ତୁଳସୀଙ୍କୁ କାଠ ଫାଳିଆରେ ପିଟି ମାରି ଦେଲେ ଦୁଇ ପୁଅ

ବାରିପଦା (ମାଣିକଲାଲ ପାଣି): ଜଣେ ମହିଳାଙ୍କୁ ତାଙ୍କର ଦୁଇ ପୁଅ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ସାତଭାୟା ଗାଁ ତଳସାହିରେ। ମୃତ ମହିଳାଙ୍କ ନାଁ ତୁଳସୀ ସିଂ। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ତାଙ୍କର ୫ ପୁଅଙ୍କ ମଧ୍ୟରୁ ୨ ଜଣ ତାଙ୍କ ସହିତ ଝଗଡ଼ା କରିଥିଲେ। ସେତେବେଳେ ସେମାନେ ମଦ ପିଇଥିଲେ। ପାଟିତୁଣ୍ଡ ବେଳେ ଉତକ୍ଷିପ୍ତ ହୋଇ ଦୁହେଁ ତୁଳସୀଙ୍କୁ […]

murder

Jitendra Garnayak
  • Published: Friday, 22 May 2020
  • , Updated: 22 May 2020, 09:28 AM IST

ବାରିପଦା (ମାଣିକଲାଲ ପାଣି): ଜଣେ ମହିଳାଙ୍କୁ ତାଙ୍କର ଦୁଇ ପୁଅ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ସାତଭାୟା ଗାଁ ତଳସାହିରେ।

ମୃତ ମହିଳାଙ୍କ ନାଁ ତୁଳସୀ ସିଂ। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ତାଙ୍କର ୫ ପୁଅଙ୍କ ମଧ୍ୟରୁ ୨ ଜଣ ତାଙ୍କ ସହିତ ଝଗଡ଼ା କରିଥିଲେ। ସେତେବେଳେ ସେମାନେ ମଦ ପିଇଥିଲେ। ପାଟିତୁଣ୍ଡ ବେଳେ ଉତକ୍ଷିପ୍ତ ହୋଇ ଦୁହେଁ ତୁଳସୀଙ୍କୁ କାଠ ଫାଳିଆରେ ନିସ୍ତୁକ ମାଡ଼ ମାରିଥିଲେ। ଏହି ଘଟଣା ବେଳେ ତୁଳସୀଙ୍କ ସ୍ୱାମୀ ବିଶୁ ସିଂ ଘରେ ନଥିଲେ। ସେ ଫେରିବା ପରେ ତାଙ୍କ ସାନ ପୁଅ ଘଟଣା ସଂପର୍କରେ ତାଙ୍କୁ କହିଥିଲେ। ପୁଅମାନଙ୍କ ମାଡ଼ରେ ତୁଳସୀଙ୍କୁ ଭାରି ଯନ୍ତ୍ରଣା ହୋଇଥିଲା। ସେ ରାତି ଶୋଇପଡ଼ିଥିଲେ। ହେଲେ ସକାଳ ହେଲା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ପରେ ପୁଲିସ୍‌କୁ ଖବର ଦିଆଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related story