ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏଥର ନିର୍ବାଚନରେ ଅନେକ ଆସନରେ କଡ଼ା ଟକ୍କର ହୋଇଛି। କଂଗ୍ରେସ ପଛରେ ପଡ଼ିଯାଇଥିବା ବେଳେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଲଢ଼େଇ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ,
କେନ୍ଦୁଝରରେ ବିଜେପିର ମୋହନ ମାଝୀ ବିଜେଡିର ମାଧବ ସର୍ଦ୍ଦାରଙ୍କୁ ହରାଇ ବିଜୟୀ ହୋଇଛନ୍ତି। ମାଧବଙ୍କୁ ୧୧୮୯ ଭୋଟରେ ହରାଇ ଜିତିଛନ୍ତି ମୋହନ। ସେହିପରି ନିଆଳିରେ ବିଜେଡିର ପ୍ରମୋଦ ମଲ୍ଲିକ ବିଜୟୀ ହୋଇଛନ୍ତି। ବିଜେପିର ଛବି ମଲ୍ଲିକଙ୍କୁ ୨୭ ହଜାର ଭୋଟରେ ହରାଇଛନ୍ତି ପ୍ରମୋଦ। ହିନ୍ଦୋଳରେ ବିଜେଡିର ସୀମାରାଣୀ ନାୟକ ବିଜୟୀ ହୋଇଛନ୍ତି।
ନିଜର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଅଶୋକ ନାୟକଙ୍କୁ ୧୯, ୧୨୧ ଭୋଟରେ ହରାଇଲେ ସୀମାରାଣୀ। ସେହିପରି ଢେଙ୍କାନାଳରେ ବିଜେଡିର ସୁଧିର ସାମଲ ବିଜୟୀ ବିଜୟୀ ହୋଇଛନ୍ତି। ବିଜେପିର କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ୨୦, ୭୫୨ ଭୋଟରେ ହରାଇଲେ ସୁଧିର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆଜି ପବିତ୍ର ବଡ଼ଦିନ; ଧରା ଅବତରଣ କଲେ ପ୍ରଭୁ ଯୀଶୁ
କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ୱର ସର୍ବବୃହତ ବାଲୁକା କଳା ହୋଇଛି। ଯାହା ୱାଲ୍ଡ ରେକର୍ଡ BOOKS OF INDIAରେ ସ୍ଥାନ ପାଇଛି।
Politics
ଆମ୍ବେଦକରଙ୍କୁ ନେଇ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି: ମୁଖ୍ୟମନ୍ତ୍ରୀ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତିକୁ କଦର୍ଥ ଏବଂ ବିକୃତ କରି କଂଗ୍ରେସ ନିଜର ରାଜନୈତିକ ଆଶା ପୂରଣ କରିବାକୁ ଚେଷ୍ଟା କରୁଛି କହିଲେ ମୁଖ୍ୟମନ୍ତ୍ରୀ।
Crime
ରିଟାର୍ଡ ଆଇଏଏସ୍ ବିନୋଦ କୁମାର ଓ ଅନ୍ୟ ୨ଜଣଙ୍କୁ ୩ବର୍ଷ ସଶ୍ରମ ଜେଲ୍
୧୯୮୯ ବ୍ୟାଚ୍ ଆଇଏଏସ୍ ବିନୋଦ କୁମାରଙ୍କୁ ରାଜ୍ୟ ସରକାର ୨୦୨୨ ମସିହାରେ ଚାକିରିରୁ ବହିଷ୍କୃତ କରିଥିଲେ। ଓଆରଏଚଡିସି ଦୁର୍ନୀତି ଓ ଅର୍ଥ ତୋଷାରପାତ ମାମଲାରେ ଏହି ସଂସ୍ଥାର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଦଶମ ଥର ପାଇଁ ଦୋଷୀସାବ୍ୟସ୍ତ ହୋଇଛନ୍ତି।
Miscellaneous
ପ୍ରବାସୀ ଭାରତୀୟ ଦିବସ: ୯ରେ ପ୍ରଧାନମନ୍ତ୍ରୀ, ୧୦ରେ ଆସିବେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଭୁବନେଶ୍ୱରକୁ ସୁନ୍ଦର କରିବାକୁ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
Miscellaneous
ରଘୁବର ଦାସ ହଟିଲେ, ଓଡ଼ିଶାର ନୂଆ ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତି
ମିଜେରାମର ରାଜ୍ୟପାଳ ଭାବେ କାର୍ଯ୍ୟରତ ଡଃ କମ୍ଭାମପତିଙ୍କୁ ଆଜି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।