ମନ୍ଦିର ଯାଇଥିଲେ ମହିଳା, ଆକ୍ରମଣ କଲେ ଦେଢ଼ଶୁର

ଆସିକା(ମନୋଜ ମୁନି) : ଆଜି ସକାଳେ ଆସିକା ବ୍ଲକ ହରଡାପଦର ଗ୍ରାମ ଶିବ ମନ୍ଦିର ଯାଇଥିବା ଜଣେ ମହିଳାଙ୍କ ରକ୍ତାଙ୍କ ମୃତଦେହ ମନ୍ଦିର ପରିସରରେ ପଡ଼ିଥିବା ଦେଖିବାକୁ ମିଳିଛି।  ମୃତା ମହିଳାଜଣକ ରଞ୍ଜିତା ନାୟକ ଓ ତାଙ୍କ ବୟସ ୪୨ ବର୍ଷ ବୋଲି ଜଣାପଡ଼ିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ, ଆଜି ସକାଳୁ ରଞ୍ଜିତା ମନ୍ଦିରକୁ ଯାଇଥିଲେ। ସେଠାରୁ ପୂଜା ସାରି […]

aska-1-1

aska-1-1

Niharika Rout
  • Published: Sunday, 16 August 2020
  • Updated: 16 August 2020, 10:14 AM IST

Sports

Latest News

ଆସିକା(ମନୋଜ ମୁନି) : ଆଜି ସକାଳେ ଆସିକା ବ୍ଲକ ହରଡାପଦର ଗ୍ରାମ ଶିବ ମନ୍ଦିର ଯାଇଥିବା ଜଣେ ମହିଳାଙ୍କ ରକ୍ତାଙ୍କ ମୃତଦେହ ମନ୍ଦିର ପରିସରରେ ପଡ଼ିଥିବା ଦେଖିବାକୁ ମିଳିଛି।  ମୃତା ମହିଳାଜଣକ ରଞ୍ଜିତା ନାୟକ ଓ ତାଙ୍କ ବୟସ ୪୨ ବର୍ଷ ବୋଲି ଜଣାପଡ଼ିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ, ଆଜି ସକାଳୁ ରଞ୍ଜିତା ମନ୍ଦିରକୁ ଯାଇଥିଲେ। ସେଠାରୁ ପୂଜା ସାରି ଘରକୁ ଫେରୁଥିବା ବେଳେ ପୂର୍ବ ପ୍ରସ୍ତୁତ ହୋଇ ରହିଥିବା ତାଙ୍କ ଦେଢଶୁର ରଞ୍ଜିତାଙ୍କ ମୁଣ୍ଡକୁ ଏକ ଶାବଳରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାଦେଖି ତାଙ୍କ ଦେଢ଼ଶୁର ସେଠାରୁ ଫେରାର ହୋଇଯାଇଛନ୍ତି।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି। ହତ୍ୟାକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଅଭିଯୁକ୍ତଙ୍କୁ ଖୋଜିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୁଲିସ୍‌ ଟିମ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos