ଅଚାନକ ଘରେ ଲାଗିଲା ନିଆଁ, ଜଳିଗଲେ ମହିଳା

ବାସୁଦେବପୁର (କିରୀଟି ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ଉଚ୍ଚଡ଼ିହା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।  ମୃତ ମହିଳାଙ୍କ ନାଁ କନକଲତା ବାରିକ। ତାଙ୍କୁ ୪୫ ବର୍ଷ ହୋଇଥିଲା। ସେହିପରି ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ୧୦ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଗତକାଲି ରାତି ପ୍ରାୟ ୨ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା।  ପରିବାର ଲୋକ ଜୀବନ ବିକଳେ ଘରୁ ବାହାରକୁ ବାହାରି ଆସିଥିବା ବେଳେ କନକଲତା […]

fire

Niharika Rout
  • Published: Friday, 26 March 2021
  • , Updated: 26 March 2021, 01:08 PM IST

ବାସୁଦେବପୁର (କିରୀଟି ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ଉଚ୍ଚଡ଼ିହା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।  ମୃତ ମହିଳାଙ୍କ ନାଁ କନକଲତା ବାରିକ। ତାଙ୍କୁ ୪୫ ବର୍ଷ ହୋଇଥିଲା।

ସେହିପରି ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ୧୦ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଗତକାଲି ରାତି ପ୍ରାୟ ୨ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା।  ପରିବାର ଲୋକ ଜୀବନ ବିକଳେ ଘରୁ ବାହାରକୁ ବାହାରି ଆସିଥିବା ବେଳେ କନକଲତା ବାହାରି ନ ପାରି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। କନକଲତାଙ୍କ ମାନସିକ ବିକୃତି  ଥିବା ପରିବାର ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି।

ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ସେତେବେଳକୁ ସବୁକିଛି ଜଳି ପାଉଁଶ ହୋଇ ସାରିଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ ।

Related story