ଡାକ୍ତର ଫେରାଇଦେଲେ! ରାସ୍ତାରେ ପ୍ରସବ କଲେ ମହିଳା

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ମେଡିକାଲରୁ ଫେରି ରାସ୍ତା କଡ଼ରେ ପ୍ରସବ କଲେ ମହିଳା। ଜନନୀ ଯନ୍ତ୍ରଣାର ଏପରି କରୁଣ ଚିତ୍ର ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି। ପ୍ରସବ ପରେ ମାଆ ଓ ଝିଅଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି। ଡେରାବିଶ ନେତୁଗାଁର ଗାଁର ସୁରେଶ ମଲ୍ଲିକ ଆଜି ତାଙ୍କ ପତ୍ନୀ ମଞ୍ଜୁଲତାଙ୍କୁ ଧରି ଚେକ୍‌ଅପ୍‌ ପାଇଁ କେନ୍ଦ୍ରାପଡ଼ା ମେଡିକାଲକୁ ନେଇଥିଲେ। ଡାକ୍ତର ଚେକ୍‌ଅପ୍‌ ପରେ ପ୍ରସବ ପାଇଁ ସମୟ ହୋଇନଥିବା କହି ଫେରାଇ ଦେଇଥିଲେ। ତେଣୁ […]

kendrapara

Manoranjan Sial
  • Published: Wednesday, 11 November 2020
  • , Updated: 11 November 2020, 03:23 PM IST

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ମେଡିକାଲରୁ ଫେରି ରାସ୍ତା କଡ଼ରେ ପ୍ରସବ କଲେ ମହିଳା। ଜନନୀ ଯନ୍ତ୍ରଣାର ଏପରି କରୁଣ ଚିତ୍ର ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି। ପ୍ରସବ ପରେ ମାଆ ଓ ଝିଅଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।

ଡେରାବିଶ ନେତୁଗାଁର ଗାଁର ସୁରେଶ ମଲ୍ଲିକ ଆଜି ତାଙ୍କ ପତ୍ନୀ ମଞ୍ଜୁଲତାଙ୍କୁ ଧରି ଚେକ୍‌ଅପ୍‌ ପାଇଁ କେନ୍ଦ୍ରାପଡ଼ା ମେଡିକାଲକୁ ନେଇଥିଲେ। ଡାକ୍ତର ଚେକ୍‌ଅପ୍‌ ପରେ ପ୍ରସବ ପାଇଁ ସମୟ ହୋଇନଥିବା କହି ଫେରାଇ ଦେଇଥିଲେ। ତେଣୁ ସୁରେଶ ଓ ମଞ୍ଜୁଲତା ବାଇକ୍‌ରେ ଘରକୁ ଫେରୁଥିଲେ। ତେବେ ଅଧା ରାସ୍ତାରେ ମଞ୍ଜୁଲତା ପ୍ରସବ ବେଦନା ପାଇଥିଲେ। ତେଣୁ ସେମାନେ ତିଳୋତ୍ତମାପୁର ଗାଁ ନିକଟରେ ଅଟକି ଥିଲେ। ସେହି ରାସ୍ତା କଡ଼ରେ ମଞ୍ଜୁଲତା କନ୍ୟା ସନ୍ତାନ ପ୍ରସବ କରିଥିଲେ। ପରେ ଉଭୟଙ୍କୁ କେନ୍ଦ୍ରାପଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥ ଠିକ୍‌ ଅଛି।

Related story