ଘରେ ହଠାତ୍ ଲାଗିଲା ନିଆଁ: ମହିଳା ଜୀବନ୍ତ ଦଗ୍ଧ

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ କଦମ୍ଭବେଢ଼ା ନିକଟ ସେକସାହି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ  ୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ମୃତ ମହିଳାଙ୍କ ନାଁ ସୁବାସିନୀ ଖିଲାର(୪୦)। ଗତକାଲି ବିଳମ୍ୱିତ ରାତିରେ ସୁବାସିନୀ ଘରେ ଏକୁଟିଆ ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ଏହାପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଥିଲେ। ହେଲେ […]

bhadrak

Rakesh Mallick
  • Published: Monday, 25 June 2018
  • , Updated: 25 June 2018, 10:28 AM IST

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ କଦମ୍ଭବେଢ଼ା ନିକଟ ସେକସାହି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ  ୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ମୃତ ମହିଳାଙ୍କ ନାଁ ସୁବାସିନୀ ଖିଲାର(୪୦)।

ଗତକାଲି ବିଳମ୍ୱିତ ରାତିରେ ସୁବାସିନୀ ଘରେ ଏକୁଟିଆ ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ଏହାପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଥିଲେ। ହେଲେ ନିଆଁ କବଳରୁ ସୁବାସିନୀଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା। ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।

ଅଗ୍ନିକାଣ୍ଡ ବେଳେ ମୃତ ମହିଳାଙ୍କ ସ୍ୱାମୀ ଘରେ ଅନୁପସ୍ଥିତ ଥିବା କୁହାଯାଉଛି।  କେଉଁ ପରିସ୍ଥିତିରେ ନିଆଁ ଲାଗିଲା ଏନେଇ କିଛି ସ୍ପଷ୍ଟ ହୋଇ ନାହିଁ। ଏନେଇ ପୁରୁଣା ବଜାର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି।

Related story