବା ପାଇଁ ପ୍ରୟାସ କରିବା ଉଚିତ୍। ବିଜେପିକୁ ‘ଚେକ୍ ଆଣ୍ଡ ବାଲାନ୍ସ’ରେ ରଖିବା ଓ ବିଭିନ୍ନ ପ୍ରସଙ୍ଗରେ ଫାଇଦା ଉଠାଇବା ନିମନ୍ତେ ବିଜେଡି ପାଖରେ ଏବେ ପାଖାପାଖି ଏକବର୍ଷ ସମୟ ରହିଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ ସାଧାରଣ ନିର୍ବାଚନ ପରଠୁ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦି ସରକାର ପ୍ରତି ବିଜେଡି ଅହେତୁକ ଅନୁକମ୍ପା ଦେଖାଇ ଆସୁଛି। କେନ୍ଦ୍ର ସରକାର ପ୍ରତି ଏହି ଅଯାଚିତ ପ୍ରେମ ନିବେଦନ ବିଜେଡିର ବାଧ୍ୟବାଧକତା ନା ନୂଆ ରାଜନୀତିକ ସମୀକରଣ ନିମନ୍ତେ ପୁଣିଥରେ ମୂଳଦୁଆ ପଡ଼ୁଛି ତାହା ଭିନ୍ନକଥା, ମାତ୍ର ଏହି ୭ମାସର ଶାସନ କାଳ ଭିତରେ ନରେନ୍ଦ୍ର ମୋଦି ସରକାରକୁ ବିଜେଡିର ସମର୍ଥନର ପ୍ରତିଦାନରେ ରାଜ୍ୟ ସ୍ୱାର୍ଥଜଡ଼ିତ ସେଭଳି ଆଖିଦୃଶିଆ ଫାଇଦା ମିଳିନି। କେନ୍ଦ୍ରର ବିଜେପି ସରକାରର ପ୍ରାୟତଃ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଲକୁ ଏକତରଫା ସମର୍ଥନ କରି ଆସୁଥିବା ବିଜେଡି ଚଳିତମାସରେ ନାଗରିକ ସଂଶୋଧନ ବିଲକୁ ସମର୍ଥନ ଜଣାଇଥିଲା। ଯଦିଓ ଦଳର କୌଣସି ଗୋଟିଏ ସଂଶୋଧନ ପ୍ରସ୍ତାବକୁ ବିଲରେ ସାମିଲ କରାଯାଇ ନଥିଲା। ନାଗରିକ ସଂଶୋଧନ ବିଲକୁ ନେଇ ଦେଶବ୍ୟାପୀ ବିରୋଧ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବିତ ଏନଆରସିକୁ ବିରୋଧ କରାଯିବ ବୋଲି କହି ଦଳର ଭାବମୂର୍ତ୍ତିକୁ ରକ୍ଷା ପାଇଁ ଉଦ୍ୟମ କରିଛନ୍ତି।

ତେବେ ଗତ ୭ମାସ ଧରି କେନ୍ଦ୍ରର ବିଜେପି ସରକାରକୁ ଉପରେ ପଡ଼ି ସମର୍ଥନ ଦେବା ବଦଳରେ ଓଡ଼ିଶାକୁ କ’ଣ ଅଧିକ ଫାଇଦା ମିଳିଛି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ। ନାଗରିକ ସଂଶୋଧନ ବିଲକୁ ସମର୍ଥନ କରିବା ବଦଳରେ ବିଜେଡି ପକ୍ଷରୁ ବିଧାନ ପରିଷଦ ଗଠନ ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ାଯାଇ ମୂଲଚାଲ ହୋଇଥିବା ଦଳ ପକ୍ଷରୁ ସଙ୍କେତ ଦିଆଯାଇଥିଲା। ମାତ୍ର