ମାଆର ମୃତଦେହ ପାଖରେ ରାହା ଧରି କାନ୍ଦୁଥିଲା କୁନି ଝିଅ! ଆଉ ତା’ପରେ...

ଆସିକା(ମନୋଜ ମୁନୀ): ଘର ଭିତରେ ପଡ଼ିଛି ମାଆର ମୃତଦେହ। ଆଉ ତା’ପାଖରେ କଇଁ କଇଁ ହୋଇ କାନ୍ଦୁଛି କୁନି ଝିଅ। ହେଲେ ମାଆ ଉଠୁନି। କାରଣ ମାଆ ଚାଲି ଯାଇଛି ଅଫେରା ରାଇଜକୁ। ଆଜି ଏପରି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। କୋଭିଡ୍‌ରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରି ସାହିଭାଇ ମୃତଦେହ ଉଠାଉ ନାହାନ୍ତି। ଶେଷରେ ପ୍ରଶାସନିକ ଅଧିକାରୀମାନେ ମୃତଦେହକୁ ଉଦ୍ଧାର କରି କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ସଂସ୍କାର କରିଛନ୍ତି। ଅନ୍ୟପକ୍ଷରେ କୁନି […]

Ganjam

Manoranjan Sial
  • Published: Saturday, 08 May 2021
  • , Updated: 08 May 2021, 05:49 PM IST

ଆସିକା(ମନୋଜ ମୁନୀ): ଘର ଭିତରେ ପଡ଼ିଛି ମାଆର ମୃତଦେହ। ଆଉ ତା’ପାଖରେ କଇଁ କଇଁ ହୋଇ କାନ୍ଦୁଛି କୁନି ଝିଅ। ହେଲେ ମାଆ ଉଠୁନି। କାରଣ ମାଆ ଚାଲି ଯାଇଛି ଅଫେରା ରାଇଜକୁ। ଆଜି ଏପରି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। କୋଭିଡ୍‌ରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରି ସାହିଭାଇ ମୃତଦେହ ଉଠାଉ ନାହାନ୍ତି। ଶେଷରେ ପ୍ରଶାସନିକ ଅଧିକାରୀମାନେ ମୃତଦେହକୁ ଉଦ୍ଧାର କରି କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ସଂସ୍କାର କରିଛନ୍ତି। ଅନ୍ୟପକ୍ଷରେ କୁନି ଝିଅକୁ ବ୍ରହ୍ମପୁର ମେଡିକାଲ୍‌ରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି।

ପୂରା ଘଟଣାଟି ଏମିତି। ଆସିକା ଥାନା ମାମୁଢ଼ିଅ ଗାଁର ସଞ୍ଜୟ ସାହୁ କିଛି ବର୍ଷ ତଳେ ପାଣିବନ୍ଦ ଗ୍ରାମର ଝିଲି ସେଠୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଉଭୟେ କଲେଜ ଛକ ସ୍ଥିତ ଗୋଲାପଲ୍ଲି ଅଞ୍ଚଳରେ ଭଡ଼ା ଘରେ ରହୁଥିଲେ। ପରିବାର ପ୍ରତି ପୋଷଣରେ ସମସ୍ୟ ହେବାରୁ ସଞ୍ଜୟ ସୁରାଟ ପଳାଇ ଯାଇଥିଲେ। ଘରେ ଝିଲି ଓ ଦୁଇ ମାସର ଝିଅ ଥିଲେ।

ଆଜି ସକାଳେ କିନ୍ତୁ ଘର କବାଟ ଖୋଲି ନଥିଲା। ଆଉ ଘର ଭିତରୁ ଝିଅ କାନ୍ଦ ଶୁଣିବାକୁ ମିଳିଲା। ସାହିଭାଇଙ୍କ ମନରେ ସନ୍ଦେହ ହେବାରୁ ଆସିକା ଥାନାକୁ ଖବର ଦେଇଥିଲେ। ଖବର ପାଇ ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସଦଳ ବଳେ ଗାଁରେ ପହଞ୍ଚିଥିଲେ। ସେତେବେଳକୁ ବର ଗାଁ ସରପଞ୍ଚ ପ୍ରତିନିଧି ଶିବ ନାହାକ ଓ ସ୍ୱେଚ୍ଛାସେବୀମାନେ ପିପିଇ କିଟ୍‌ ପରିଧାନ କରି ଅପେକ୍ଷା କରିଥିଲେ। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଥିଲା। ପରେ ମୃତଦେହ  ସଂସ୍କାର କରାଯାଇଥିଲା। ତେବେ ଝିଲିକୁ କରୋନା ହୋଇଥିଲା କି ନାହିଁ ଜଣାପଡ଼ି ନାହିଁ।

ସେପଟେ ଘରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାକୁ ବ୍ରହ୍ମପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର କରୋନା ଟେଷ୍ଟ ହୋଇଥିବା ଜଣାପଡ଼ିଛି। ଝିଅ କରୋନା ଟେଷ୍ଟ ରିପୋର୍ଟ ଆସିଲେ ଚାଇଲ୍‌ଡ ଲାଇନ୍‌କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

Related story