ମୃତ୍ୟୁ ପୂର୍ବରୁ ଦୁଆର ମୁହଁରେ ପକାଇଦେଲା କୋଭିଡ୍‌ ଆମ୍ୱୁଲାନ୍ସ!

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): କୋଭିଡ୍‌ ହସ୍ପିଟାଲ୍‌ ନାଁରେ ଆସିଛି ସଙ୍ଗିନ ଅଭିଯୋଗ। କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଚିକିତ୍ସା କରିବା ପରିବର୍ତ୍ତେ ତାଙ୍କୁ ରାତି ଅଧିଆ ଘରେ ଛାଡ଼ି ପଳାଇଲା! ଆଉ ସମ୍ପୃକ୍ତ କରୋନା ଆକ୍ରାନ୍ତ ଯନ୍ତ୍ରଣାରେ ଛଟପଟ ହୋଇ ଘର ଲୋକଙ୍କ ସମ୍ନାରେ ପ୍ରାଣ ତ୍ୟାଗ କଲେ। ଖାଲି ଏତିକି ନୁହେଁ, କରୋନା ଆକ୍ରାନ୍ତ ହୋଇଥିବାରୁ ସମ୍ପର୍କିୟ ଓ ପଡ଼ୋଶୀମାନେ ଶବ ସତ୍କାର ପାଇଁ ନଆସିବାରୁ ଅସହାୟ ପୁଅ ବାପର […]

nayagardh

Manoranjan Sial
  • Published: Thursday, 24 September 2020
  • , Updated: 24 September 2020, 07:54 PM IST

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): କୋଭିଡ୍‌ ହସ୍ପିଟାଲ୍‌ ନାଁରେ ଆସିଛି ସଙ୍ଗିନ ଅଭିଯୋଗ। କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଚିକିତ୍ସା କରିବା ପରିବର୍ତ୍ତେ ତାଙ୍କୁ ରାତି ଅଧିଆ ଘରେ ଛାଡ଼ି ପଳାଇଲା! ଆଉ ସମ୍ପୃକ୍ତ କରୋନା ଆକ୍ରାନ୍ତ ଯନ୍ତ୍ରଣାରେ ଛଟପଟ ହୋଇ ଘର ଲୋକଙ୍କ ସମ୍ନାରେ ପ୍ରାଣ ତ୍ୟାଗ କଲେ। ଖାଲି ଏତିକି ନୁହେଁ, କରୋନା ଆକ୍ରାନ୍ତ ହୋଇଥିବାରୁ ସମ୍ପର୍କିୟ ଓ ପଡ଼ୋଶୀମାନେ ଶବ ସତ୍କାର ପାଇଁ ନଆସିବାରୁ ଅସହାୟ ପୁଅ ବାପର ମୃତଦେହ ଟ୍ରଲିରେ ପକାଇ ନିଜେ ଶ୍ମଶାନକୁ ନେଇଥିଲା। ତେବେ ସେଠାରେ ମଧ୍ୟ ଅନୁମତି ମିଳିନଥିଲା। ଶେଷରେ ବାପାଙ୍କ ମୃତଦେହକୁ ପୁଅ ଭୁବନେଶ୍ୱର ସତ୍ୟନଗର ଆଣି ସତ୍କାର କରିଥିଲେ। ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଓଡଗାଁରୁ।

ପୂରା ଘଟଣାଟି ଏମିତି। କୁରାଳ ଗାଁ ବେଙ୍ଗେଇ ସାହିର ୭୨ବର୍ଷୀୟ ଚନ୍ଦ୍ରଶେଖର ଆଚାରି, ତାଙ୍କ ପତ୍ନୀ ଓ ପୁଅ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କୁ ଚାନ୍ଦପୁର କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଅର୍ଥାତ ଗତ ୧୦ ତାରିଖରେ ଚନ୍ଦ୍ରଶେଖରଙ୍କ ପୁଅ ଓ ପତ୍ନୀ ଘରକୁ ଫେରିଥିଲେ। ହେଲେ ଚନ୍ଦ୍ରଶେଖରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସା ଚାଲିଥିଲା।

ଗତକାଲି ରାତି ୯ରୁ ସାଢ଼େ ୯ ଭିତରେ ବେଙ୍ଗେଇ ସାହିରେ ଏକ ଆମ୍ୱୁଲାନ୍ସ ଅଟକିଥିଲା। ଆଉ ଆମ୍ୱୁଲାନ୍ସରୁ ସ୍ୱାସ୍ଥ୍ୟ କର୍ମୀମାନେ ଓହ୍ଲାଇ ଅସୁସ୍ଥ ଚନ୍ଦ୍ରଶେଖରଙ୍କୁ ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କଲେ। ଆମ୍ୱୁଲାନ୍ସ ଯିବାର ପ୍ରାୟ ୧୦ରୁ ୧୫ ମିନିଟ୍‌ ଭିତରେ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାତିରେ ଅନ୍ତିମ ସଂସ୍କାର କରିବା ପାଇଁ ପରିବାର ଲୋକେ ସାହି ଭାଇଙ୍କୁ ଡାକିଥିଲେ। ମାତ୍ର କେହି ଶୁଣିନଥିଲେ।

ଆଜି ସକାଳେ ବାପାଙ୍କ ମୃତଦେହକୁ ପୁଅ ଏକ ଟ୍ରଲିରେ ଗାଁ ଶ୍ମଶାନକୁ ନେଇଥିଲେ। ହେଲେ ସେଠାରେ ଶବ ସତ୍କାର କରିବାକୁ ଗାଁ ଲୋକେ ଅନୁମତି ଦେଲେନାହିଁ। ଶେଷରେ ୧୫୦୦୦ ଟଙ୍କାରେ ଏକ ଗାଡ଼ି ଭଡା କରି ମୃତଦେହକୁ ଭୁବନେଶ୍ୱର ସତ୍ୟନଗର ଶ୍ମଶାନକୁ ଆଣିଥିଲେ। ଏଠାରେ ବାପାଙ୍କ ମୃତଦେହ ସତ୍କାର କରିଥିଲେ ପୁଅ।

Related story