ଘର ସହ ଜଳିଗଲେ ମହିଳା

ଭଦ୍ରକ(ଓଡ଼ିଶା ରିପୋର୍ଟର): ରୋଷେଇ ବେଳେ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଥିରେ ମହିଳାଙ୍କ ସ୍ୱାମୀ ମଧ୍ୟ ଅର୍ଦ୍ଧଦଗ୍ଧ ହୋଇଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ସେରପୁର ଗାଁରେ ଆଜି ଭୋରରୁ ଏପରି ଏକ ଦୁଃଖଦ ଘଟଣା ଘଟିଛି । ମୃତା ମହିଳା ହେଲେ ସରୋଜିନୀ ପରିଡ଼ା। ତାଙ୍କ ସ୍ୱାମୀ ଅନ୍ତର୍ଯାମୀ ପରିଡ଼ା ଗୁରୁତର ଅବସ୍ଥାରେ ତିହିଡ଼ି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ସରୋଜିନୀ ରୋଷେଇ କରୁଥିବା ବେଳେ ବିଦ୍ୟୁତ୍‌ […]

fire-3

fire-3

Niharika Rout
  • Published: Wednesday, 12 February 2020
  • Updated: 12 February 2020, 10:08 AM IST

Sports

Latest News

ଭଦ୍ରକ(ଓଡ଼ିଶା ରିପୋର୍ଟର): ରୋଷେଇ ବେଳେ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଥିରେ ମହିଳାଙ୍କ ସ୍ୱାମୀ ମଧ୍ୟ ଅର୍ଦ୍ଧଦଗ୍ଧ ହୋଇଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ସେରପୁର ଗାଁରେ ଆଜି ଭୋରରୁ ଏପରି ଏକ ଦୁଃଖଦ ଘଟଣା ଘଟିଛି । ମୃତା ମହିଳା ହେଲେ ସରୋଜିନୀ ପରିଡ଼ା। ତାଙ୍କ ସ୍ୱାମୀ ଅନ୍ତର୍ଯାମୀ ପରିଡ଼ା ଗୁରୁତର ଅବସ୍ଥାରେ ତିହିଡ଼ି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ସରୋଜିନୀ ରୋଷେଇ କରୁଥିବା ବେଳେ ବିଦ୍ୟୁତ୍‌ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ହୋଇଥିଲା।   ଘଟଣାସ୍ଥଳରେ ସରୋଜିନୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ସ୍ୱାମୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତିହିଡ଼ି ମେଡିକାଲରେ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଉଥିବା ଜଣାଯାଇଛି।

ଅଗ୍ନିକାଣ୍ଡରେ ୩ ବଖରା ଘର ସହ ସବୁ ଜିନିଷ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଭଦ୍ରକ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ପ୍ରାୟ ୭ ମାସ ପୂର୍ବେ ଏହି ଦମ୍ପତିଙ୍କ ବିବାହ ହୋଇଥିବା ବେଳେ ଏପରି ଘଟଣା ଯୋଗୁ ସମଗ୍ର ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos