ରାଜଧାନୀରେ ଚାଞ୍ଚଲ୍ୟ; ସ୍ତ୍ରୀ ଝୁଲି ପଡ଼ିଲେ, ସ୍ୱାମୀ ଏସିଡ୍‌ ପିଇଦେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ତ୍ରୀ ଝୁଲି ପଡ଼ିଲେ, ସ୍ୱାମୀ ଏସିଡ୍‌ ପିଇଦେଲେ। ଏପରି ହୃଦୟବିଦାରକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ତେବେ କେଉଁ କାରଣରୁ ଏପରି ଘଟଣା ଘଟିଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। କମିଶନରେଟ୍‌ ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଲାକ୍ଷ୍ମୀ ସାଗର ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ଆପର୍ଟମେଣ୍ଟରେ ରହୁଥିଲେ ଲୁଗା ବ୍ୟବସାୟୀ ସଞ୍ଜୟ ପେରିୱଲ୍‌ ଓ ତାଙ୍କ ପତ୍ନୀ ସଞ୍ଜୁ। ବୁଦ୍ଧେଶ୍ୱର କଲୋନୀରେ ତାଙ୍କର ଗୋଟିଏ ଲୁଗା ଦୋକାନ ରହିଛି। ସବୁଦିନ ପରି […]

Sanjay

Manoranjan Sial
  • Published: Friday, 15 July 2022
  • , Updated: 15 July 2022, 07:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ତ୍ରୀ ଝୁଲି ପଡ଼ିଲେ, ସ୍ୱାମୀ ଏସିଡ୍‌ ପିଇଦେଲେ। ଏପରି ହୃଦୟବିଦାରକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ତେବେ କେଉଁ କାରଣରୁ ଏପରି ଘଟଣା ଘଟିଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। କମିଶନରେଟ୍‌ ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ଲାକ୍ଷ୍ମୀ ସାଗର ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ଆପର୍ଟମେଣ୍ଟରେ ରହୁଥିଲେ ଲୁଗା ବ୍ୟବସାୟୀ ସଞ୍ଜୟ ପେରିୱଲ୍‌ ଓ ତାଙ୍କ ପତ୍ନୀ ସଞ୍ଜୁ। ବୁଦ୍ଧେଶ୍ୱର କଲୋନୀରେ ତାଙ୍କର ଗୋଟିଏ ଲୁଗା ଦୋକାନ ରହିଛି। ସବୁଦିନ ପରି ଆଜି ସକାଳେ ସଞ୍ଜୟ ଦୋକାନ ଖୋଲିବାକୁ ଯାଇଥିଲେ। ତାଙ୍କ ପଛେ ପଛେ ସଞ୍ଜୁ ଦୋକାନକୁ ଆସିବା କଥା। ହେଲେ ସେ ଆସିନଥିଲେ। ପୂର୍ବାହ୍ନ ୧୧ଟା ବେଳେ ସେ ସଞ୍ଜୁଙ୍କ ମୋବାଇଲ୍‌କୁ ଫୋନ୍‌ କରିଥିଲେ। ମାତ୍ର ସେ ଫୋନ୍‌ ଉଠାଇ ନଥିଲେ।

ସଞ୍ଜୁ ଫୋନ୍‌ ଉଠାଉନଥିବା ନେଇ ସଞ୍ଜୟ ତାଙ୍କ ଶଳା ଓ ପୁତୁରାଙ୍କୁ କହିଥିଲେ। ଏହା ପରେ ସଞ୍ଜୟ ଓ ତାଙ୍କ ପୁତୁରା ଘରେ ପହଞ୍ଚିଥିଲେ। ସେତେବେଳକୁ ସଞ୍ଜୁ ବେକରେ ଓଢ଼ଣୀ ଲଗାଇ ଝୁଲି ପଡ଼ିଥିଲେ। ଏହା ଦେଖି ମାନସିକ ଭାରସାମ୍ୟ ରାଇଥିଲେ ସଞ୍ଜୟ। ଏନେଇ କମିଶରେଟ୍‌ ପୁଲିସ୍‌କୁ ଖବର ଦେବା ସହିତ ଶୌଚାଳୟରେ ଭିତରକୁ ଯାଇ ଏସିଡ୍‌ ପିଇଦେଇଥିଲେ ସଞ୍ଜୟ।

କମିଶନରେଟ୍‌ ପୁଲିସ ଆପାର୍ଟମେଣ୍ଟରେ ପହଞ୍ଚି ମୃତଦେହ ଜବତ କରିବା ସହିତ ସଞ୍ଜୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏକ ପ୍ରାଇଭେଟ୍‌ ମେଡିକାଲ୍‌ରେ ଭର୍ତ୍ତି କରିଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ତେବେ କେଉଁ କାରଣ ପାଇଁ ସଞ୍ଜୁ ଆତ୍ମହତ୍ୟା କଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।

Related story