ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ

ସୁନ୍ଦରଗଡ଼(ବିଜୟ ବାରୁଆ): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଟିକିଲିପରାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀକୁ ପଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରିକି ସେ ମୃତଦେହକୁ ଅଖାରେ ଭର୍ତ୍ତି କରି ନିକଟସ୍ଥ ଜଙ୍ଗଲରେ ନେଇ ପୋତି ଦେଇଥିଲେ। ମୃତ ମହିଳାଙ୍କ ଶର୍ମିଳା ଟପ୍ପୋ। ପୁଲିସ୍ ତାଙ୍କ ସ୍ୱାମୀ କପିଳ ଟପ୍ପୋଙ୍କୁ ଅଟକ ରଖିଛି। ମୃତଦେହ ପୋତିଥିବା ସ୍ଥାନକୁ ପୁଲିସ୍ ଚିହ୍ନଟ କରିଛି। ଏହି ଘଟଣାଟି ତିନିଦିନ ତଳେ ଘଟିଥିବା ଜଣାପଡ଼ିଛି। ଶନିବାର ଦିନ ସ୍ୱାମୀସ୍ତ୍ରୀଙ୍କ […]

67777mmmmmmmmmmmm

Tapaswini Nayak
  • Published: Monday, 08 April 2019
  • , Updated: 08 April 2019, 01:10 PM IST

ସୁନ୍ଦରଗଡ଼(ବିଜୟ ବାରୁଆ): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଟିକିଲିପରାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀକୁ ପଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରିକି ସେ ମୃତଦେହକୁ ଅଖାରେ ଭର୍ତ୍ତି କରି ନିକଟସ୍ଥ ଜଙ୍ଗଲରେ ନେଇ ପୋତି ଦେଇଥିଲେ।
ମୃତ ମହିଳାଙ୍କ ଶର୍ମିଳା ଟପ୍ପୋ। ପୁଲିସ୍ ତାଙ୍କ ସ୍ୱାମୀ କପିଳ ଟପ୍ପୋଙ୍କୁ ଅଟକ ରଖିଛି। ମୃତଦେହ ପୋତିଥିବା ସ୍ଥାନକୁ ପୁଲିସ୍ ଚିହ୍ନଟ କରିଛି।

ଏହି ଘଟଣାଟି ତିନିଦିନ ତଳେ ଘଟିଥିବା ଜଣାପଡ଼ିଛି। ଶନିବାର ଦିନ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ସେହି ସମୟରେ କପିଳ ରାଗି ଯାଇ ଶର୍ମିଳାଙ୍କୁ ପିଟି ପିଟି ମାରି ଦେଇଥିଲେ। ତା’ପରେ ମୃତଦେହକୁ ଘର ପଛ ପଟେ ଥିବା ଶୌଚାଳୟର ଟାଙ୍କିରେ ଲୁଚେଇ ରଖିଥିଲା। ତା’ପର ଦିନ ମୃତଦେହକୁ ଏକ ବସ୍ତାରେ ଭର୍ତ୍ତି କରି ନିକଟସ୍ଥ ଜଙ୍ଗଲକୁ ନେଇଯାଇଥିଲେ ଓ ସେଠାରେ ପୋତି ଦେଇଥିଲେ।
କୌଣସି ସୂତ୍ରରୁ ଆଜି ପୁଲିସ୍‌ ଘଟଣା ସମ୍ପର୍କରେ ଜାଣିଲା ପରେ କପିଳଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘରୋଇ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।

Related story