ଝିଅକୁ କରେଣ୍ଟ ମାରିବ ବୋଲି ଧରି ପକାଇଲେ, ନିଜେ ଫସିଗଲେ

ଭବାନୀପାଟଣା(ଅଜିତ୍‌ ସିଂ): ୫ ବର୍ଷର ଝିଅ ଖେଳୁ ଖେଳୁ ହଠାତ୍‌ ଧରିପକାଇଲା ବିଦ୍ୟୁତ୍‌ ତାରକୁ। ମୁକୁଳା ପଡିଥିବା ଏହି ତାର ତା ଜୀବନ ନେଇ ଯାଇଥାନ୍ତା। ମା’ ମନ ତ, ଥୟ ଧରିଲାନି। ହେଲେ କିଏ ଜାଣିଥିଲା ଏହି ତାର ଖଣ୍ଡକ ମା’-ଝିଅ ଦୁହିଁଙ୍କ ଜୀବନ ଡୋରକୁ ଅଲଗା କରିଦେବ ବୋଲି ? ଘଟଣାଟି ଘଟିଛି କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ ଜୟନ୍ତପୁର ଗାଁରେ। ଏହି ଗ୍ରାମର ରସ ମାଝିଙ୍କ ଝିଅ(୫) ଆଜି ସକାଳେ ଖେଳବୁଲ […]

maa-jhia

Rakesh Mallick
  • Published: Saturday, 02 June 2018
  • , Updated: 02 June 2018, 09:41 PM IST

ଭବାନୀପାଟଣା(ଅଜିତ୍‌ ସିଂ): ୫ ବର୍ଷର ଝିଅ ଖେଳୁ ଖେଳୁ ହଠାତ୍‌ ଧରିପକାଇଲା ବିଦ୍ୟୁତ୍‌ ତାରକୁ। ମୁକୁଳା ପଡିଥିବା ଏହି ତାର ତା ଜୀବନ ନେଇ ଯାଇଥାନ୍ତା। ମା’ ମନ ତ, ଥୟ ଧରିଲାନି। ହେଲେ କିଏ ଜାଣିଥିଲା ଏହି ତାର ଖଣ୍ଡକ ମା’-ଝିଅ ଦୁହିଁଙ୍କ ଜୀବନ ଡୋରକୁ ଅଲଗା କରିଦେବ ବୋଲି ?

ଘଟଣାଟି ଘଟିଛି କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ ଜୟନ୍ତପୁର ଗାଁରେ। ଏହି ଗ୍ରାମର ରସ ମାଝିଙ୍କ ଝିଅ(୫) ଆଜି ସକାଳେ ଖେଳବୁଲ କରୁକରୁ ମୁକୁଳା ପଡିଥିବା ବିଦ୍ୟୁତ୍‌ ତାର ପାଖରେ ଯାଇ ପହଞ୍ଚି ଗଲା। ରସ ଏହି କଥା ଜାଣିପାରି ଦୌଡି ଆସିଲେ। ଆଉ ଝିଅ ସାଗରିକାକୁ ବଞ୍ଚାଇବାକୁ ଯାଇ ଇଲେକ୍ଟ୍ରି ତାର ପାଖରୁ ତାକୁ ଠେଲିଦେଲେ। ଏତିକି ବେଳେ ସେ ମଧ୍ୟ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ମା’ ଝିଅ ଦୁହିଁଙ୍କୁ ନେଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ରସଙ୍କୁ ମୃତ ଘୋଷଣା କରିଥିଲେ। ଝିଅ ସାଗରିକା ଏବେ ମା’ ମରିଯାଇଥିବା ସମ୍ପର୍କରେ ଶୁଣୁଥିଲେ ବି ନିଜ ମା’ ଶୋଇଛି ବୋଲି ଭାବୁଛି। ଅପେକ୍ଷା କରିଛି ମା’ ଉଠିଲେ ତା ସହ ପୁଣି ଖେଳିବ। ହେଲେ ଘର ଲୋକେ କାନ୍ଦିକାନ୍ଦି ନୟାନ୍ତ । ଏଡେ ବକଟେ ପିଲାର ଭବିଷ୍ୟତକୁ ନେଇ ସମସ୍ତେ ଏବେ ଚିନ୍ତାରେ।

ବିଦ୍ୟୁତ୍‌ ତାର ମୁକୁଳା ପଡିବା ଘଟଣାରେ ଗାଁ ଲୋକେ ବିଦ୍ୟୁତ୍‌ ବିଭାଗକୁ ଦାୟୀ କରୁଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି।

Related story