ଭାଲୁ ହାବୁଡ଼ରେ ପଡ଼ିଗଲା ମା’, ବାପଝିଅ ଗୁରୁତର

ବାଲିଗୁଡ଼ା(ଅଜିତ ନାୟକ): ଘଞ୍ଚ ଜଙ୍ଗଲକୁ ଶିଆଳି ପତ୍ର ତୋଳିବାକୁ ଝିଅ ସହ ଯାଇଥିବା ମହିଳା ଭାଲୁ ହାବୁଡ଼ରେ ପଡ଼ିଗଲେ।  ଭାଲୁ କବଳରୁ ମୁକୁଳିବାକୁ କରିଥିବା ଆର୍ତ୍ତ ଚିତ୍କାର ବି  ଜଙ୍ଗଲ ଭିତରେ ମିଳାଇଗଲା। ଶେଷରେ କଳବଲ କରି ଭାଲୁଟି ମହିଳାଙ୍କ ଜୀବନ ନେଇଥିଲା । ମହିଳାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ୱାମୀ, ଝିଅ ବି ଭାଲୁ ହାବୁଡ଼ରେ ପଡ଼ି ଗୁରୁତର ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଗତକାଲି କନ୍ଧମାଳ ଜିଲ୍ଲା ବାଟାଗୁଡା ପଞ୍ଚାୟତର ଟଙ୍ଗମ ଗାଁରେ ଘଟିଛି। […]

bear

  • Published: Monday, 22 August 2022
  • , Updated: 22 August 2022, 10:49 AM IST

ବାଲିଗୁଡ଼ା(ଅଜିତ ନାୟକ): ଘଞ୍ଚ ଜଙ୍ଗଲକୁ ଶିଆଳି ପତ୍ର ତୋଳିବାକୁ ଝିଅ ସହ ଯାଇଥିବା ମହିଳା ଭାଲୁ ହାବୁଡ଼ରେ ପଡ଼ିଗଲେ।  ଭାଲୁ କବଳରୁ ମୁକୁଳିବାକୁ କରିଥିବା ଆର୍ତ୍ତ ଚିତ୍କାର ବି  ଜଙ୍ଗଲ ଭିତରେ ମିଳାଇଗଲା। ଶେଷରେ କଳବଲ କରି ଭାଲୁଟି ମହିଳାଙ୍କ ଜୀବନ ନେଇଥିଲା । ମହିଳାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ୱାମୀ, ଝିଅ ବି ଭାଲୁ ହାବୁଡ଼ରେ ପଡ଼ି ଗୁରୁତର ହୋଇଛନ୍ତି।

ଏପରି ଅଭାବନୀୟ ଘଟଣା ଗତକାଲି କନ୍ଧମାଳ ଜିଲ୍ଲା ବାଟାଗୁଡା ପଞ୍ଚାୟତର ଟଙ୍ଗମ ଗାଁରେ ଘଟିଛି। ମୃତା ମହିଳା ହେଲେ ବଦୁଲି ମଳିକ। ଗୁରୁତରଦ୍ୱୟ ହେଲେ ତାଙ୍କ ସ୍ୱାମୀ ବାଞ୍ଛା ମଳିକ ଓ ଝିଅ ସର୍ପ ମଳିକ।

ଗତକାଲି ବଦୁଲି ମଳିକ ଓ ତାଙ୍କ ଝିଅ ସର୍ପ ମଳିକଙ୍କ ସହ ସେହି ଗାଁର ଅନ୍ୟ ଦୁଇ ମହିଳା ଜର୍ଗୀସରୁ ଜଙ୍ଗଲକୁ ଶିଆଳି ପତ୍ର ତୋଳିବାକୁ ଯାଇଥିଲେ । ଏହି ସମୟରେ ଏକ ଭାଲୁ ପ୍ରଥମେ ବଦୁଲିଙ୍କୁ ଆକ୍ରମଣ କରିଥିଲା । ଏହାଦେଖି  ତାଙ୍କ ଝିଅ ସର୍ପ ମଲିକ ସମେତ ଅନ୍ୟ ଦୁଇ ମହିଳା ଜୀବନ ବିକଳରେ ଗାଁଙ୍କୁ ଦୌଡ଼ି ଆସି ନିଜ ପରିବାର ଲୋକଙ୍କୁ ଘଟଣା ଜଣାଇଥିଲେ।

ଏହାଶୁଣି ବଦୁଲିଙ୍କୁ ବଞ୍ଚାଇବାକୁ ସ୍ୱାମୀ ବାଞ୍ଛା ମଳିକଙ୍କ ସହ ଗାଁ ଲୋକେ ଜଙ୍ଗଲକୁ ଯାଇଥିଲେ। ମାତ୍ର ସେତେବେଳକୁ ଭାଲୁଟି ବଦୁଲିଙ୍କୁ ମାରି ସାରିଥିଲା। ଏହାପରେ ରକ୍ତମୁଖା ଭାଲୁଟି ବଦୁଲିଙ୍କୁ ଆକ୍ରମଣ କରିଥିଲା। ସେଠାରେ ଉପସ୍ଥିତ ଥିବା ଗାଁ ଲୋକେ ବହୁ କଷ୍ଟରେ ଭାଲୁ ଆକ୍ରମଣରୁ ବର୍ତ୍ତି ଯାଇଥିବା ବେଳେ ଆକ୍ରମଣ କରିଥିବା ଭାଲୁକୁ ମାରି ଦେଇଥିଲେ । ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ଲାଗି ବାଲିଗୁଡା ହସ୍ପିଟାଲରେ ରଖାଯାଇଛି ।

Related story