ଫୁଲବାଣୀରୁ ଫେରୁଥିବା ଝିଅର ମୃତଦେହ ରାସ୍ତାକଡରୁ ଉଦ୍ଧାର

ବାଲିଗୁଡ଼ି(ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଡଡ଼ିଙ୍ଗିଆ ମୁଖ୍ୟ ରାସ୍ତାକଡରୁ ଜଣେ ଯୁବତୀଙ୍କ ମୃତଦେହ ରକ୍ତ ଯୁଡୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଯୁବତୀ ଜଣଙ୍କ ହେଲେ ବୁଦ୍ଧିଆପାଙ୍ଗା ଗାଁର କିଶୋର ପ୍ରଧାନଙ୍କ ଝିଅ ରଞ୍ଜୁତା ପ୍ରଧାନ। ଗତକାଲି ରଞ୍ଜୁତା କୌଣସି କାମରେ ଫୁଲବାଣୀ ଯାଇଥିଲେ। ଫୁଲବାଣୀରୁ ବସ୍‌ରେ ଫେରୁଛନ୍ତି ବୋଲି ଘରକୁ ଫୋନ୍ କରି ଜଣାଇଥିଲେ। ପରେ  ରଞ୍ଜୁତାଙ୍କ ମୋବାଇଲ୍ ସୁଇଚ୍‌ଅଫ୍‌ ହୋଇ ଯାଇଥିଲା। ସେ ଘରକୁ ଫେରି ନ ଥିଲେ। ପରିବାର […]

deadbody

Tapaswini Nayak
  • Published: Friday, 15 July 2022
  • , Updated: 15 July 2022, 01:01 PM IST

ବାଲିଗୁଡ଼ି(ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଡଡ଼ିଙ୍ଗିଆ ମୁଖ୍ୟ ରାସ୍ତାକଡରୁ ଜଣେ ଯୁବତୀଙ୍କ ମୃତଦେହ ରକ୍ତ ଯୁଡୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଯୁବତୀ ଜଣଙ୍କ ହେଲେ ବୁଦ୍ଧିଆପାଙ୍ଗା ଗାଁର କିଶୋର ପ୍ରଧାନଙ୍କ ଝିଅ ରଞ୍ଜୁତା ପ୍ରଧାନ।

ଗତକାଲି ରଞ୍ଜୁତା କୌଣସି କାମରେ ଫୁଲବାଣୀ ଯାଇଥିଲେ। ଫୁଲବାଣୀରୁ ବସ୍‌ରେ ଫେରୁଛନ୍ତି ବୋଲି ଘରକୁ ଫୋନ୍ କରି ଜଣାଇଥିଲେ। ପରେ  ରଞ୍ଜୁତାଙ୍କ ମୋବାଇଲ୍ ସୁଇଚ୍‌ଅଫ୍‌ ହୋଇ ଯାଇଥିଲା। ସେ ଘରକୁ ଫେରି ନ ଥିଲେ। ପରିବାର ଲୋକ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନ ଥିଲେ। ଆଜି ରାସ୍ତାକଡରୁ ରଞ୍ଜୁତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ରଞ୍ଜୁତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ପିଙ୍ଗି ଦେଇଥିବା ସନ୍ଦେହ କରାଯାଇଛି। ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ହିଁ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ରଞ୍ଜୁତାଙ୍କ ବିବାହ ପାଇଁ ନିର୍ବନ୍ଧ ସରିଥିଲା ବୋଲି ପରିବାର ଲୋକେ  କହିଛନ୍ତି।

Related story