ବିଧାନ ପରିଷଦ ଗଠନରେ ସାମଗ୍ରିକ ଭାବେ ଓଡ଼ିଶାର କ’ଣ ଫାଇଦା ହେବ ତାହା କେବଳ ବିଜେଡିକୁ ହିଁ ଜଣା। ଆଞ୍ଚଳିକ ଦଳ ଭାବେ ବିଜେଡି ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ଯଥା- ଧାନର ଏମଏସପି ବୃଦ୍ଧି, ପୋଲାଭରମ୍ ପ୍ରକଳ୍ପ ଯୋଗୁ ରାଜ୍ୟର ବହୁଅଞ୍ଚଳ ଜଳମଗ୍ନ ହେବା, ମହାନଦୀ ଜଳ ଆବଣ୍ଟନ ଓ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଭଳି ପ୍ରସଙ୍ଗରେ ଦଳ ମୂଲଚାଲ୍ ନକରି ବିଧାନ ପରିଷଦ ଗଠନ ଦାବିକୁ ଉପସ୍ଥାପନ କରିବା ନିଶ୍ଚିତ ଭାବେ ବିଜେଡିର ହୀନ ରାଜନୀତିକ ମହାତ୍ୱାକାଂକ୍ଷାକୁ ପଦାରେ ପକାଇଛି।
ଯଦିଓ ବିଜେଡି ପାଖରେ ଏବେବି ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ କେନ୍ଦ୍ରର ବିଜେପି ସରକାର ସହ ମୂଲଚାଲ ପାଇଁ ୨୦୨୦ ନଭେମ୍ବର ପର୍ଯ୍ୟନ୍ତ ସମୟ ରହିଛି। ଯଦି ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ହାସଲ ଦିଗରେ ବିଜେଡି ପଦକ୍ଷେପ ନନିଏ ତା’ହେଲେ ୨୦ବର୍ଷ ଧରି ଶାସନ କରୁଥିବା ବିଜେଡିକୁ ଭବିଷ୍ୟତରେ ଏସବୁ ମହଙ୍ଗା ପଡ଼ିବାର ଆଶଙ୍କା ରହିଛି।

ଲୋକସଭାରେ ଏକକ ସଂଖ୍ୟାଗରିଷ୍ଠ ଥିବା ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ୨୦୨୦ ମସିହାରେ ରାଜ୍ୟସଭାରେ ମଧ୍ୟ ଆବଶ୍ୟକ ସଂଖ୍ୟା ଗରିଷ୍ଠତା (ମ୍ୟାଜିକ ନମ୍ବର) ସହଜରେ ମିଳିବାର ସମ୍ଭାବନା ରହିଛି। କାରଣ ରାଜ୍ୟସଭାରେ ୨୦୨୦ ଏପ୍ରିଲରୁ ଜୁଲାଇ ମଧ୍ୟରେ ୬୨ଟି ସିଟ୍ ଓ ନଭେମ୍ବରରେ ୧୧ଟି ସିଟ୍ ପାଇଁ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟରେ ବିଜେପିର ମାତ୍ର ୧୮ଟି ସିଟ୍ ଖାଲି ପଡ଼ୁଥିବାବେଳେ ଦଳକୁ ନିଜସ୍ୱ ସରକାର ଥିବା ଗୁଜୁରାଟର ୪ଟି, ଆସାମର ୩ଟି, ଉତ୍ତରାଖଣ୍ଡଖଣ୍ଡର ୨ଟି, କର୍ଣ୍ଣାଟକର ୪ଟି ସମେତ ସହଯୋଗୀଙ୍କ ସହାୟତାରେ ହରିୟାଣାର ୨ଟି ଓ ବିହାରର ୫ଟି ଆସନ ଜିଣିବାରେ ବିଶେଷ ଅସୁବିଧା ହେବ ନାହିଁ। ବିଜେପି ସରକାର