ଡାହାଣୀ ସନ୍ଦେହରେ ୫ ମହିଳାଙ୍କୁ ଗଛରେ ବାନ୍ଧି ମାଡ଼

Ordigital Desk
  • Published: Sunday, 05 November 2017
  • , Updated: 05 November 2017, 05:10 PM IST
<p>ଭୁବନେଶ୍ଵର(ଓଡ଼ିଶା ରିପୋର୍ଟର): ମୟୁରଭଞ୍ଜ ଜିଲା ବଡସାହି ଥାନା ମଧୁପୁର ଗାଁରେ ଡାହାଣି ସନ୍ଦେହରେ ୫ଜଣ ମହିଳାଙ୍କୁ ମାଡ଼ ମରାଯାଇଛି। ଗାଁରେ ଗତ କିଛିଦିନ ମଧ୍ୟରେ କେତେକ ଲୋକଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ନେଇ ଗୁଣି ଗାରେଡି କରାଯାଉଥିବା ସନ୍ଦେହରେ ଗ୍ରାମବାସୀ ଜଣେ ବ୍ୟକ୍ତିଙ୍କୁ ମାଡ଼ &nbsp;ମାରିଥିଲେ । କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଆଉ ୫ ମହିଳା ଡାହାଣୀ ହୋଇ ଏଭଳି କାଣ୍ଡ କରୁଥିବା କହିଥିଲେ । ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ଘରୁ ଘୋଷାଡି ଆଣି ଗଛରେ ବାନ୍ଧି ଦେଇଥିଲେ। ଏହାପରେ ଜଣକ ପରେ ଜଣେ ନିସ୍ତୁକ ମାଡ ମାରିଥିଲେ। ଗତ ୨୨ ତାରିଖରେ ଏଭଳି ଘଟଣା ଘଟିଥିଲେ ମଧ୍ୟ ଏହାର ଭିଡିଓ ଏବେ ଭାଇରାଲ ହୋଇଯାଇଛି। ପୋଲିସ ବର୍ତ୍ତମାନ ସୁଦ୍ଧା ମାଡ ମାରିଥିବା ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।</p>

Related story