ଶିଳ୍ପପତିଙ୍କ ହାତରେ ଜଙ୍ଗଲ ଜମି, ଫେରାଇ ନ ଆଣିଲେ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ପଦାରେ ପଡ଼ିଲା ରାଜ୍ୟ ସରକାରଙ୍କ ଶିଳ୍ପପତି ପ୍ରୀତି। ଶିଳ୍ପପତିଙ୍କୁ ଶାଗମାଛ ଦରରେ ରାଜ୍ୟ ସରକାର ଜଙ୍ଗଲ ଜମି ଟେକି ଦେଉଛନ୍ତି।  ଏହାଦ୍ୱାରା ଉକ୍ତ ଜାଗାରେ ବସବାସ କରୁଥିବା ବନ୍ୟଜନ୍ତୁଙ୍କ ବାସସ୍ଥଳୀ ନଷ୍ଟ ହେବା ଜାଣି ମଧ୍ୟ ରାଜ୍ୟ ସରକାର ସେଥିପ୍ରତି ଆଦୌ ଚିନ୍ତିତ ନୁହନ୍ତି।  ରାଜ୍ୟ ସରକାର ତୁରନ୍ତ ଏଥିରୁ କ୍ଷାନ୍ତ ହେବା ସହ ଉକ୍ତ ପ୍ରୋଜେକ୍ଟକୁ ଅନ୍ୟତ୍ର ସ୍ଥାନାନ୍ତର ନ କଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏନେଇ […]

pic

  • Published: Wednesday, 16 November 2022
  • , Updated: 16 November 2022, 12:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ପଦାରେ ପଡ଼ିଲା ରାଜ୍ୟ ସରକାରଙ୍କ ଶିଳ୍ପପତି ପ୍ରୀତି। ଶିଳ୍ପପତିଙ୍କୁ ଶାଗମାଛ ଦରରେ ରାଜ୍ୟ ସରକାର ଜଙ୍ଗଲ ଜମି ଟେକି ଦେଉଛନ୍ତି।  ଏହାଦ୍ୱାରା ଉକ୍ତ ଜାଗାରେ ବସବାସ କରୁଥିବା ବନ୍ୟଜନ୍ତୁଙ୍କ ବାସସ୍ଥଳୀ ନଷ୍ଟ ହେବା ଜାଣି ମଧ୍ୟ ରାଜ୍ୟ ସରକାର ସେଥିପ୍ରତି ଆଦୌ ଚିନ୍ତିତ ନୁହନ୍ତି।  ରାଜ୍ୟ ସରକାର ତୁରନ୍ତ ଏଥିରୁ କ୍ଷାନ୍ତ ହେବା ସହ ଉକ୍ତ ପ୍ରୋଜେକ୍ଟକୁ ଅନ୍ୟତ୍ର ସ୍ଥାନାନ୍ତର ନ କଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ଏନେଇ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତା ଦେବାଶିଷ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ‘କଟକ ଆଗ୍ରାଭେଟ’ ନାମକ କମ୍ପାନୀକୁ ଭୁବନେଶ୍ୱରଠାରୁ ୧୫ କିମି ଦୂରରେ ଥିବା ପ୍ରାୟ ୨୬ ଏକର ଜଙ୍ଗଲ ଜମିକୁ ମାତ୍ର ୬୭ ଲକ୍ଷ ଟଙ୍କାରେ ଟେକି ଦେଇଛନ୍ତି। ଉକ୍ତ କମ୍ପାନୀର ମାଲିକ ଦିଲ୍ଲୀରେ ରୁହନ୍ତି।

ଉକ୍ତ ଜଙ୍ଗଲ ଜମିରେ ଅନେକ ବନ୍ୟଜନ୍ତୁ ବସବାସ କରୁଥିବା ବେଳେ ହାତୀ ବି ଚଳପ୍ରଚଳ କରନ୍ତି। ଏଠାରେ ଶିଳ୍ପ ହେଲେ ସେଥିରୁ ନିର୍ଗତ ବାଷ୍ପ ଏବଂ ଆବର୍ଜ୍ଜନା ପଶୁ ପକ୍ଷୀଙ୍କ ବାସସ୍ଥଳୀ ତଥା ଜୀବନ ଉପରେ ପ୍ରଭାବ ପକାଇବ । ହେଲେ  ରାଜ୍ୟ ସରକାର ଏକ ମିଛ ପଲ୍ଲୀ ସଭା କରି ଏଭଳି ପ୍ରୋଜେକ୍ଟକୁ ଅନୁମୋଦିତ କରାଇ ନେଇଛନ୍ତି। ଏପରି ସ୍ଥିତିରେ କିଭଳି ଶିଳ୍ପକୁ ଅନୁମତି ମିଳିଲା ସେ ନେଇ ପ୍ରଶ୍ନ କରିଛି କଂଗ୍ରେସ।

ତୁରନ୍ତ ଏହି ପ୍ରୋଜେକ୍ଟକୁ ଅନ୍ୟତ୍ର ସ୍ଥାନାନ୍ତର କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି କଂଗ୍ରେସ ।  ସେପଟେ ଏ ନେଇ ରାଜ୍ୟ ସରକାରଙ୍କ କୌଣସି ପ୍ରତିକ୍ରିୟା ମିଳିନି।

Related story