ପୁରୀ-ଓଖା ଏକ୍ସପ୍ରେସ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର

Ordigital Desk
  • Published: Saturday, 30 June 2018
  • , Updated: 30 June 2018, 11:50 AM IST
<p>ବ୍ରହ୍ମପୁର( ଜଗନ୍ନାଥ ସାହୁ): ବ୍ରହ୍ମପୁରରେ ପୁରୀ-ଓଖା ଏକ୍ସପ୍ରେସ୍&zwnj;ରୁ ଜଣେ ମହିଳାଙ୍କ ମୃତଦେହ ଜବତ ହୋଇଛି। ମୃତ ମହିଳାଙ୍କ ନାଁ ସୁଜାତା ସ୍ୱାଇଁ।&nbsp; ଘର ଭଞ୍ଜନଗର ଗାଙ୍ଗପୁର ଥାନା ଅନ୍ତର୍ଗତ ବାଙ୍ଗରଡା ଗାଁରେ।</p> <p>ସୂଚନା ଅନୁସାରେ, ସୁଜାତା ସ୍ୱାମୀଙ୍କ ସହ ସୁରଟରେ ରହୁଥିଲେ। ତେବେ ସେଠାରେ ସ୍ୱାସ୍ଥ୍ୟ ଖରାପ ହେବାରୁ ପୁରୀ-ଓଖା ଏକ୍ସପ୍ରେସରେ ବ୍ରହ୍ମପୁର ଆସୁଥିଲେ। ଗତକାଲି ଟ୍ରେନରେ ହଠାତ୍&zwnj; ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ସ୍ୱାମୀ କହିଛନ୍ତି।&lt;a href=&quot;&quot;&gt;(image) &lt;/a&gt;</p> <p>ତେବେ ଆଜି ସକାଳେ ମହିଳାଙ୍କ ସ୍ୱାମୀ ଏବଂ ପରିବାର ଲୋକେ ମୃତଦେହକୁ ଷ୍ଟେସନ ବାହାରକୁ ଆଣି ରଖିଥିବାବେଳେ, ପୋଲିସ ମୃତହେଦକୁ ଜବତ କରିଥିଲା।&nbsp; ଏହି ଘଟଣା ନେଇ ପୋଲିସ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି।</p> <p>https://www.youtube.com/watch?v=c-mCodf21r0</p>

Related story