ପୁଅ, ଝିଅକୁ ବିଷ ପିଆଇ ପୋଖରୀରେ ଫିଙ୍ଗି ଦେଲା ମା’

ନୟାଗଡ଼ (ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗାଁରେ ପୁଅ, ଝିଅକୁ ବିଷ ପିଆଇ ପୋଖରୀକୁ ଫିଙ୍ଗି ହତ୍ୟା କରିଛି ମା’। ଏହା ସହ ସେ ନିଜେ ମଧ୍ୟ ବିଷ ପିଇ ପୋଖରୀକୁ ଡେଇଁ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ପୁଅ ୫ ବର୍ଷ ଝିଅ ୧୦ ବର୍ଷ ବୋଲି ଜଣାପଡ଼ିଛି। ମହିଳାଙ୍କ ନାଁ କଲ୍ୟାଣୀ ଖୁଣ୍ଟିଆ। ବିଷ ପିଆଇ ପୋଖରୀରେ ଫିଙ୍ଗିବା […]

rt....

Tapaswini Nayak
  • Published: Monday, 22 October 2018
  • , Updated: 22 October 2018, 09:09 AM IST

ନୟାଗଡ଼ (ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗାଁରେ ପୁଅ, ଝିଅକୁ ବିଷ ପିଆଇ ପୋଖରୀକୁ ଫିଙ୍ଗି ହତ୍ୟା କରିଛି ମା’। ଏହା ସହ ସେ ନିଜେ ମଧ୍ୟ ବିଷ ପିଇ ପୋଖରୀକୁ ଡେଇଁ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ମୃତ ପୁଅ ୫ ବର୍ଷ ଝିଅ ୧୦ ବର୍ଷ ବୋଲି ଜଣାପଡ଼ିଛି। ମହିଳାଙ୍କ ନାଁ କଲ୍ୟାଣୀ ଖୁଣ୍ଟିଆ।

ବିଷ ପିଆଇ ପୋଖରୀରେ ଫିଙ୍ଗିବା ପରେ ଘଟଣାସ୍ଥଳରେ ଝିଅର ମୃତ୍ୟୁ ଘଟିଥିଲା। ମେଡ଼ିକାଲ ନେବା ବାଟରେ ପୁଅର ମୃତ୍ୟୁ ହୋଇଯାଇଥିଲା।

ତେବେ କେଉଁ ପରିସ୍ଥିତିରେ ଏବଂ କାହିଁକି ଏଭଳି ଅଭାବନୀୟ ଘଟଣା ଘଟିଲା, ତାହା ସ୍ପଷ୍ଟ ନାହିଁ। ପାରିବାରିକ କଳହରୁ କଲ୍ୟାଣୀ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି।

Related story