‘ପୁରୀ ପହଞ୍ଚିଲା ବେଳକୁ ବାତ୍ୟାର ତୀବ୍ରତା କମିବ, ପବନର ବେଗ ୬୦/୭୦ କିମି ରହିବ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଜୱାଦ’ ଧୀରେ ଧୀରେ ଦୁର୍ବଳ ହେଉଥିବା ବେଳେ ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ପହଞ୍ଚିଲା ବେଳକୁ ଏହାର ତୀବ୍ରତା କମିଯିବ ବୋଲି ଆକଳନ କରାଯାଇଛି। ପୁରୀ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ରହିବ। ଏ ନେଇ ସଦ୍ୟ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା। ସେ ଆଉ କ’ଣ କହିଛନ୍ତି, ଚୁମ୍ବକରେ ଜାଣି ନିଅନ୍ତୁ। ଆଜି ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା […]

Cyclone

Jitendra Garnayak
  • Published: Saturday, 04 December 2021
  • , Updated: 04 December 2021, 01:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଜୱାଦ’ ଧୀରେ ଧୀରେ ଦୁର୍ବଳ ହେଉଥିବା ବେଳେ ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ପହଞ୍ଚିଲା ବେଳକୁ ଏହାର ତୀବ୍ରତା କମିଯିବ ବୋଲି ଆକଳନ କରାଯାଇଛି। ପୁରୀ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ରହିବ। ଏ ନେଇ ସଦ୍ୟ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା। ସେ ଆଉ କ’ଣ କହିଛନ୍ତି, ଚୁମ୍ବକରେ ଜାଣି ନିଅନ୍ତୁ।

  • ଆଜି ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇପାରେ
  • ପବନ ବେଗ କମିବା ଆକଳନ ଥିବାରୁ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବା ଆଶଙ୍କା କମ୍‌
  • ପ୍ରବଳ ବର୍ଷା ଯୋଗୁଁ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ
  • ଧାନ ଓ ପନିପରିବା ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ
  • କାଲି ସନ୍ଧ୍ୟା ବେଳକୁ ଓଡ଼ିଶାରୁ ବାତ୍ୟା ପ୍ରଭାବ ହଟିଯିବା ସମ୍ଭାବନା
  • ପବନ ବେଗ କମିବାର ଥିବାରୁ ସ୍ଥାନାନ୍ତରଣ କରାଯିବା ଦରକାର ହେବନି
  • ମାତ୍ର ଦେଢ଼ ଫୁଟ/ ୨ ଫୁଟ ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଆସିପାରେ
  • ଆଜି ଯାହା ଜୁଆର ରହିଛି, କାଲି ଆଉ ଅଧ ମିଟର ଉଚ୍ଚକୁ ବଢ଼ିବ
  • ମାତ୍ର ଦେଢ଼ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି
  • ପ୍ରଭାବିତ ଜିଲ୍ଲାରେ ୩ ଶହ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ନିଆଯାଇଛି
  • ପବନ କମିଲେ ବି ବର୍ଷା ହେବ; ପବନରେ ଛୋଟ ଗଛ ଭାଙ୍ଗିପାରେ
  • ବର୍ଷା, ପବନ ବେଳେ କେହି ବାହାରକୁ ଯାଆନ୍ତୁ ନାହିଁ
  • ବାତ୍ୟା ପ୍ରଭାବ ସରିବା କ୍ଷଣି ଫସଲ କ୍ଷତି ନେଇ ଆକଳନ କରାଯିବ
  • ବିଶେଷକରି ଫସଲ ଅମଳ ସମୟ ଥିବାରୁ, ତୁରନ୍ତ କ୍ଷତି ଆକଳନ ହେବ
  • ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରାଯିବ

Related story