ମହିଳାଙ୍କୁ ତୀରମାଡ଼

ଆନନ୍ଦପୁର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଦଉଡ଼ିପାଳ ପଞ୍ଚାୟତ କାଠକଟା ଗାଁରେ ଜଣେ ମହିଳାଙ୍କୁ ତୀର ମାଡ଼ କରାଯାଇଛି। ତୀରଟି ମହିଳାଙ୍କ ପିଠିରେ ବାଜିଛି। ମହିଳା ଜଣଙ୍କ ହେଲେ ଅଲୀ ଜେନା। ତାଙ୍କ ଦେହରେ ତୀର ଲାଗିଥିବା ଅବସ୍ଥାରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଗାଁର ଅଭି ଜେନା ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା। ଅଭି ରାଗି ଯାଇ […]

baer

Rakesh Mallick
  • Published: Thursday, 07 June 2018
  • , Updated: 07 June 2018, 10:40 AM IST

ଆନନ୍ଦପୁର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଦଉଡ଼ିପାଳ ପଞ୍ଚାୟତ କାଠକଟା ଗାଁରେ ଜଣେ ମହିଳାଙ୍କୁ ତୀର ମାଡ଼ କରାଯାଇଛି। ତୀରଟି ମହିଳାଙ୍କ ପିଠିରେ ବାଜିଛି। ମହିଳା ଜଣଙ୍କ ହେଲେ ଅଲୀ ଜେନା। ତାଙ୍କ ଦେହରେ ତୀର ଲାଗିଥିବା ଅବସ୍ଥାରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।

ଗାଁର ଅଭି ଜେନା ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା। ଅଭି ରାଗି ଯାଇ ତାଙ୍କ ଉପରକୁ ତୀରମାଡ଼ କରିଥିଲେ ବୋଲି ଅଭିଯୋଗ ହୋଇଛି।

 

Related story