ପ୍ରତି ସକରାତ୍ମକ ଆଭିମୁଖ୍ୟ ପୋଷଣ କରୁଥିବା ଏଆଇଡିଏମକେ ମଧ୍ୟ ଖାଲି ହେଉଥିବା ୬ଟି ସିଟକୁ ଦଖଲ କରିବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଖାଲି ହେଉଥିବା ମୋଟ ୬୨ଟି ଆସନ ମଧ୍ୟରୁ ବିଜେପି ଓ ତାର ସହଯୋଗୀ ଦଳ ସପକ୍ଷରେ ୩୨ରୁ ୩୫ଟି ଆସନ ଯାଇପାରେ। ବିଜେପିର ରାଜ୍ୟସଭାରେ ଏବେ ୮୩ଟି ଆସନ ଥିବାବେଳେ ସେଥିରୁ ୧୮ଟି ଖାଲି ହେବ। ତେବେ ଜୁଲାଇ ସୁଦ୍ଧା ଦଳର ନିଜସ୍ୱ ଆସନ ସଂଖ୍ୟା ରାଜ୍ୟସଭାରେ ୧୦୦ ଛୁଇଁବ। ତା’ଛଡ଼ା ନଭେମ୍ବରରେ ଖାଲି ହେଉଥିବା ୟୁପିର ୧୦ଟି ଆସନରୁ ବିଜେପିକୁ ୮ଟି ଆସନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏନଡିଏ ସହଯୋଗୀଙ୍କ ସହାୟତାରେ ବିଜେପିର ରାଜ୍ୟସଭାରେ ମ୍ୟାଜିକ୍ ଅଙ୍କ ହୋଇଯିବ। ଆଉ ସେତେବେଳେ ବିଜେଡି ଭଳି ଅଣଏନଡିଏ ଦଳଗୁଡ଼ିକର ସମର୍ଥନ ବିଶେଷ ଆବଶ୍ୟକ ହେବ ନାହିଁ। ଯାହା ଏବେ ଅତ୍ୟନ୍ତ ଜରୁରୀ ହେଉଛି।

ତେଣୁ ୨୦୧୮ ମସିହା ପରଠୁ କ୍ରମାଗତ ରାଜ୍ୟ ବିଧାନସଭା ନିର୍ବାଚନରେ ପରାଜୟ ହେଉଥିବା ବିଜେପି ସହ ଓଡ଼ିଶା ସ୍ୱାର୍ଥ ପ୍ରସଙ୍ଗରେ ମୂଲଚାଲ କରିବାର ଏବେ ପ୍ରକୃଷ୍ଟ ସମୟ ବୋଲି କୁହାଯାଇପାରେ। ୨୦୧୭ରେ ଦେଶର ୭୧ପ୍ରତିଶତ ଅଞ୍ଚଳରେ ବିଜେପି ଓ ତା’ର ସହଯୋଗୀଙ୍କ ଶାସନ ଥିବାବେଳେ ୨୦୧୯ରେ ଏହା ୩୬%କୁ ହ୍ରାସ ପାଇଛି। ୨୦୧୪ରେ ମାତ୍ର ୭ଟି ରାଜ୍ୟରେ ବିଜେପିର ସରକାର ଥିବାବେଳେ ୨୦୧୮ ମଧ୍ୟଭାଗ ସୁଦ୍ଧା ଏହା ୨୧କୁ ବୃଦ୍ଧି ପାଇଥିଲା। ଯାହା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ପରେ ୧୬କୁ ହ୍ରାସ ପାଇଛି।
ତେଣୁ ବିଜେଡି ଏବେ ନିଜସ୍ୱ ସ୍ୱାର୍ଥକୁ ପଛରେ ପକାଇ ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗକୁ ନେଇ ବ୍ୟାକଫୁଟରେ ଥିବା କେନ୍ଦ୍ର ସରକାରଙ୍କ ସହ ଆକ୍ରମଣାତ୍ମକ ମୂଲଚାଲ୍ କରିବା ଉଭୟ ଦଳ ଓ ରାଜ୍ୟ ପାଇଁ ଶୁଭଙ୍କର ହେବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story