ବିଷ ପିଇ ଯୁବତୀ ମୃତ, ଯୁବକ ଗୁରୁତର

Ordigital Desk
  • Published: Sunday, 29 July 2018
  • , Updated: 29 July 2018, 07:25 AM IST
<p>ପୁରୀ(ମଧୁସୂଦନ ମିଶ୍ର): ପୁରୀ ସିଟି ରୋଡ୍&zwnj;ରେ ଥିବା ଏକ ହୋଟେଲ୍&zwnj;ରେ ଅଭାବନୀୟ ଘଟଣା ଘଟିଛି। ବିଷ ପିଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ମୃତ ଯୁବତୀଙ୍କ ଘର ବାଲିସାହି ଅଞ୍ଚଳରେ ବୋଲି ଜଣାପଡ଼ିଛି। ଯୁବକଙ୍କ ନାଁ ଆଶିଷ ପ୍ରଧାନ। ତାଙ୍କ ଘର ଚନ୍ଦନପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।</p> <p>ଗୁରୁତର ଅବସ୍ଥାରେ ପ୍ରଥମେ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଯୁବକଙ୍କୁ ସେଠାରୁ କଟକ ବଡ଼ ମେଡିକାଲ୍&zwnj;କୁ ସ୍ଥାନାନ୍ତର କରାଯାଇଛି। କେଉଁ ପରିସ୍ଥିତିରେ ଦୁହେଁ ବିଷ ପିଇଲେ ସେ ନେଇ ପୁଲିସ୍ ତଦନ୍ତ କରୁଛି।</p>

Related story