ଝିଅ ମରିବାର ୩ ଦିନ ପରେ ମୁହଁ ଖୋଲିଲା ମା’, ହତ୍ୟା କରିଥିବା କହିଲା

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨୫ ତାରିଖରେ ମରିଥିଲା ଝିଅ। ହତ୍ୟା ସନ୍ଦେହରେ ସାବତ ବାପାକୁ ଉଠାଇ ନେଇ ଅଟକ ରଖିଥିଲା ପୁଲିସ୍। ହେଲେ ଆଜି ଝିଅର ମା’ ହତ୍ୟା କରିଥିବା କହି ଥାନାରେ କରିଛି ଆତ୍ମସମର୍ପଣ। ଘଟଣାଟି ଘଟିଛି ବାଲେଶ୍ୱର ଟାଉନ୍ ଥାନା ଅନ୍ତର୍ଗତ ୪ ନମ୍ବର ୱାର୍ଡରେ। ୧୪ ବର୍ଷର ଝିଅକୁ ମାରିଥିବା କଥା ସ୍ୱୀକାର କରିଥିବା ଏହି ମହିଳାଙ୍କ ନାଁ ବିବି ବେବି। ସେ ତାଙ୍କ ପ୍ରଥମ ସ୍ୱାମୀଙ୍କୁ ଛାଡ଼ି ଖାଜାବାଗରେ ସେକ୍ […]

Accused

Jitendra Garnayak
  • Published: Tuesday, 28 June 2022
  • , Updated: 28 June 2022, 09:27 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨୫ ତାରିଖରେ ମରିଥିଲା ଝିଅ। ହତ୍ୟା ସନ୍ଦେହରେ ସାବତ ବାପାକୁ ଉଠାଇ ନେଇ ଅଟକ ରଖିଥିଲା ପୁଲିସ୍। ହେଲେ ଆଜି ଝିଅର ମା’ ହତ୍ୟା କରିଥିବା କହି ଥାନାରେ କରିଛି ଆତ୍ମସମର୍ପଣ। ଘଟଣାଟି ଘଟିଛି ବାଲେଶ୍ୱର ଟାଉନ୍ ଥାନା ଅନ୍ତର୍ଗତ ୪ ନମ୍ବର ୱାର୍ଡରେ।

୧୪ ବର୍ଷର ଝିଅକୁ ମାରିଥିବା କଥା ସ୍ୱୀକାର କରିଥିବା ଏହି ମହିଳାଙ୍କ ନାଁ ବିବି ବେବି। ସେ ତାଙ୍କ ପ୍ରଥମ ସ୍ୱାମୀଙ୍କୁ ଛାଡ଼ି ଖାଜାବାଗରେ ସେକ୍ ଅବ୍‌ଦୁଲ ରହିମଙ୍କ ସହିତ ରହୁଥିଲେ। ସାଙ୍ଗରେ ସେ ତାଙ୍କ ଦୁଇ ଛୁଆଙ୍କୁ (ପ୍ରଥମ ସ୍ୱାମୀଙ୍କ ଆଡ଼ୁ) ମଧ୍ୟ ନେଇ ଆସିଥିଲେ। ଗତ ୨୫ ତାରିଖ ରାତିରେ ତାଙ୍କ ଝିଅର ମୃତ୍ୟୁ ହୋଇଯାଇଥିବା ସ୍ଥାନୀୟ ଲୋକମାନେ ଜାଣିବାକୁ ପାଇଥିଲେ। ସେ ସମୟରେ ବିବି ବେବି ଓ ସେକ୍ ଅବଦୁଲ ରହିମ ଘରେ ଉପସ୍ଥିତ ଥିଲେ।

ପରେ ବାଲେଶ୍ୱର ଟାଉନ୍ ଥାନା ପୁଲିସ୍ ହତ୍ୟା ସନ୍ଦେହରେ ସେକ୍ ଅବଦୁଲ ରହିମଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ତାଙ୍କୁ ଥାନାରେ ଅଟକ ରଖାଯାଇଥିବା ବେଳେ ଆଜି ବିବି ବେବି ଥାନାରେ ପହଞ୍ଚି ସେ ନିଜ ଝିଅକୁ ମାରିଥିବା କଥା କହିଥିଲେ। ସେ ଝିଅକୁ ତଣ୍ଟି ଚିପି ମାରି ଦେଇଥିଲେ ବୋଲି ପୁଲିସ୍ ଆଗରେ କହିଥିଲେ। ଏହା ପରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ନାବାଳିକା ଝିଅକୁ ହତ୍ୟା କରିବାରେ ବିବି ବେବିଙ୍କୁ ସେକ୍ ଅବ୍‌ଦୁଲ ରହିମ ସହଯୋଗ କରିଥିବା ସନ୍ଦେହରେ ପୁଲିସ୍ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡ଼ିଛି। ତେବେ ଏନେଇ ପୁଲିସ୍‌ କିଛି ପ୍ରତିକ୍ରିୟା ଦେଇ ନାହିଁ।

Related story