ସାବିତ୍ରୀ ପୂଜା ବେଳେ ଦୀପରୁ ନିଆଁ ଲାଗି ମହିଳା ଗୁରୁତର

ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର): ସାବିତ୍ରୀ ପୂଜା ବେଳେ ଦୀପ ଦେଉଥିଲେ। ଏହି ଦୀପରୁ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ରେଢ଼ାଖୋଲ ବ୍ଳକ କଦଳୀଗଡ଼ ଗ୍ରାମରେ ଏହି ଘଟଣା ଘଟିଛି। ଆହତଙ୍କ ଏହି ଗ୍ରାମର ସସ୍ମିତା ଗଡ଼ତିଆ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରେଢ଼ାଖୋଲ, ପରେ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପୂଜା କରିବା ବେଳେ ଅସାବଧାନତାରୁ ଏହି ଅଘଟଣ ଘଟିଛି। ସୂଚନା ମୁତାବକ, ସେ ଆଜି ସାବିତ୍ରୀ ଓଷା ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ଅନ୍ୟ […]

Burnt

  • Published: Monday, 30 May 2022
  • , Updated: 30 May 2022, 06:08 PM IST

ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର): ସାବିତ୍ରୀ ପୂଜା ବେଳେ ଦୀପ ଦେଉଥିଲେ। ଏହି ଦୀପରୁ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ରେଢ଼ାଖୋଲ ବ୍ଳକ କଦଳୀଗଡ଼ ଗ୍ରାମରେ ଏହି ଘଟଣା ଘଟିଛି। ଆହତଙ୍କ ଏହି ଗ୍ରାମର ସସ୍ମିତା ଗଡ଼ତିଆ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରେଢ଼ାଖୋଲ, ପରେ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପୂଜା କରିବା ବେଳେ ଅସାବଧାନତାରୁ ଏହି ଅଘଟଣ ଘଟିଛି।

ସୂଚନା ମୁତାବକ, ସେ ଆଜି ସାବିତ୍ରୀ ଓଷା ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ଅନ୍ୟ ମହିଳାମାନଙ୍କ ସହ ମିଶି  କରିଥିଲେ। ପୂଜା ଶେଷ ହେବାବେଳେ ବେଢ଼ା ପରିକ୍ରମା କରିବାକୁ ବାହାରିଥିଲେ। ଏହି ସମୟରେ ଅସାବଧାନତା ବଶତଃ ପୂଜାରେ ଲାଗିଥିବା ଦୀପରୁ ତାଙ୍କ ଶାଢ଼ୀର ତଳପଟରୁ ନିଆଁ ଲାଗି ଯାଇଥିଲା।

ଅନ୍ୟ ବ୍ରତଧାରି ମହିଳାମାନେ ବହୁ ଚେଷ୍ଟା କରି ନିଆଁ ଲିଭାଇ ଥିଲେ। ହେଲେ ସେତେବେଳକୁ ମହିଳାଙ୍କୁ ବାମ ହାତ ପାର୍ଶ୍ୱ ଓ ଛାତିପାର୍ଶ୍ୱ ନିଆଁରେ ଜଳି ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା।

Related story