Advertisment

୧୯‘ରେ ରିପିଟ୍‌ ହୋଇଥାନ୍ତାକି ‘ମିଡନାଇଟ୍‌’ ଷଡ଼ଯନ୍ତ୍ର, ନବୀନଙ୍କ ଗାଦି ଉପରେ କାହାର ଥିଲା ନଜର ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୨ ଭଳି ୨୦୧୯ରେ ହୋଇଥିଲା କି ଷଡ଼ଯନ୍ତ୍ର ?  ନବୀନଙ୍କ ଗାଦି ଉପରେ କାହାର ପଡ଼ିଥିଲା ନଜର ? କ୍ଷମତା କେନ୍ଦ୍ରକୁ ହାଇଜାକ କରିବାକୁ ହୋଇଥିଲା କି ଚକ୍ରାନ୍ତ ? ବିଜେଡିରୁ ବିଦା ହେବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ଏମିତି କିଛି ଇଙ୍ଗିତକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି। ଗତକାଲି ପ୍ରଦୀପ କହିଥିଲେ ଯେ, ନୂଆ ସାଧାରଣ ସଂପାଦକ ଦାୟିତ୍ୱ ପାଇଥିବା ବିଶ୍ୱଜିତ ମହାନ୍ତି ଏହି […]

ଅଦ୍ୟତନ ହୋଇଛି
ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପୁରସ୍କୃତ କରିବ ପେଟା, ପୁରସ୍କାରର ନାମ ‘ହିରୋ ଟୁ ଆନିମଲ୍ସ’

Naveen-Peta-award

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୨ ଭଳି ୨୦୧୯ରେ ହୋଇଥିଲା କି ଷଡ଼ଯନ୍ତ୍ର ?  ନବୀନଙ୍କ ଗାଦି ଉପରେ କାହାର ପଡ଼ିଥିଲା ନଜର ? କ୍ଷମତା କେନ୍ଦ୍ରକୁ ହାଇଜାକ କରିବାକୁ ହୋଇଥିଲା କି ଚକ୍ରାନ୍ତ ? ବିଜେଡିରୁ ବିଦା ହେବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ଏମିତି କିଛି ଇଙ୍ଗିତକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି।

Advertisment

ଗତକାଲି ପ୍ରଦୀପ କହିଥିଲେ ଯେ, ନୂଆ ସାଧାରଣ ସଂପାଦକ ଦାୟିତ୍ୱ ପାଇଥିବା ବିଶ୍ୱଜିତ ମହାନ୍ତି ଏହି ଷଡ଼ଯନ୍ତ୍ର ବିଷୟରେ ତାଙ୍କୁ ଜଣାଇଥିଲେ। ବିଶ୍ୱଜିତ ତାଙ୍କୁ କହିଥିଲେ ଯେ, ସରକାର ଭୁଶୁଡ଼ିବାକୁ ଯାଉଛି।  ଏକଥା ଶୁଣିବା ପରେ ନିଜେ  ପ୍ରଦୀପ  ଏକଥାକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଆଉ ବିଶ୍ୱଜିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା କରାଇଥିଲେ । ତେବେ ଏହି ଘଟଣା ପରେ ବିଜେଡି ସଙ୍ଗଠନ ସାଧାରଣ ସଂପାଦକ ବବି ଓରଫ୍ ପ୍ରଣବ ପ୍ରକାଶ ଦାସ ଓ ସାଂସଦ ଅଚ୍ୟୁତ ସାମନ୍ତ, ପ୍ରଦୀପଙ୍କ ସହ ଏ ବିଷୟରେ ଆଲୋଚନା କରି କାହିଁକି ମୁଖ୍ୟମନ୍ତ୍ରୀ ସହ ଏଭଳି କଥା ହେଉଛ ବୋଲି ତାଗିଦ କରିଥିଲେ।

publive-image

ଅନ୍ୟପକ୍ଷରେ ସେହି ରାଗ ରଖି ପ୍ରଦୀପ ପାଣିଗ୍ରାହୀଙ୍କ କ୍ୟାରିୟର ଶେଷ କରିଦେବାକୁ ପ୍ଲଟ୍ ତିଆରି କରାଯାଇଥିବା ଚର୍ଚ୍ଚା ହେଉଛି ।

Advertisment

ସୂଚନା ଅନୁଯାୟୀ, ୨୦୧୨ ମେ’ ୨୯ ଦିନ ବିଜେଡି ମୁଖିଆଙ୍କ ପାଇଁ ଘୋଟି ଆସିଥିଲା କଳା ବାଦଲ। ମିଡ୍‌ନାଇଟ୍‌ ଅପରେସନ୍‌ରେ କ୍ଷଣିକେ ସବୁକିଛି ଓଲଟି ଯାଇଥାନ୍ତା। ନବୀନଙ୍କ ଅନୁପସ୍ଥିତିରେ ଏକ ଜଘନ୍ୟ ଷଡ଼ଯନ୍ତ୍ର ରଚା ଯାଇଥିଲା। ହେଲେ ସୌଭାଗ୍ୟକୁ ନବୀନ ବିଦେଶରୁ ଫେରି ଆସିବା ପରେ ବିଜେଡି ଏକ ବଡ଼ ବିପର୍ଯ୍ୟୟରୁ ବର୍ତ୍ତି ଯାଇଥିଲା । ବିଜୁ ବାବୁଙ୍କ ଚିର ଅନୁଗତ କୁହାଯାଉଥିବା ପ୍ୟାରୀ ମୋହନ ମହାପାତ୍ରଙ୍କ ଷଡ଼ଯନ୍ତ୍ର ଫସର ଫାଟିଲା । ଆଉ କିଛି ବିଧାୟକଙ୍କ ଅସଲ ଚେହେରା ପଦାରେ ପଡ଼ିଥିଲା। ସରକାର ଭାଙ୍ଗି ଦେବାକୁ ରଚାଯାଇଥିବା ଷଡ଼ଯନ୍ତ୍ର ଫସର ଫାଟିବା ପରେ ଦଳରୁ ବିଦା ହୋଇଥିଲେ ସେ ସମୟର ଦଳର ହେଭିୱେଟ୍‌ ପ୍ୟାରୀ ବାବୁ।

ଆଗକୁ ପଢନ୍ତୁ : ସମ୍ବିତଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ, କ୍ଷମା ଭିକ୍ଷା ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

BjD Naveen Patnaik Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe