ନେଗେଟିଭ୍ କୋଭିଡ୍ ରିପୋର୍ଟ ନଥିଲେ ବିଧାନସଭା ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ନେଗେଟିଭ୍ ରିପୋର୍ଟ ନଥିଲେ ବିଧାନସଭାକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଆଗାମୀ ଡିସେମ୍ବର ୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବାରୁ ୨୮ତାରିଖରୁ ୩ଦିନ ଧରି କୋଭିଡ୍ ଟେଷ୍ଟ କରାଯିବ। ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଧାନସଭା ଶୀତ ଅଧିବେଶନ ପାଇଁ ସମସ୍ତଙ୍କର ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ । ୨୮ରୁ ୩୦ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଏହି ଟେଷ୍ଟ ବିଧାନସଭା ପରିସରରେ କରାଯିବ। ସକାଳ […]

assemble

Ordigital Desk
  • Published: Thursday, 25 November 2021
  • , Updated: 25 November 2021, 09:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ନେଗେଟିଭ୍ ରିପୋର୍ଟ ନଥିଲେ ବିଧାନସଭାକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଆଗାମୀ ଡିସେମ୍ବର ୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବାରୁ ୨୮ତାରିଖରୁ ୩ଦିନ ଧରି କୋଭିଡ୍ ଟେଷ୍ଟ କରାଯିବ।

ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଧାନସଭା ଶୀତ ଅଧିବେଶନ ପାଇଁ ସମସ୍ତଙ୍କର ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ । ୨୮ରୁ ୩୦ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଏହି ଟେଷ୍ଟ ବିଧାନସଭା ପରିସରରେ କରାଯିବ। ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟେଷ୍ଟିଂ ହେବ। ବିଧାୟକ ଓ ତାଙ୍କର ଡ୍ରାଇଭର ଏବଂ ସୁରକ୍ଷାକର୍ମୀ, ସାମ୍ବାଦିକ, ବିଧାନସଭା କର୍ମଚାରୀଙ୍କର ଆରଟିପିସିଆର ଟେଷ୍ଟ ହେବ। କୋଭିଡ୍ ଗାଇଡଲାଇନକୁ ପାଳନ କରି ବିଧାନସଭା ଭିତରେ ବିଧାୟକମାନଙ୍କ ବସିବା ପାଇଁ ସିଟ୍ ବ୍ୟବସ୍ଥା କରାଯିବ। ଯେଉଁ ବିଧାୟକମାନେ ବ୍ୟକ୍ତିଗତ ଭାବେ ବିଧାନସଭାକୁ ଆସିପାରିବେ ନାହିଁ ସେମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇପାରିବେ। ବିଧାନସଭା ଅଧିବେଶନ ସମୟରେ ଆସୁଥିବା ସମସ୍ତ ଅଫିସରଙ୍କୁ ନିଜର କୋଭିଡ୍ ଟିକାକରଣ ସାର୍ଟଫିକେଟ୍ ଦେବାକୁ ପଡ଼ିବ। ଦୈନିକ ବିଧାନସଭା ପରିସରକୁ ସାନିଟାଇଜ୍ କରାଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ବିଧାୟକଙ୍କ ସମେତ ସେମାନଙ୍କ ଡ୍ରାଇଭର ଓ ପିଏସଓ ଏବଂ ସାମ୍ବାଦିକ ଓ ଅଧିକାରୀଙ୍କ ନିମନ୍ତେ ମାସ୍କ, ଗ୍ଲୋଭସ୍ , ସାନିଟାଇଜର, ଫେସ୍ ଶିଲଡ୍ ଆଦି ୮୮୦ଟି କରୋନା ପ୍ରତିଷେଧକ କିଟ୍ ଯୋଗାଇ ଦେବାକୁ ବିଧାନସଭା ପକ୍ଷରୁ ଓଡ଼ିଶା ରାଜ୍ୟ ମେଡିକାଲ ନିଗମକୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ, ଆସନ୍ତା ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ମୋଟ ୨୬ଟି କାର୍ଯ୍ୟଦିବସ ରହିଛି।

Related story